ମାମଲା ନିୟନ୍ତ୍ରଣ କରୁଛନ୍ତି ମଧ୍ୟସ୍ଥ

ଢେଙ୍କାନାଳ ଅଫିସ, ୩୧।୩(ରତନ ନାୟାର): ୨୦୨୦ରେ ୪ ହଜାର ୯୭, ୨୦୨୧ରେ ୪ ହଜାର ୭୨୧, ୨୦୨୨ରେ ୫ ହଜାର ୧୮୧ ଏବଂ ୨୦୨୩ ଫେବୃୟାରୀ ୨୮ ସୁଦ୍ଧା ୯୦୮ଟି ଆପରାଧିକ ମାମଲା ରେକର୍ଡ ହେବା ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ସ୍ଥିତି କେତେ ବିପର୍ଯ୍ୟସ୍ତ ତାହାକୁ ସ୍ପଷ୍ଟ କରିଛି। କେବଳ ଏତିକି ନୁହେଁ, ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ସମ୍ପର୍କିତ ମାମଲା ମଧ୍ୟ ଆଶାତୀତ ବୃଦ୍ଧି ପାଇବା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।
ଆପରାଧିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ଢେଙ୍କାନାଳ ଜିଲାରେ ରହିଛି ୧୫ ଥାନା ଏବଂ ୯ ଫାଣ୍ଡି। ତଥାପି ବର୍ଷକୁ ବର୍ଷ ଅପରାଧ ସଂଖ୍ୟା ବଢ଼ିବା ପୋଲିସ ପ୍ରଶାସନ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ଭିତରେ ଯେଉଁ କଥାଟି ସମ୍ମୁଖକୁ ଆସିଛି ତାହା ଯେତିକି ସମ୍ବେଦନଶୀଳ, ସେତିକି ଚିନ୍ତାଜନକ ମଧ୍ୟ। କାରଣ ଆପରାଧିକ କାର୍ଯ୍ୟକଳାପ ସମ୍ପର୍କିତ ସୂଚନା ସଂଗ୍ରହ କରିବା ଲାଗି ପୋଲିସ ପକ୍ଷରୁ ନିୟୋଜିତ ଇନ୍‌ଫର୍ମର ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି। ସେମାନେ ଅଭିଯୁକ୍ତ ପକ୍ଷ ଆଡ଼କୁ ଢଳୁଛନ୍ତି। ଟଙ୍କା ନେଇ ମାମଲାର ଦିଗ ମୋଡ଼ି ଦେଉଛନ୍ତି। ଅନେକ ସମୟରେ ପୀଡ଼ିତଙ୍କୁ ଗିରଫଦାରି ଭୟ ଦେଖାଇ ମାମଲା ଉଠାଇନେବାକୁ ବାଧ୍ୟ କରୁଛନ୍ତି। ଅଭିଯୋଗକାରୀଙ୍କ ମାମଲାକୁ କୋହଳ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତଙ୍କୁ ମତାଇ ପାଲଟା ଅଭିଯୋଗ କରୁଛନ୍ତି। ଏହାକୁ ନେଇ କାଉଣ୍ଟର କେସ୍‌ ସଂଖ୍ୟା ବଢୁଛି ଏବଂ ବର୍ଷ ବର୍ଷ ଧରି କୋର୍ଟରେ ମାମଲା ଗଡ଼ିଚାଲୁଛି। ଏଭଳି ଘଟଣା ବୃଦ୍ଧି ପାଉଥିବାରୁ ପୀଡ଼ିତ ପରିବାର ଥାନା କଚେରିକୁ ଦୌଡ଼ିବା ଅପେକ୍ଷା ଅନେକ କ୍ଷେତ୍ରରେ ଇନ୍‌ଫର୍ମରଙ୍କ କଥା ମାନିବାକୁ ବାଧ୍ୟ ହେଉଛନ୍ତି।
ଅନ୍ୟପଟେ ଜିଲାର ବହୁ ପୋଲିସ ଅଧିକାରୀଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ଆଚରଣ ଏବଂ ଉଚ୍ଚାରଣରେ ପାର୍ଥକ୍ୟ ଯୋଗୁ ଥାନା, ଫାଣ୍ଡିକୁ ଯିବା ପୂର୍ବରୁ ସାଧାରଣ ଜନତା ଅନେକ ଥର ଭାବୁଛନ୍ତି। ପୋଲିସ ବିଭାଗରେ ଅଧସ୍ତନ କର୍ମଚାରୀଙ୍କଠାରୁ ପଦସ୍ଥ ଅଧିକାରୀମାନେ ଦୀର୍ଘଦିନ ହେଲା ଗାଦି ମାଡ଼ିବସିଛନ୍ତି। ଜନ ପ୍ରତିନିଧିଙ୍କ ବାହୁଛାୟା ତଳେ ରହି ସେମାନେ ନିଜର ପତିଆରା ବଢ଼ାଇ ଚାଲିଛନ୍ତି। ଗୋ-ଚାଲାଣକାରୀ, ପଥର ମାଫିଆଙ୍କ ସମେତ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସଲାସୁତରା କରି ବିପୁଳ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ଧମକାଇ ସେମାନଙ୍କଠାରୁ ଶାଗମାଛ ଦରରେ ଜମି କିଣି ନେଇ ଜିଲାର ସ୍ଥାୟୀ ବାସିନ୍ଦା ପାଲଟିଯିବା ମଧ୍ୟ ନଜିର ରହିଛି। ୨୦୨୨ରେ ଏଭଳି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୋଗରେ ଡିଏସ୍‌ପି ର଼୍ୟାଙ୍କର ଜଣେ ଅଧିକାରୀଙ୍କ ସମେତ ଅନ୍ୟ କେତେଜଣ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ପ୍ରତି ଥାନା, ଫାଣ୍ଡିରେ ଅସାଧୁ କାର୍ଯ୍ୟରେ ଲିପ୍ତ ଏଭଳି ଅନେକ କର୍ମଚାରୀ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ଏଭଳି ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକଳାପ ଖାକିରେ କଳଙ୍କ ବୋଳୁଥିବାବେଳେ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ଦୂରତା ବଢୁଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ନୂତନ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ଜିଲାରେ ଯୋଗଦେବା ପରେ ପୋଲିସ ବ୍ୟବସ୍ଥାକୁ ସଜଡ଼ାଯାଉଛି। ଏସ୍‌ସି, ଏସ୍‌ଟି ମାମଲା ଓ କାଉଣ୍ଟର କେସ୍‌ ବୃଦ୍ଧି ପାଉଛି। ଜିଲାକୁ ଯେପରି ଅଧିକ ସଂଖ୍ୟକ ପୋଲିସ ଅଫିସର ଆସିବେ, ସେ ଦିଗରେ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri