ଯାଞ୍ଚ ହେବ ମାଷ୍ଟରମାଇଣ୍ଡ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର

ବ୍ରହ୍ମପୁର,୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ପୂର୍ବରୁ ଧରାପଡ଼ିଛନ୍ତି। ଗତ ପ୍ରାୟ ଦେଢ଼ ମାସ ତଳେ ବ୍ରହ୍ମପୁର ପୋଲିସ ଗଞ୍ଜାମ ଜିଲାରେ ଅପରେଟ୍‌ କରୁଥିବା ଏକ ନକଲି ଜାଲ୍‌ ସାର୍ଟିଫିକେଟ୍‌ ର଼୍ୟାକେଟକୁ ଠାବ କରିଥିଲା। ଏହାର ମାଷ୍ଟରମାଇଣ୍ଡ ଥିବା ଶିକ୍ଷକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱରର ଦୈତାରୀ ବେହେରା ଓ ତାଙ୍କ ପୁଅ ଅମୃତପ୍ରସାଦଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ଗୋଷାଣି ନୂଆଗାଁ ଥାନା ପୋଲିସ ଏହି ମାମଲାର ତଦନ୍ତ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚେର ଖୋଜି ପାଉନି। କାହାର ଛତ୍ରଛାୟା ତଳେ ରହି ଦୈତାରୀ ଏହି ର଼୍ୟାକେଟ ଚଳାଉଥିଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ଦୈତାରୀ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ ତାଙ୍କର ସମସ୍ତ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ବିନିତା ସେନାପତି କହିଛନ୍ତି। ଯାଞ୍ଚପରେ ତାଙ୍କ ଶିକ୍ଷା ପ୍ରମାଣପତ୍ର ଅସଲି କି ନକଲି ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ଜିଲାରେ ବର୍ତ୍ତମାନ ସୁଦ୍ଧା ୪୪୧ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନାମରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଛି। ଜିଲା ଶିକ୍ଷା ବିଭାଗ ଏହାର ତଦନ୍ତ କରୁଛି। ଯାଞ୍ଚ ପରେ ଜାଲ୍‌ ଚିହ୍ନଟ ହୋଇଥିବା ୯୬ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବେଳେ ୪୭ଜଣ ଚାକିରିରୁ ବିଦା ହୋଇ ସାରିଲେଣି। ଅନ୍ୟପଟେ ବାହାର ରାଜ୍ୟର ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଜିଲାରେ ବହୁ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରି କରୁଛନ୍ତି। ସେଭଳି ପ୍ରାୟ ୨ଶହ ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ମଧ୍ୟ ଶିକ୍ଷା ବିଭାଗ ନିକଟରେ ଦାବି କରାଯାଇଛି। ଗତ ଏପ୍ରିଲ୍‌ ୨୪ରେ ଗୋଷାଣି ନୂଆଗାଁ ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ଏକ ନକଲି ବିଇଡି ସାର୍ଟିଫିକେଟ୍‌ ପାଇଥିବା ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ ତଦନ୍ତ କରି ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌ ଠାବ କରିଥିଲା। ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ଦୈତାରୀ ଏହି କାରବାରର ମାଷ୍ଟରମାଇଣ୍ଡ୍‌ ବୋଲି ଜଣାପଡ଼ିଥିଲା। ସେ ତାଙ୍କ ପୁଅ ସହାୟତାରେ ଅନ୍ୟ ୨ଜଣ ଢ଼େଙ୍କାନାଳର ପ୍ରଶାନ୍ତ ସାହୁ ଓ କଟକର କିଶୋର ବେହେରାଙ୍କୁ ନେଇ ନକଲି ସାର୍ଟିଫିକେଟ୍‌ ବେପାର କରୁଥିଲେ। ପ୍ରଶାନ୍ତଙ୍କ ଘର ଓ ଦୋକାନରୁ ପୋଲିସ ମାଟ୍ରିକ୍‌ ଠାରୁ ଆରମ୍ଭ କରି +୨ ସାର୍ଟିଫିକେଟ୍‌, ଧନ୍ଦାମୂଳକ ଶିକ୍ଷା, ଇଞ୍ଜିନିୟରିଂ, ହୋମିଓପାଥି ଡାକ୍ତର ସାର୍ଟିଫିକେଟ୍‌ ସହିତ ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜର ସାର୍ଟିଫିକେଟ୍‌, ଛତିଶଗଡ଼ର ମାଟ୍ରିକ୍‌ ସାର୍ଟିଫିକେଟ୍‌ ଜବତ କରିଥିଲା। ଏହି କାରବାରର ଚେର ବାହାର ରାଜ୍ୟକୁ ଲମ୍ବିଥିବା ପୋଲିସ ସୁରାକ୍‌ ପାଇଥିଲା। ବ୍ରହ୍ମପୁର ପୋଲିସ ତଦନ୍ତ ପାଇଁ ବାହାର ରାଜ୍ୟକୁ ମଧ୍ୟ ଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତଦନ୍ତରେ ସେଭଳି କିଛି ଅଗ୍ରଗତି ଦେଖିବାକୁ ମିଳିନାହିଁ। ଏତେବଡ଼ ରାକେଟ୍‌ କେତେଦିନ ଧରି ଚାଲିଥିଲା ଓ କେତେ ପିଲାଙ୍କୁ ନକଲି ସାର୍ଟିଫିକେଟ୍‌ ବିକ୍ରି ହୋଇଛି, ତାହା ଉପରୁ ପୋଲିସ ପରଦା ଉଠାଇ ପାରିନାହିଁ। ଜିଲାରେ ଚିହ୍ନଟ ହୋଇଥିବା ନକଲି ଶିକ୍ଷକ ଦୈତାରୀଙ୍କ ଠାରୁ ସାର୍ଟିଫିକେଟ୍‌ ଆଣିଥିବା ସନ୍ଦେହ କରାଯାଉଛି। ତେଣୁ ଦୈତାରୀଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କଲେ ପୋଲିସକୁ କିଛି ଠୋସ୍‌ ପ୍ରମାଣ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri