ମେୟର ପ୍ରାର୍ଥୀଙ୍କ ଜୋର୍‌ଦାର ପ୍ରଚାର

ଭୁବନେଶ୍ୱର, ୧୩।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଉତ୍ସାହିତ ପ୍ରାର୍ଥୀ ଓ ସମର୍ଥକ। ହାତରେ ଆଉ ମାତ୍ର ଦିନ କେଇଟା। ତେଣୁ କିପରି ଭୋଟରମାନଙ୍କୁ ନିଜ ଆଡକୁ ଢଳାଇବେ ସେ ନେଇ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ମହାନଗର ନିର୍ବାଚନରେ ସମସ୍ତଙ୍କ ନଜର ରହିଛି ହେଭି ଓ୍ବେଟ୍‌ ନେତ୍ରୀମାନଙ୍କ ଉପରେ। ଚଳିତଥର ଭୁବନେଶ୍ୱର ପ୍ରଥମ କରି ମହିଳା ମେୟରଙ୍କୁ ପାଇବାକୁ ଯାଉଛି। ମେୟର ପ୍ରାର୍ଥୀ ଭାବେ ମଇଦାନକୁ ୧୨ଜଣ ମହିଳା ଓହ୍ଲାଇଛନ୍ତି। ତେବେ ଲୋକଙ୍କ ନଜର ରାଜ୍ୟର ପ୍ରମୁଖ ୩ଦଳ ଯଥା ବିଜେଡ଼ି, ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନଙ୍କ ଉପରେ ରହିଛି। କାହାର ମଧ୍ୟ ରାଜନୀତି ନେଇ ପ୍ରତ୍ୟେକ୍ଷ ଭାବେ ଅଭିଜ୍ଞତା ନ ଥିବାବେଳେ କିପରି ନିର୍ବାଚନ ବୈତରଣୀକୁ ପାର୍‌ କରିବେ ସେ ନେଇ କସରତ ଆରମ୍ଭ କରି ଦେଲେଣି। ନାମାଙ୍କନ ଦାଖଲ ପର ଦିନଠାରୁ ହିଁ ୩ ହେଭି ଓ୍ବେଟ୍‌ ପ୍ରାର୍ଥୀମାନେ ଜୋର୍‌ଦାର ପ୍ରଚାର ଆରମ୍ଭ କରି ଦେଲେଣି। ଟାଣ ଖରା କାରଣରୁ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଚାର କରାଯାଉଛି। ଶନିବାର ବିଜେଡ଼ି ପ୍ରାର୍ଥୀ ସୁଲୋଚନା ଦାସ ପ୍ରାତଃ ସମୟରେ ଓ୍ବାର୍ଡ ନଂ ୪୯ ସ୍ଥିତ ଖାରବେଳ ପାର୍କ, ଖଣ୍ଡଗିରି ଯୋଗଶିବିର ଏବଂ ପ୍ରଜ୍ଞା ବିହାର ପାର୍କ ପରିଭ୍ରମଣ କରି ଲୋକଙ୍କ ସହିତ ମିଶିଥିଲେ। ଏହାପରେ ପ୍ରାର୍ଥୀ ଅଜିତ୍‌ ବେହେରାଙ୍କ ନେତୃତ୍ୱରେ ବଡ଼ଗଡ଼ ଗ୍ରାମ ପରିଭ୍ରମଣ କରିଥିଲେ। ପୂର୍ବତନ କର୍ପୋରେଟର ପ୍ରତାପ ଜେନା ଥିଲେ। ସେହିପରି ଓ୍ବାର୍ଡ ନଂ ୫୮ରେ କର୍ପୋରେଟର ପ୍ରାର୍ଥୀ ପୁଷ୍ପା ଦାସଙ୍କ ନେତୃତ୍ୱରେ ବ୍ରହ୍ମେଶ୍ୱର ପାଟଣା, ବିରଞ୍ଚତ୍ନାରାୟଣ ମହାସୁପକାରଙ୍କ ନେତୃତ୍ୱରେ ସାମନ୍ତରାପୁର ଅଞ୍ଚଳ ବୁଲି ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ପରେ ସନ୍ଧ୍ୟା ସମୟରେ ଧର୍ମବିହାର କମ୍ୟୁନିଟି ସେଣ୍ଟର, ସୌଭାଗ୍ୟ ନଗରରେ ଭୋଟର, ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳାଗୋଷ୍ଠୀଙ୍କୁ ଭେଟିଥିଲେ। ଏହି ସମୟରେ ସୁଲୋଚନାଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ନେତା ସମରେଶ ବେହେରା, ସନ୍ତୋଷ ବେଗ୍‌ଙ୍କ ସମେତ ବହୁ ସମର୍ଥକ ରହିଥିଲେ।
ଅପରପକ୍ଷେ ପଞ୍ଚାୟତ ନିର୍ବାଚନରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଉ କୌଣସି ଚାନ୍ସ୍‌ ନେବାକୁ ଚାହୁଁ ନାହାନ୍ତି ଦଳୀୟ ନେତା। ତେଣୁ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ସହ ଏବେଠାରୁ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି ଏମ୍‌ପି ଅପରାଜିତା ଷଡଙ୍ଗୀ। ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ପାଖକୁ ଯାଇ ଲବି କରୁଛନ୍ତି। ମୁଖ୍ୟତଃ ଶାସକ ଦଳର ଅପରାଗତାକୁ ପ୍ରସଙ୍ଗ କରି ପରିବର୍ତ୍ତନ ଦ୍ୱାହି ଦେଉଛନ୍ତି। ରାଜନୀତିରେ ନୂଆକରି ପାଦ ଥାପିଥିବା ସୁନୀତି ମଧ୍ୟ ପାରୁ ପର୍ଯ୍ୟନ୍ତ ଭୋଟରଙ୍କୁ ମନାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଶନିବାର ସୁନୀତି ନିଳାଦ୍ରୀବିହାର ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଯାଇଁ ଭୋଟରଙ୍କ ପାଖକୁ ଯାଇ ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ଜୋର୍‌ଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଭୁବନେଶ୍ୱରର ପ୍ରାୟ ଅଢେଇଲକ୍ଷ ଲୋକ ବସ୍ତି ଅଞ୍ଚଳରେ ରହୁ ଥିବାରୁ ସେହି ଅଞ୍ଚଳକୁ ଫୋକସ୍‌ କରୁଛନ୍ତି। ଶନିବାର ମଧୁସ୍ମିତା ନିଜ ସମର୍ଥକଙ୍କ ସହିତ ମେ ଫେୟାର ମୁଣ୍ଡା ସାହି, କପିଳେଶ୍ୱର ଅଞ୍ଚଳ, ନୟାପଲ୍ଲୀ, ମାର୍କେଟ ବିଲ୍ଡିଂ ଅଞ୍ଚଳ, ୧ନଂ ହାଟ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିଥିଲେ। ତାଙ୍କ ସହ ଭୁବନେଶ୍ୱର ଜିଲା ସଭାପତି ବିଶ୍ୱଜିତ୍‌ ଦାସ, ବରିଷ୍ଠ ମହିଳାନେତ୍ରୀ ସ୍ବାଧିନବାଳା ଦାସ, ସ୍ମିତାଞ୍ଜଳୀ ମହାନ୍ତି, ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା ଏବଂ ସ୍ଥାନୀୟ କର୍ପୋରେଟର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri