ବଜାର ଖସିପାରେ

ମାସ ପରେ ମାସ ଭାରତର ମୋଟ ଘରୋଇ ଉପତ୍ାଦ ( ଜିଡିପି) କମିଚାଲିଥିବାବେଳେ ଶେୟାର ବଜାର ଦିନ ପରେ ଦିନ ବୃଦ୍ଧିପାଇ ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକର ଠିକ୍‌ ପରଠାରୁ ଏହା ଚମକିବାରେ ଲାଗିଛି। ଗତ ମାର୍ଚ୍ଚରେ ଯେଉଁ ଲୋକମାନେ ସେମାନଙ୍କ ଜମା ରାଶିର ଅଧା ପୁଞ୍ଜିବଜାରରେ ଲଗାଇଥିଲେ ସେମାନେ ଦୁଇଗୁଣ ଲାଭ ପାଇବେ। ୧୦୦ ପ୍ରତିଶତରୁ ଅଧିକ ଲାଭ ରହିବ। ଅବଶ୍ୟ ଶେୟାର ବଜାରର ଗତିଶୀଳତା ଓ ଅର୍ଥବ୍ୟବସ୍ଥା ସମାନ ନାର୍ହିଁି। ଅର୍ଥବ୍ୟବସ୍ଥା କମୁଥିବାବେଳେ ନିଯୁକ୍ତି ହ୍ରାସ ପାଇଛିି। ଚାହିଦା ବି କମିଛି। ଚାହିଦା ପୂରା କମିଯିବାରୁ କମ୍ପାନୀଗୁଡ଼ିକ ସେମାନଙ୍କ ଉପତ୍ାଦ ବିକ୍ରି କରିବା ଲାଗି କ୍ରେତା ପାଇବାରେ ବିଫଳ ହୋଇଛନ୍ତି। ସେବା ଓ ସାମଗ୍ରୀଗୁଡ଼ିକର ବିକ୍ରି କମିବା ଯୋଗୁ କମ୍ପାନୀଗୁଡ଼ିକ କ୍ଷତି ସହିଛନ୍ତି ଓ ରାଜସ୍ବ ମଧ୍ୟ ହ୍ରାସ ପାଇଛି। ନିବେଶକମାନଙ୍କୁ ପ୍ରଦାନ କରାଯାଉଥିବା ଲାଭାଂଶ ବି କମିଛି। ସାଧାରଣ ପରିସ୍ଥିତିରେ ଷ୍ଟକ୍‌ ପ୍ରାଇସ ବା ଶେୟାର ମୂଲ୍ୟ କମିବା ଦେଖାଯାଏ। କିନ୍ତୁ ଷ୍ଟକ ପ୍ରାଇସ ଲଗାତର ଅହେତୁକ ଭାବେ ବୃଦ୍ଧି ପାଉଛି। ଏକ ବିରାଟ ପାଣି ଫୋଟକା ସୃଷ୍ଟି ହେବା ଭଳି ଜଣାପଡୁଛି। ଆଉ ବେଶି ଦିନ ନୁହେଁ,ଆମ ଆଗରେ ହିଁ ଏହା ଫାଟିଯିବ। କିନ୍ତୁ କାହିଁକି ଏଭଳି ବିପରୀତ ସ୍ଥିତି ଉପୁଜୁଛି? ନିବେଶକମାନେ କ’ଣ ସମ୍ପୂର୍ଣ୍ଣ ଅନଭିଜ୍ଞ ? ନା ଏହା ନୁହେଁ। ଏହି ସବୁ ପ୍ରଶ୍ନ ଏବଂ ଏଭଳି ଆହୁରି ଅନେକ ପ୍ରଶ୍ନ ମନକୁ ଆସୁଛି। ମହାମାରୀ ସମୟରେ କମ୍ପାନୀଗୁଡ଼ିକର ମଜୁରୀବାବଦ ଖର୍ଚ୍ଚ କିମିଛି। କମ୍ପାନୀମାଲିକଙ୍କର ଆୟ ସେହି ପରିମାଣରେ ବୃଦ୍ଧି ହେବା ଶେୟାର ବଜାରରେ ଅପ୍ରତ୍ୟାଶିତ ବୃଦ୍ଧିର ଏକ କାରଣ ହୋଇପାରେ। ବାସ୍ତବରେ ମଜୁରି କମିଥିବାବେଳେ କମ୍ପାନୀ ମାଲିକମାନେ ଆୟ ଖୁବ୍‌ ବଢିଯାଇଛି। ଏଣୁ ଅର୍ଥ ବ୍ୟବସ୍ଥା ଖୁବ୍‌ ନିମ୍ନଗାମୀ ହୋଇଛି। କିନ୍ତୁ ମାଲିକମାନଙ୍କ ଲାଭ ବଢିଛି, ଯାହା କମ୍ପାନୀର ଷ୍ଟକ୍‌ ପ୍ରାଇସକୁ ବଢାଇ ଦେଇଛି। ଯେତେବେଳେ କମ୍ପାନୀଗୁଡ଼ିକ ମଜୁରି ବାବଦ ଖର୍ଚ୍ଚ କମ କରିବାକୁ ଘେଷଣା କରୁଥିତ୍ବାବେଳେ ଆମେ ଶେୟାର ମୂଲ୍ୟ ବଢିବା ଦେଖିତ୍ବାକୁ ପାଉ। କରୋନା ମହାମାରୀରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ଶେୟାର ବଜାର ବଢୁଛି। ଏହି ମାନ୍ଦାବସ୍ଥା କମ୍ପାନୀଗୁଡ଼ିକର ବିକ୍ରି କମାଇ ଦେଇଛି କାରଣ ଚାହିଦା ପୂରା କମିଯାଇଛି। ତଥାପି ପ୍ରକୃତ ମଜୁରି କମିବାବେଳେ କମ୍ପାନୀଗୁଡ଼ିକର ମାଲିକମାନଙ୍କ ଲାଭ ତୀବ୍ର ଭାବେ ବଢିବାରେ ଲାଗିଲା। କିନ୍ତୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ)ର ଅନୁକୂଳ ମୁଦ୍ରା ନୀତି ଏକ ଉତ୍ତମ ପଦକ୍ଷେପ ଏବଂ ଏହା ବଜାର ବୃଦ୍ଧିକୁ ବଜାୟ ରଖିତ୍ବାରେ ସାହାଯ୍ୟ କରିଛି। ଲୋକମାନଙ୍କର ଋଣ ଓ ଶେୟାର ବଜାରରେ ନିବେଶ କରିବାକୁ ପ୍ରଚୁର ଟଙ୍କା ରହିଛି। ଆଉ ଏକ କାରଣ ହେଉଛି, କାହିଁକି ଶେୟାର ମୂଲ୍ୟ ବୃଦ୍ଧି ପାଉଛି । ତାହା ହେଉଛି କର୍ପୋରେଟଗୁଡ଼ିକର ସଞ୍ଚିତ ପୁଞ୍ଜି। ଚାହିଦା କମିବା ଯୋଗୁ କର୍ପୋରେଟ ହାଉସଗୁଡ଼ିକ ସେମାନଙ୍କ ବିଜ୍‌ନେସରେ ନୂଆ ନିବେଶ କରୁନାହାନ୍ତି । ସଥିପାଇଁ ସେମାନେ ପାଇଥିବା ଲାଭର ଏକ ଭାଗ ଶେୟାରହୋଲଡରମାନଙ୍କୁ ଦେଉଛନ୍ତି। ଶେୟାରହୋଲଡରମାନଙ୍କୁ ଅଧିକ ଲାଭ କିମ୍ବା ଶେୟାର-ବାଏ- ବ୍ୟାକ୍‌ ମାଧ୍ୟମରେ ଫେରଉଛନ୍ତି। ଉଚ୍ଚ ଲାଭାଂଶ ପ୍ରଦାନ ଶେୟାର ମୂଲ୍ୟକୁ ବଢାଏ। ଶେୟାର-ବାଏ- ବ୍ୟାକ ମଧ୍ୟ ମାର୍କେଟରେ ଶେୟାରର ଯୋଗାଣ ଆକାର ହ୍ରାସ କରେ। ଏହା ଷ୍ଟକ ପ୍ରାଇସ ବଢିବାରେ ସାହାଯ୍ୟ କରେ। ଏବେ ମିଆଦୀ ଜମା ଉପରେ ଦିଆଯାଉଥିବା ବ୍ୟାଙ୍କ ସୁଧ କମ୍‌ ରହିଛି । ଡିସେମ୍ବର ତ୍ରୈମାସିକରେ ୬% ଖୁଚୁରା ମୁଦ୍ରାସ୍ଫୀତି ଥିବାବେଳେ ସୁଧ ହାର ତାହା ନାହିଁ। ଯେ କୌଣସି ଭାରତୀୟ ବ୍ୟାଙ୍କ ମିଆଦୀ ଜମା ଅବଧି ଉପରେ ସୁଧ ୫ରୁ ୬% ଦେଉନାହିଁ। ଏଣୁ କେବଳ ଶେୟାର ବଜାରରେ ନିବେଶ କରିବା ଏକମାତ୍ର ବାଟ ଯେଉଁଥିତ୍ରେ ଅଧିତ୍କ ଲାଭ ମିଳିବା ନିଶ୍ଚିତ। ବ୍ୟାଙ୍କ ଦ୍ୱାରା ସହଜ ପୁଞ୍ଜି ଉପଲବ୍ଧତା, ବ୍ୟାଙ୍କରେ ଟଙ୍କା ରଖିତ୍ ସୁଧ ପାଇବାର ଆଶା ଏବଂ ଆକର୍ଷଣୀୟ ଶେୟାର ବଜାର ମିଳିତ ଭାବେ ନିବେଶଙ୍କମାନଙ୍କୁ ପୁଞ୍ଜିବଜାର ପ୍ରତି ଉତ୍ସାହିତ କରୁଛି। ଏହା କ’ଣ ବେଶି ଦିନ ରହିବ? ନା, ସେଭଳି ସମ୍ଭାବନା ନାହିଁ। ଅଧିତ୍କ ଦିନ ରହିବ ମାନେ ଏହା ବିସ୍ପୋରଣ ଆଡକୁ ଗତି କରିବ। ମଧ୍ୟବର୍ତ୍ତିକାଳୀନ ଦୀର୍ଘମିଆଦୀ ଭିତ୍ତିରେ ଏହା ହୋଇପାରେ। ମଜୁରି ବାବଦ ଯଦି ଖର୍ଚ୍ଚ ବଢେ ତେବେ କମ୍ପାନୀଗୁଡ଼ିକର ଲାଭ ହ୍ରାସ ପାଇବା ସମ୍ଭାବନା ଦେଖାଦେବ। ଯଦି ଚଳିତ ବଜେଟରେ ସରକାର ଯେଉଁ ଟିକସ ପାଇବା ପାଇଁ ଆକଳନ କରିଛନ୍ତି ତାହା ନ ହେଲେ ତୃତୀୟ ଓ ଚତୁର୍ଥ ତ୍ରୈମାସିକରେ ରାଜସ୍ବ ଆଦାୟ ହ୍ରାସ ପାଇବ। ଏଭଳି ପରିସ୍ଥିତିରେ ଶେୟାର ବଜାର ବି ତଳକୁ ଖସିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri