ମେୟର ପ୍ରାର୍ଥୀଙ୍କ ଜୋର୍‌ଦାର ପ୍ରଚାର

ଭୁବନେଶ୍ୱର, ୧୩।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଉତ୍ସାହିତ ପ୍ରାର୍ଥୀ ଓ ସମର୍ଥକ। ହାତରେ ଆଉ ମାତ୍ର ଦିନ କେଇଟା। ତେଣୁ କିପରି ଭୋଟରମାନଙ୍କୁ ନିଜ ଆଡକୁ ଢଳାଇବେ ସେ ନେଇ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ମହାନଗର ନିର୍ବାଚନରେ ସମସ୍ତଙ୍କ ନଜର ରହିଛି ହେଭି ଓ୍ବେଟ୍‌ ନେତ୍ରୀମାନଙ୍କ ଉପରେ। ଚଳିତଥର ଭୁବନେଶ୍ୱର ପ୍ରଥମ କରି ମହିଳା ମେୟରଙ୍କୁ ପାଇବାକୁ ଯାଉଛି। ମେୟର ପ୍ରାର୍ଥୀ ଭାବେ ମଇଦାନକୁ ୧୨ଜଣ ମହିଳା ଓହ୍ଲାଇଛନ୍ତି। ତେବେ ଲୋକଙ୍କ ନଜର ରାଜ୍ୟର ପ୍ରମୁଖ ୩ଦଳ ଯଥା ବିଜେଡ଼ି, ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନଙ୍କ ଉପରେ ରହିଛି। କାହାର ମଧ୍ୟ ରାଜନୀତି ନେଇ ପ୍ରତ୍ୟେକ୍ଷ ଭାବେ ଅଭିଜ୍ଞତା ନ ଥିବାବେଳେ କିପରି ନିର୍ବାଚନ ବୈତରଣୀକୁ ପାର୍‌ କରିବେ ସେ ନେଇ କସରତ ଆରମ୍ଭ କରି ଦେଲେଣି। ନାମାଙ୍କନ ଦାଖଲ ପର ଦିନଠାରୁ ହିଁ ୩ ହେଭି ଓ୍ବେଟ୍‌ ପ୍ରାର୍ଥୀମାନେ ଜୋର୍‌ଦାର ପ୍ରଚାର ଆରମ୍ଭ କରି ଦେଲେଣି। ଟାଣ ଖରା କାରଣରୁ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଚାର କରାଯାଉଛି। ଶନିବାର ବିଜେଡ଼ି ପ୍ରାର୍ଥୀ ସୁଲୋଚନା ଦାସ ପ୍ରାତଃ ସମୟରେ ଓ୍ବାର୍ଡ ନଂ ୪୯ ସ୍ଥିତ ଖାରବେଳ ପାର୍କ, ଖଣ୍ଡଗିରି ଯୋଗଶିବିର ଏବଂ ପ୍ରଜ୍ଞା ବିହାର ପାର୍କ ପରିଭ୍ରମଣ କରି ଲୋକଙ୍କ ସହିତ ମିଶିଥିଲେ। ଏହାପରେ ପ୍ରାର୍ଥୀ ଅଜିତ୍‌ ବେହେରାଙ୍କ ନେତୃତ୍ୱରେ ବଡ଼ଗଡ଼ ଗ୍ରାମ ପରିଭ୍ରମଣ କରିଥିଲେ। ପୂର୍ବତନ କର୍ପୋରେଟର ପ୍ରତାପ ଜେନା ଥିଲେ। ସେହିପରି ଓ୍ବାର୍ଡ ନଂ ୫୮ରେ କର୍ପୋରେଟର ପ୍ରାର୍ଥୀ ପୁଷ୍ପା ଦାସଙ୍କ ନେତୃତ୍ୱରେ ବ୍ରହ୍ମେଶ୍ୱର ପାଟଣା, ବିରଞ୍ଚତ୍ନାରାୟଣ ମହାସୁପକାରଙ୍କ ନେତୃତ୍ୱରେ ସାମନ୍ତରାପୁର ଅଞ୍ଚଳ ବୁଲି ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ପରେ ସନ୍ଧ୍ୟା ସମୟରେ ଧର୍ମବିହାର କମ୍ୟୁନିଟି ସେଣ୍ଟର, ସୌଭାଗ୍ୟ ନଗରରେ ଭୋଟର, ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳାଗୋଷ୍ଠୀଙ୍କୁ ଭେଟିଥିଲେ। ଏହି ସମୟରେ ସୁଲୋଚନାଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ନେତା ସମରେଶ ବେହେରା, ସନ୍ତୋଷ ବେଗ୍‌ଙ୍କ ସମେତ ବହୁ ସମର୍ଥକ ରହିଥିଲେ।
ଅପରପକ୍ଷେ ପଞ୍ଚାୟତ ନିର୍ବାଚନରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଉ କୌଣସି ଚାନ୍ସ୍‌ ନେବାକୁ ଚାହୁଁ ନାହାନ୍ତି ଦଳୀୟ ନେତା। ତେଣୁ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ସହ ଏବେଠାରୁ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି ଏମ୍‌ପି ଅପରାଜିତା ଷଡଙ୍ଗୀ। ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ପାଖକୁ ଯାଇ ଲବି କରୁଛନ୍ତି। ମୁଖ୍ୟତଃ ଶାସକ ଦଳର ଅପରାଗତାକୁ ପ୍ରସଙ୍ଗ କରି ପରିବର୍ତ୍ତନ ଦ୍ୱାହି ଦେଉଛନ୍ତି। ରାଜନୀତିରେ ନୂଆକରି ପାଦ ଥାପିଥିବା ସୁନୀତି ମଧ୍ୟ ପାରୁ ପର୍ଯ୍ୟନ୍ତ ଭୋଟରଙ୍କୁ ମନାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଶନିବାର ସୁନୀତି ନିଳାଦ୍ରୀବିହାର ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଯାଇଁ ଭୋଟରଙ୍କ ପାଖକୁ ଯାଇ ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ଜୋର୍‌ଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଭୁବନେଶ୍ୱରର ପ୍ରାୟ ଅଢେଇଲକ୍ଷ ଲୋକ ବସ୍ତି ଅଞ୍ଚଳରେ ରହୁ ଥିବାରୁ ସେହି ଅଞ୍ଚଳକୁ ଫୋକସ୍‌ କରୁଛନ୍ତି। ଶନିବାର ମଧୁସ୍ମିତା ନିଜ ସମର୍ଥକଙ୍କ ସହିତ ମେ ଫେୟାର ମୁଣ୍ଡା ସାହି, କପିଳେଶ୍ୱର ଅଞ୍ଚଳ, ନୟାପଲ୍ଲୀ, ମାର୍କେଟ ବିଲ୍ଡିଂ ଅଞ୍ଚଳ, ୧ନଂ ହାଟ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିଥିଲେ। ତାଙ୍କ ସହ ଭୁବନେଶ୍ୱର ଜିଲା ସଭାପତି ବିଶ୍ୱଜିତ୍‌ ଦାସ, ବରିଷ୍ଠ ମହିଳାନେତ୍ରୀ ସ୍ବାଧିନବାଳା ଦାସ, ସ୍ମିତାଞ୍ଜଳୀ ମହାନ୍ତି, ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା ଏବଂ ସ୍ଥାନୀୟ କର୍ପୋରେଟର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri