ମଧୁର ସମ୍ପର୍କର ମାଧ୍ୟମ

ମଧୁର ସମ୍ପର୍କରେ ପରସ୍ପରକୁ ବାନ୍ଧି ହସଖୁସିରେ ପରିବାର ଚଳାଇନେବାକୁ ସ୍ବପ୍ନ ଦେଖିଥାନ୍ତି ସମସ୍ତେ । କିନ୍ତୁ ଏଇ କାମକୁ ବେଶ୍‌ ସହଜ କରିପାରେ ଫୋନ୍‌ । ହଁ, ଅଯଥା ସମୟ ନଷ୍ଟ ନୁହେଁ ସମ୍ପର୍କ ବାନ୍ଧିବା ପାଇଁ ବି ବ୍ୟବହାର କରିହେବ ଫୋନ୍‌କୁ….

ବେଶି ସମୟ ଫୋନ୍‌ ବ୍ୟବହାର କରୁଥିବାରୁ ବେଳେବେଳେ ଘରକାମର ରୁଟିନ୍‌ ସବୁ ଏପଟସେପଟ ହୋଇଯାଏ। କିଏ କହେ ଫୋନ୍‌ ପାଇଁ ସମ୍ପର୍କ ଭାଙ୍ଗିଗଲା ତ ଆଉ କିଏ କହେ ସବୁ କାମ ଭୁଲ୍‌ ହୋଇଗଲା। କିନ୍ତୁ ଘର କାମକୁ ସହଜ କରି ସମ୍ପର୍କ ମଜଭୁତ କରିବା ପାଇଁ ବି ଫୋନ୍‌କୁ ବ୍ୟବହାର କରିହେବ। ଠିକ୍‌ ଢଙ୍ଗରେ ଫୋନ୍‌କୁ ବ୍ୟବହାର କରିପାରିଲେ ଆପଣ ବି ହୋଇପାରିବେ ବୁଦ୍ଧିମତୀ ବୋହୂ।
ଫୋନ୍‌ରେ ରୋଷେଇ: କର୍ମଜୀବୀ ହୁଅନ୍ତୁ କି ଗୃହିଣୀ ସମସ୍ତଙ୍କ ପାଇଁ ରୋଷେଇ କରିବା ଏକ କଳା। ଅନେକ ସମୟରେ ଭଲ ଖାଇବା ତିଆରି କରି ପିଲାମାନଙ୍କୁ ଖୁସି କରିହୁଏ ତ କେବେ ପୁଣି ଶାଶୁ ଶ୍ୱଶୁର କିମ୍ବା ସ୍ବାମୀଙ୍କୁ ମଧ୍ୟ ସନ୍ତୁଷ୍ଟ କରିହୁଏ। ତେଣୁ ଫୋନ୍‌ରୁ ଦେଖି କେବେକେବେ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କଲେ ସମସ୍ତଙ୍କୁ ଭଲ ଲାଗିବ।
ମନେରହିବ ସ୍ବତନ୍ତ୍ର ଦିନ: ପରିବାର ଲୋକଙ୍କ ସହିତ ସମ୍ପର୍କୀୟ ଲୋକମାନଙ୍କର ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ଆଦି ସବୁ ଫୋନ୍‌ରେ ମନେ ରଖିହେବ। ସମସ୍ତଙ୍କର ସ୍ବତନ୍ତ୍ର ଦିନଗୁଡ଼ିକୁ ହୁଏତ ମନେ ରଖିବା ସମ୍ଭବ ହୋଇ ନ ପାରେ। କିନ୍ତୁ ଫୋନ୍‌ରେ ଏସବୁକୁ ଅତି ସହଜରେ ମନେପକାଇ ହେବ। ତେଣୁ ଠିକ୍‌ ସମୟରେ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଆୟୋଜନ କରିହେବ। କିଛି କରି ନ ପାରିଲେ ବି ମନେପକାଇ ଶୁଭେଚ୍ଛା ଜଣାଇହେବ। ଏଇ ଛୋଟ ଛୋଟ ଖୁସି ବି ସମ୍ପର୍କକୁ ମଜଭୁତ କରିବାରେ ବେଶ୍‌ ସହାୟକ ହୋଇପାରିବ।
ଏକାଠି ମନୋରଞ୍ଜନ: ପରିବାରରେ ଏକାଠି ବସି ଫୋନ୍‌ରେ ମନୋରଞ୍ଜନ କରିପାରିବେ। କେବେ ସିନେମା କିମ୍ବା କିଛି ପାରମ୍ପରିକ ସିରିଏଲ୍‌କୁ ଏକାଠି ବସି ସମସ୍ତେ ଦେଖିପାରିବେ। ଏମିତିକି ଅଲଗା ଅଲଗା ସ୍କ୍ରିନ୍‌ରେ ମଧ୍ୟ ଏକ ସମୟରେ ସମାନ ଜିନିଷ ଦେଖି ମଜା ନେଇପାରିବେ। ଆଉ ସମ୍ପର୍କକୁ ମଜଭୁତ କରି ରଖିବା ପାଇଁ ଏମିତି ସୁଯୋଗ ମଧ୍ୟ ବେଶ୍‌ ସହାୟକ ହୋଇପାରିବ।
ସମୟ ପରିଚାଳନା: ଗୃହିଣୀମାନେ ଫୋନ୍‌ ମାଧ୍ୟମରେ ସମୟ ପରିଚାଳନା କରିବାର ସୁଯୋଗ ପାଇପାରିବେ। ଅନ୍‌ଲାଇନ ଅର୍ଡର କରି ଚାହିଁଲେ ଘରେ ବସି ସବୁ ଜିନିଷ କିଣିପାରିବେ। ତେଣୁ ମାର୍କେଟ ଯାଇ ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ ଅନ୍‌ଲାଇନ ମାଧ୍ୟମରେ ବିଭିନ୍ନ ବିଲ୍‌ ମଧ୍ୟ ପୈଠ କରିପାରିବେ।
ହିସାବ କିତାବ: ଫୋନ୍‌ରେ ସବୁ ପ୍ରକାର ହିସାବକରି ସହଜରେ ଘରର ଆର୍ଥିକ ପରିଚାଳନା କରିପାରିବେ। ଏମିତିକି ଅନେକ ହିସାବ କିମ୍ବା ଘର ଖର୍ଚ୍ଚ ଅଥବା କାହାକୁ କିଛି ଦିଆଯାଇଥିବା ଅର୍ଥ ସବୁ ବିଷୟରେ ମନେରଖିବା ପାଇଁ ମଧ୍ୟ ଫୋନ୍‌କୁ ବ୍ୟବହାର କରିହେବ। ଆଉ ଫୋନରେ ରଖିଥିବା ହିସାବ କିମ୍ବା ବିଲ୍‌ ସବୁ ହଜିବା ଆଶଙ୍କା ମଧ୍ୟ କମ୍‌।

କ’ଣ କରନ୍ତି ଏମାନେ…

ଫୋନ୍‌ରେ ସବୁ କରି ହେଉଛି
ଏବେ ତ ମୁଁ ସବୁ କାମ ଫୋନ୍‌ରେ କରି ଦେଉଛି। ପିଲାଙ୍କର ସ୍କୁଲ, ଟ୍ୟୁଶନ ଫି’ଠାରୁ ଆରମ୍ଭକରି ସବୁ କିଛି ଘରେ ବସି କରି ଦେଉଛି। ତେଣୁ ମୋର ବହୁତ ସମୟ ବଞ୍ଚୁଛି ଆଉ ମୁଁ ଘର କାମ ସବୁ କରିପାରୁଥିବାରୁ ସମସ୍ତେ ବେଶ୍‌ ଖୁସି ହେଉଛନ୍ତି। ଏହା ବ୍ୟତୀତ ଫୋନ୍‌ରୁ ଦେଖି ମୁଁ ପିଲାଙ୍କୁ ସହଜରେ ପାଠ ବି ପଢ଼ାଇ ପାରୁଛି। ତେଣୁ ଘର ଚଳାଇବା ଲାଗି ମୋ ପାଇଁ ଫୋନ୍‌ ତ ନିହାତି ଆବଶ୍ୟକ।
-କରିସ୍ମା ବିଶ୍ୱାଳ, କର୍ମଜୀବୀ, ନୟାପଲ୍ଲୀ ବ୍ରିଟ୍‌ କଲୋନୀ, ଭୁବନେଶ୍ୱର
ନୂଆ ଖାଦ୍ୟ ତିଆରି କରେ
ବେଳେବେଳେ ଫାଙ୍କା ସମୟ ପାଇଲେ ମୁଁ ଫୋନ୍‌ରୁ ଦେଖି ନୂଆ ନୂଆ ଖାଦ୍ୟ ଆଇଟମ୍‌ ସବୁ ତିଆରି କରେ। ମୋର ଏଇ ଗୁଣ ପାଇଁ ମୋ ଶାଶୁଘରେ ସମସ୍ତେ ଖୁସି। କାହିଁକିନା ସେମାନଙ୍କୁ ସବୁବେଳେ ନୂଆ ନୂଆ ଖାଦ୍ୟ ଆଇଟମ୍‌ ଖାଇବା ପାଇଁ ମିଳିଯାଏନା। ତେଣୁ କିଛି ନୂଆ ଖାଦ୍ୟ କରିବା ପାଇଁ ଯାହା ଆବଶ୍ୟକ ହୁଏ ସେସବୁକୁ ସଙ୍ଗେ ସଙ୍ଗେ ପିଲାମାନେ ମତେ କିଣି ଆଣି ଦେଇଥାନ୍ତି। ଆଉ ଫୋନ୍‌ ଦେଖି ମୁଁ ଘର ସଜାଇବା ପାଇଁ ନୂଆ ନୂଆ ଆଇଡିଆ ବି ପାଏ। ତେବେ ପିଲାମାନଙ୍କୁ ମୁଁ ବେଶି ସମୟ ଫୋନ୍‌ ଦେଖିବାକୁ ଦିଏନି। ଖାଲି ସେମାନଙ୍କ ପାଠପଢ଼ା ସମୟକୁ ଛାଡ଼ିଦେଲେ ସେମାନଙ୍କ ସହ ମୁଁ ଏକାଠି ସମୟ କାଟେ।
-ମମତା ସାହୁ, ଗୃହିଣୀ, ଆଶୁତୋଷ ନଗର, କେଶୁରା, ଭୁବନେଶ୍ୱର
ଫୋନ୍‌ ଦେଖିଲେ ମନେପଡ଼େ
ପିଲାମାନଙ୍କଠାରୁ ଫୋନ୍‌କୁ ଦୂରେଇ ରଖିବା ପାଇଁ ମୁଁ ଚେଷ୍ଟାକରେ ସତ, କିନ୍ତୁ ଫୋନ୍‌ରେ ହିଁ ମୁଁ ସବୁ କାମ କରେ। ଫୋନ୍‌ ଯେମିତି ମୋର ସବୁଠୁ ଘନିଷ୍ଠ ସାଙ୍ଗ ଭଳି। ଶାଶୁ ଘର ଲୋକ ଏବଂ ବାପଘର ଲୋକ ତଥା ମୋ ସାଙ୍ଗସାଥୀ ସମସ୍ତଙ୍କ ଜନ୍ମଦିନ ମତେ ମନେପକାଇ ଦିଏ ଫୋନ୍‌। ସେଥିପାଇଁ ମୁଁ ଠିକ୍‌ ସମୟରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଘରେ କିଛି ଭଲ ଖାଦ୍ୟ ତିଆରି କରିଥାଏ।
-ସୋନାଲି ଲେଙ୍କା, ଗୃହିଣୀ, ଗୋପାଳପୁର, କଟକ

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri