Posted inଫୁରସତ

ସ୍ବାଧୀନତାରେ ଅରଟ କଥା

ସ୍ବାଧୀନତାର ୭୫ ବର୍ଷର ଉପଲବ୍ଧି ଆମେ ପାଳନ କରିବାକୁ ଯାଉଥିବାବେଳେ ଆସନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ତାଙ୍କ ଅତ୍ୟନ୍ତ ପ୍ରିୟ ଅରଟ ସମ୍ପର୍କରେ କିଛି ଆଲୋକପାତ କରିବା। ୧୯୪୮ଜାନୁଆରୀ ୧୩ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଶେଷଥର ପାଇଁ ଅନଶନ କରିଥାନ୍ତି- ଦିଲ୍ଲୀର ବିରଳାଭବନରେ। ସର୍ତ୍ତଥିଲା- ସାଂପ୍ରଦାୟିକ ଦଙ୍ଗାର ଅବସାନ ସହ ପାକିସ୍ତାନ ପାଇଁ ସଂପତ୍ତି ଭରଣା ଲାଗି ୫୫ କୋଟି ଟଙ୍କା ପ୍ରଦାନର ପ୍ରତିଶ୍ରୁତି। ଆଉ ତାଙ୍କର ଏହି ଦାବି ଥିଲା ସ୍ବାଧୀନ ଭାରତର ନୂଆ ସରକାରଙ୍କ ନିକଟରେ। ଅନଶନରେ ଗାନ୍ଧୀଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଲା। ଅନ୍ୟପଟେ ତାଙ୍କର ନିଷ୍ପତ୍ତି ବି ଥିଲା ଅଟଳ। ଶେଷରେ ବୁଝାଶୁଝା ପରେ ଅନଶନ ଭାଙ୍ଗି ତାଙ୍କର ପ୍ରିୟ ଛେଳି ଦୁଧ ଓ ଚାରୋଟି କମଳା ଭୋଜନ କଲେ। ଖାଇସାରି ବିଶ୍ରାମ ନେବେ କ’ଣ ପାଖକୁ ‘ଅରଟ’ଟିକୁ ଆଣିବାକୁ କହିଲେ। କେହି ଜଣେ ଅରଟଟି ଆଣି ତାଙ୍କ ହାତକୁ ବଢ଼େଇ ଦେବା ପରେ ସେ କ୍ଲାନ୍ତ ଥିଲେ ମଧ୍ୟ ସେଥିରେ ସୂତାକାଟିବା ଆରମ୍ଭ କରିଦେଲେ। ଡାକ୍ତର ଆସି ତାଙ୍କୁ ଏଥିରୁ ବାରଣ କରିଥିଲେ ବି ସେ ତାଙ୍କ କଥା ମାନି ନ ଥିଲେ। ଖାଦ୍ୟ ଗ୍ରହଣ କରିଛନ୍ତି ଯେତେବେଳେ ପରିଶ୍ରମ ହିଁ କରିବାକୁ ପଡ଼ିବ। ଯେଉଁ ଅରଟ ଦେଶକୁ ବିଦେଶୀ ଶୃଙ୍ଖଳରୁ ମୁକ୍ତିଦେଲା ଲୋକଙ୍କୁ ଦେଲା ସ୍ବାବଲମ୍ବୀ ହେବାର ପନ୍ଥା – ସେଇ ଅରଟକୁ ସେ କ’ଣ ଛାଡ଼ିପାରିବେ? ଓଡ଼ିଶାରେ ପଦଯାତ୍ରାବେଳେ ମହାତ୍ମାଗାନ୍ଧୀ ତାଙ୍କ ସହ ବାଟ ଚାଲୁଥିବା ଲୋକଙ୍କୁ ଅରଟରେ ସୂତା କାଟିବା ପାଇଁ ପ୍ରବର୍ତ୍ତାଉଥିଲେ। ଅରଟ ଲୋକ ବିଶ୍ୱାସରେ ଥିଲା – ଦେଶପ୍ରୀତିର ସଂକେତ, ଯାହାକୁ ନେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି- ‘ଭାଇ ହେ ଏବେ ଅରଟ କାଟ, ଆଉ କିଛି ଭରସା ନାହିଁ, ଅରଟ ଏକା ମୁକତି ବାଟ।’

ଅରଟରେ କଟା ସୂତାର ଲୁଗାକୁ ଲୋକେ ସ୍ବାଧୀନତା କାଳରେ ମୁକ୍ତିର ପୋଷାକ ମନେ କରୁଥିଲେ। ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଅରଟ ବିଞ୍ଚତ୍ ଦେଇଥିଲା – ଦେଶପ୍ରେମର ବହ୍ନି ଆଉ ଦେଖାଇ ଦେଇଥିଲା ମୁକ୍ତିିର ବାଟ। ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ସ୍ବାଧୀନତା ପ୍ରସଙ୍ଗରେ କହିଲେ – ଓ ବାବାଃ, ସ୍ବାଧୀନତାର ମର୍ମ କେତେ ଲୋକ ବୁଝନ୍ତି? ତାହା ଯିଏ ବୁଝେ ଓ କରେ ସେ ସପରିବେଶ ଜୀବନର ମାଧୁର୍ଯ୍ୟ ଉପଲବ୍ଧି କରିପାରେ। ଶ୍ରୀଶ୍ରୀଠାକୁର ପୁନର୍ବାର ପ୍ରକାଶ କଲେ – ବୈଶିଷ୍ଟ୍ୟପାଳୀ ଆପୂରୟମାଣ ଆଦର୍ଶକୁ କେନ୍ଦ୍ର କରି ଦେଶର ଜନସାଧାରଣ ଯେତେବେଳେ ପରସ୍ପରର ସତ୍ତା-ସ୍ବାର୍ଥେ ସ୍ବାର୍ଥନ୍ବିତ ହୋଇ ସ୍ବ-ସ୍ବ-ବୈଶିଷ୍ଟ୍ୟାନୁଯାୟୀ ପରସ୍ପରକୁ ପରିପୂରଣ, ସେବା ଓ ସଂରକ୍ଷଣ କରିଚାଲନ୍ତି, ସେତେବେଳେ ହିଁ ଦେଶରେ ଆସେ ପ୍ରକୃତ ସ୍ବାଧୀନତା।
– ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri