ସାଇତା ହୋଇପାରୁନି ସ୍ମୃତି

ବାଳୁତ ଅବସ୍ଥା, ତଥାପି ଦେଶ ପ୍ରେମରେ ସେ ଥିଲେ ବୟସ୍କ। ସ୍ବାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ସାରଥି। ବନ୍ଧୁକଧାରୀ ବ୍ରିଟିଶ ଫୌଜଙ୍କୁ ବ୍ରାହ୍ମଣୀ ପାର କରାଇ ନ ଦେବାର ପଣ କରି ଶହୀଦ ହୋଇଥିଲେ ସେ। ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ବି ଏଯାଏ ସାଇତା ହୋଇପାରିନି ଏହି ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ସ୍ମୃତି। ବିକାଶଠାରୁ ଦୂରରେ ରହିଯାଇଛି ତାଙ୍କ ଜନ୍ମମାଟି ନୀଳକଣ୍ଠପୁର ଗାଁ। ଅକ୍ଟୋବର ୫ ଜନ୍ମଦିବସରେ ତାଙ୍କୁ ମନେ ପକାଇବ ପୂରା ଦେଶ। ସ୍ମୃତିଚାରଣ କରିବେ ନେତା, ଜନତା। କିନ୍ତୁ ନୀଳକଣ୍ଠପୁରରେ କେତୋଟି ନାମ ଫଳକ, ସ୍ମୃତିସ୍ତମ୍ଭ ଛଡ଼ା କିଛି ବି କରିପାରିନି ସ୍ଥାନୀୟ ପ୍ରଶାସନ।

ଢେଙ୍କାନାଳ,୫ା୧୦(ରତନ ନାୟାର)ସର୍ବକନିଷ୍ଠ ଶହୀଦ ବାଜି ରାଉତ ଦେଶର ଗର୍ବ ଓ ଗୌରବ। ତାଙ୍କ ସାମର୍ଥ୍ୟ, ସାହସକୁ ସର୍ବଦା ସ୍ମରଣ କରାଯାଉଛି। ପ୍ରତିବର୍ଷ ଅକ୍ଟୋବର ୫ ଜନ୍ମ ଦିବସ ଓ ଅକ୍ଟୋବର ୧୧ ପୁଣ୍ୟତିଥିରେ ଏହି ଶହୀଦଙ୍କ ସ୍ମୃତିଚାରଣ ହେଉଛି। ସଭା, ସମିତିଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବରେ ତାଙ୍କ ତ୍ୟାଗ ଓ ବଳିଦାନର ଉଦାହରଣ ଦିଆଯାଉଛି। ତାଙ୍କ ଗାଁ ନୀଳକଣ୍ଠପୁରକୁ ଆଦର୍ଶ ଗ୍ରାମ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ମଧ୍ୟ କରାଯାଇଛି। ସେଠାରେ ଥିବା ସ୍ମୃତିସ୍ତମ୍ଭ ପରିସରରେ ପାର୍କ ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି। ହେଲେ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଆଗ୍ରହ ଦେଖାଉ ନ ଥିବାରୁ ଶହୀଦଙ୍କ ସ୍ମୃତିରକ୍ଷା ହୋଇପାରୁ ନ ଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି।
ଭୁବନ ବ୍ଲକ ନୀଳକଣ୍ଠପୁର ଗ୍ରାମରେ ୧୯୨୬ ଅକ୍ଟୋବର ୫ରେ ଜନ୍ମ ହୋଇଥିଲେ ବାଜି ରାଉତ। ପିତା ଥିଲେ ହରି ରାଉତ ଓ ମା’ ରାଣିଆ ଦେବୀ। ତାଙ୍କର ଆଉ ୨ଜଣ ବଡଭାଇ ରହିଛନ୍ତି। ଢେଙ୍କାନାଳ ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ସ୍ବାଧୀନତା ସଂଗ୍ରାମ ଉଗ୍ରରୂପ ନେଉଥିବା ବେଳେ ୧୯୩୮ ଅକ୍ଟୋବର ୧୧ରେ ବ୍ରିଟିଶ ଫୌଜ ଭୁବନ ପଟୁ ଆସି ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ନଦୀ ପାର ହେବା ପାଇଁ ଉଦ୍ୟମ କରୁଥିଲେ। ହେଲେ ଗ୍ରାମର ୧୨ ବର୍ଷର ବାଳକ ବାଜି ରାଉତ ଏହାର ତୀବ୍ର ପ୍ରତିିବାଦ କରିଥିଲେ। ବ୍ରିଟିଶ ଫୌଜଙ୍କ ନାଲି ଆଖିକୁ ସେ ଖାତିର କରି ନ ଥିଲେ। ଶେଷରେ ବ୍ରିଟିଶ ଫୌଜଙ୍କ ଗୁଳିରେ ସେ ଶହୀଦ ହୋଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ବୀର ବୈଷ୍ଣବ ପଟ୍ଟନାୟକଙ୍କ ଉଦ୍ୟମରେ ବାଜି ରାଉତ ଏବଂ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କୁ କଟକ ନିଆଯାଇ ବିଶାଳ ଶୋଭାଯାତ୍ରାରେ ସତୀ ଚଉରାଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ହେଲେ ଶହୀଦ ହେବାର ୮୫ ବର୍ଷ ପରେ ମଧ୍ୟ ତାଙ୍କ ସ୍ମୃତିରକ୍ଷା ପାଇଁ ସରକାର ନେଇଥିବା ପଦକ୍ଷେପକୁ ସ୍ଥାନୀୟ ପ୍ରଶାସନ ଆଗେଇ ନେଇପାରି ନାହିଁ। ତାଙ୍କ ଜନ୍ମମାଟିରେ କେତୋଟି ନାମ ଫଳକ ଏବଂ ସ୍ମୃତିସ୍ତମ୍ଭ ଛଡା ଆଉ କିଛି ଦେଖିବାକୁ ମିଳୁନାହିଁ। ସ୍ମୃତିସ୍ତମ୍ଭ ପରିସରରେ ପାର୍କ ଓ ଆଲୋକୀକରଣ ହୋଇପାରି ନାହିଁ। ଜନ୍ମ ସ୍ଥାନରେ ୭/୮ ବର୍ଷ ହେବ କେବଳ ଏକ କଂକ୍ରିଟ୍‌ ପିଣ୍ଡି ନିର୍ମାଣ କରି ସ୍ଥାନୀୟ ପ୍ରଶାସନ ଚୁପ୍‌ ରହିଛି। ଏକ ଘର ନିର୍ମାଣ କରାଯାଇ ସେଥିରେ ପ୍ରତିମୂର୍ତ୍ତି, ଫଟୋଚିତ୍ର, ତାଙ୍କ ସମ୍ପର୍କିତ ଓ ଗ୍ରାମ ସମ୍ପର୍କିତ ତଥ୍ୟ ରଖିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ତାହା ଏଯାଏ ହୋଇପାରି ନାହିଁ। ଗାଁକୁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ବ୍ରାହ୍ମଣୀ ଘାଟରେ ସ୍ମୃତି ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।

କେବଳ ନାମରେ ସୀମିତ ରଖାଯାଇଛି
ନୀଳକଣ୍ଠପୁରର ଯେଉଁଭଳି ବିକାଶ ହେବା କଥା ତାହା ହୋଇପାରିନାହିଁ। କେବଳ ଜନ୍ମ ଓ ଶ୍ରାଦ୍ଧ ଦିବସରେ ସମସ୍ତେ ଆସୁଛନ୍ତି, ଶହୀଦଙ୍କ ସ୍ମୃତିଚାରଣ କରୁଛନ୍ତି। କିନ୍ତୁ ଏହାପରେ କେବଳ ନାମରେ ତାଙ୍କୁ ସୀମିତ ରଖାଯାଇଛି। ନୀଳକଣ୍ଠପୁର ଗ୍ରାମକୁ ନିକଟରେ ଆଦର୍ଶ ଗ୍ରାମ ଘୋଷଣା କରାଯାଇଛି। ତେଣୁ ଏହାକୁ ଏକ ସ୍ବତନ୍ତ୍ର ଗ୍ରାମରେ ପରିଣତ କରାଯାଉ।
-ବେଣୁଧର ପ୍ରଧାନ, ନୀଳକଣ୍ଠପୁର

ଜନ୍ମମାଟିକୁ ମନେରଖିବା ଭଳି କାର୍ଯ୍ୟ ହେବା ଦରକାର
ପିଲାବେଳେ ଆମେ ବାଜିଙ୍କୁ ଦେଖିଛୁ। ଭୁବନ ଆଡୁ ଗୋରା ଫୌଜ ମାଡି ଆସୁଥିଲେ। ନଦୀଘାଟରେ ଡଙ୍ଗାରେ ପାର କରିବା ପାଇଁ ବାଜିଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ସେ ନ ମାନିବାରୁ ଗୋରା ଫୌଜ ଗୁଳି କରିଥିଲେ। ବାଜି ଟଳି ପଡିଥିଲେ। ବାଜି ରାଉତ ସମସ୍ତଙ୍କ ପାଇଁ ଗର୍ବ ଗୌରବ ଓ ପ୍ରେରଣା। ସବୁପିଢି ତାଙ୍କୁ ଏବଂ ତାଙ୍କର ଜନ୍ମମାଟିକୁ ମନେ ରଖିବା ଭଳି କାର୍ଯ୍ୟ ହେବା ଦରକାର।
-କାହ୍ନୁ ଚରଣ ମଲ୍ଲିକ, ନୀଳକଣ୍ଠପୁର


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri