Posted inଫୁରସତ

ଆମରି ନାଆରେ ଆମେ ନାଉରି ତ…

ପିଲା ଦିନେ ଗର୍ବର ସହିତ ଗୀତ ବୋଲୁଥିଲୁ- ଦେଶ ଚଳାଉଛୁ ଆମେ ଆମରି- ଆମରି ନାଆରେ ଆମେ ନାଉରି। ଆଜି ମନରେ ପ୍ରଶ୍ନ ଆସୁଛି- ଆମରି ନାଆରେ ଆମେ ନାଉରି ତ? ଆମ ଦେଶ ଆମେ ଚଳାଉଅଛୁ ତ? ପିଲା ଦିନର ଗର୍ବ ଓ ଆନନ୍ଦ ଆଜି ସନ୍ଦେହ ପାଲଟି ଯାଇଛି। ଆମରି ଲୋକ ପ୍ରତିନିଧିମାନେ ଆମ୍ଭମାନଙ୍କ ସହିତ ଖେଳ ଖେଳୁ ନାହାନ୍ତି ତ? ଗତ ପାଞ୍ଚ ସାତ ବର୍ଷ ହେବ ମନୁଷ୍ୟ ଯେପରି ଭୟରେ ଥିବା ଭଳି ଅନୁଭବ ହେଉଛି। କେତେବେଳେ ବଞ୍ଚିବା ପାଇଁ ମନୁଷ୍ୟ ସଙ୍ଘର୍ଷ କରୁଛି ତ ପୁଣି କେତେବେଳେ ରୋଜଗାର ପାଇଁ, ଏମିତି ବି ସମୟ ଆସିଛି ମନୁଷ୍ୟ ବିନା କାରଣରେ ଓ ବିନା ରୋଜଗାରରେ ସଙ୍ଘର୍ଷ କରିଛି। ଆମ ନିଜ ଦେଶରେ ଆମେ ନିଜେ କିପରି ଅବସ୍ଥାରେ ଅଛନ୍ତି, ସେ ବିଷୟରେ ନିମ୍ନରେ ଆଲୋଚନା କରିବା। ଓଡ଼ିଆରେ ଗୋଟିଏ କଥା ଅଛି, ତାହା ହେଲା – ବଡ଼ ହେଉଛି ବାପର, ସାନ ହେଉଛି ମାଆର, ମଝି ମଝିଆଟି କାହାର? ଏହି ନ୍ୟାୟରେ ସମାଜରେ ଥିବା ମଧ୍ୟମ ଶ୍ରେଣୀର ଲୋକମାନେ ପେଷି ହୋଇ ଯାଉଛନ୍ତି।

ଜିଏସ୍‌ଟି ଲାଗୁ ହେବାର ଚାରି ବର୍ଷ ହୋଇଗଲାଣି, ମାତ୍ର ଆଜି ପର୍ଯ୍ୟନ୍ତ ଗୋଟିଏ କ୍ଲିକ୍‌ରେ ରିଟର୍ନ ଫାଇଲ ହୋଇପାରୁ ନାହିଁ। ଏଥିପାଇଁ ଅପେକ୍ଷା କରିବାକୁ ପଡୁଛି। ତା’ ପରେ କୋଭିଡ୍‌ ମହାମାରୀ ଆସିଲା। ରୋଗୀଙ୍କୁ ଡାକ୍ତରଖାନାରେ ଆଡ୍‌ମିଶନ କରିବା ପାଇଁ ଲାଇନ ଲଗାଇବାକୁ ପଡ଼ିଲା। ଏହା ପରେ କୋଭିଡ୍‌ ଟିକା ଆସିଲା, ଟିକା ନେବା ପାଇଁ ଦୁଇ ଦୁଇ ଥର ଲାଇନ ଦେବାକୁ ପଡ଼ିଲା। କେବଳ ସେତିକି ନୁହେଁ, କୋଭିଡ୍‌ ମହାମାରୀକୁ ଠିକ୍‌ ଭାବରେ ପରିଚାଳନା ନ କରିବା ଯୋଗୁ ମୃତ୍ୟୁସଂଖ୍ୟା ବଢ଼ିଲା। ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ ମଧ୍ୟ ଲାଇନ ଲଗାଇବାକୁ ପଡ଼ିଲା। ସବସତ୍କାର ପାଇଁ ଏତେ ଅସୁବିଧା ହେଲା ଯେ, ପବିତ୍ର ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରିବା ସ୍ଥାନରେ ଶବ ବିସର୍ଜନ ହେଲା।

ରୋଜଗାର କମିବା ସମୟରେ ଖର୍ଚ୍ଚ ବଢ଼ିବା ସବୁଠାରୁ ଉଦ୍‌ବେଗର ବିଷୟ। କରୋନାର ପ୍ରକୋପ ଯୋଗୁ ଦୋକାନ-ବଜାର, କଳ-କାରଖାନା, ବସ୍‌, ଅଟୋ ଓ ରେଳ ଆଦି ବନ୍ଦ ହୋଇଯିବା ଯୋଗୁ ବହୁ ବ୍ୟକ୍ତି ନିଜର ରୋଜଗାର ହରାଇଲେ। ଏହା ପୂର୍ବରୁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଲାଗିଥିବା ଯୋଗୁ ବହୁ ବ୍ୟକ୍ତି ରୋଜଗାର ହରାଇ ଥିଲେ। କରୋନା ଆସି ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ଲୋକଙ୍କ ଉପରେ ମାଡ଼ି ବସିଲା। ବସି ଖାଇଲେ – ନଈ ବାଲି ସରେ। ବିନା ରୋଜଗାରରେ କେତେ ଦିନ ଚଳିବେ। ଏହି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହେବା କେତେ ଦୁଃଖଦାୟକ କେବଳ ଯେଉଁମାନେ ଭୁକ୍ତଭୋଗୀମାନେ ହିଁ କେବଳ ଅନୁଭବ କରିପାରିବେ। ଖାଇବା ତେଲର ଦର ଆକାଶ ଛୁଆଁ ହେବା ସହିତ ପେଟ୍ରୋଲ ଦର ୧୦୦ ଟପିବା ଓ ଡିଜେଲ ଦର ୧୦୦ ପାଖାପାଖି ହେବା ଚିନ୍ତାର ବିଷୟ। କରୋନାର ଉଭୟ ଲହର ସମୟରେ କିଛି ରାଜନୈତିକ ଫାଇଦା ପାଇଁ ଆମ ଦେଶରେ କରୋନାକୁ ଯେପରି ବଢ଼ିବାକୁ ଦିଆଗଲା ଓ ଲୋକଙ୍କ ଜୀବନକୁ ଗୁରୁତ୍ୱ ନ ଦେଇ ଯେପରି ଅକ୍ସିଜେନ କିଏ କାହାକୁ ଦେବ ଓ କରୋନା ଟିକା ରାଜ୍ୟ କିଣିବ ନା କେନ୍ଦ୍ର କିଣିବ ଏଥିପାଇଁ ଯେପରି ଟଣାଓଟରା ହେଲା ତାହା ଗଣତନ୍ତ୍ରର ପରିପନ୍ଥୀ। କେବଳ ସେତିକି ନୁହେଁ, ସର୍ବୋଚ୍ଚ ନ୍ୟାୟାଳୟର କେତେ ଜଣ ମାନ୍ୟବର ବିଚାରପତି ଯେପରି ଖୋଲା ଖୋଲି ଭାବେ କିଛି ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରିପାରିଲେ ଏ ସମସ୍ତ ଦେଖିବା ପରେ ଆମରି ଶାସନ ଆମ ହାତରେ ଅଛି ବୋଲି ବିଶ୍ୱାସ କରି ହେଉନାହିଁ। ଆଜି ଭଳି ପବିତ୍ର ସ୍ବାଧୀନତା ଦିବସରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଆଉ ଏକ ଆହ୍ବାନ।
– ଦିଲ୍ଲୀପ ଦାଶଶର୍ମା, ମୋ: ୮୯୮୪୦୦୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ...

ପଦ୍ମଶ୍ରୀ ପ୍ରଭାକର: ନିର୍ଜୀବ ପଥର ଦେହରେ କରନ୍ତି କଳାର ପ୍ରାଣ ସଞ୍ଚାର

ପିଲାଟି ଦିନରୁ ସେ ବିଭିନ୍ନ କାରୁକାର୍ଯ୍ୟମୟ ମନ୍ଦିର ଦେଖି ଖୁସୀ ହୋଇପଡ଼ୁଥିଲେ । ଘରେ ବାପାଙ୍କ ହସ୍ତଶିଳ୍ପ କାମରେ ସହଯୋଗ କରୁଥିଲେ। ଏଥିପାଇଁ ସ୍କୁଲପଢାକୁ ଅଧାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri