Categories: ରାଜ୍ୟ

କେନ୍ଦୁଝରକୁ ୩୦ରୁ ଚାଲିବ ମେମୁ ଟ୍ରେନ

କେନ୍ଦୁଝର, ୨୩।୩(ସ୍ବ.ପ୍ର.)- ଦୀର୍ଘ ଦିନର ବ୍ୟବଧାନ ପରେ ଭୁବନେଶ୍ୱର-କେନ୍ଦୁଝର ମେମୁ ଟ୍ରେନ୍‌ ଆସନ୍ତା ୩୦ରୁ ଆରମ୍ଭ ହେବ। କରୋନା କଟକଣା ପାଇଁ ପାଖାପାଖି ଏକ ବର୍ଷ ହେଲା ଏହା ବନ୍ଦ ରହିଥିଲା। ଭୁବନେଶ୍ୱରରୁ ୪ଟା୩୫ ରେ ବାହାରି କେନ୍ଦୁଝରରେ ରାତି ୯ଟା୩୫ରେ ପହଞ୍ଚିବ। ସେହିପରି କେନ୍ଦୁଝରରୁ ସକାଳ ୬ଟା୩୦ରୁ ବାହାରି ଭୁବନେଶ୍ୱରରେ ୧୧ଟା୫ରେ ପହଞ୍ଚିବ ବୋଲି ଜଣାପଡିଛି। ତେବେ ଜିଲାରେ ପୂର୍ବରୁ ଚାଲି ଆସୁଥିବା ପୁରୀ – କେନ୍ଦୁଝରଗଡ଼-ରାଉରକେଲା, ଭାଇଯାକ-କେନ୍ଦୁଝରଗଡ଼-ଟାଟା ଟ୍ରେନ କେବେ ଆରମ୍ଭ ହେବ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି।