କୋଟିଏ ଟଙ୍କାର ରାସ୍ତାରେ ବସୁଛି ହାଟ

ଯାଜପୁର ଅଫିସ/ଯାଜପୁର ରୋଡ୍‌, ୨୧।୯ (ଡି.ଏନ୍‌.ଏ.): କର୍ମବର୍ଦ୍ଧିଷ୍ଣୁ ଯାଜପୁର ସହରର ଟ୍ରାଫିକ ସମ୍ଭାଳିବାକୁ ସହରରେ ନୂତନ ବିକଳ୍ପ ରାସ୍ତା ପ୍ରତି ଧ୍ୟାନ ଦିଆଯାଉନାହିଁ। ଜିଲା ପ୍ରଶାସନ, କଳିଙ୍ଗନଗର ଉନ୍ନୟନ ପରିଷଦ ଓ ଯାଜପୁର ମ୍ୟୁନିସିପାଲିଟିର ଏ ଦିଗରେ ସମନ୍ବିତ ଉଦ୍ୟମ ନାହିଁ କି ଦୂରଦୃଷ୍ଟି ନାହିଁ। ପ୍ରତିଦିନ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଧବଳଗିରି, ଚୋରଦା ଛକ, ନହକା ଛକ, ଦଳାଛକ, ଡାକବଙ୍ଗଳା ଛକକୁ ଯାତାୟାତ ନେଇ ଅନେକ ଚର୍ଚ୍ଚା ହେଉଛି। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବିନିମୟରେ ନହକାଛକଠାରୁ ବାଇପାସ୍‌ ଛକ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ ହୋଇଛି। କିନ୍ତୁ ଏହି ରାସ୍ତା ଯାତାୟାତକୁ ସହଜ କରିବା ପରିବର୍ତ୍ତେ ଆହୁରି ଜଟିଳ କରିଛି। ଜିଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ଯୋଗୁ ଗ୍ରୀନ୍‌ ମାର୍କେଟ ଓ ଗଣେଶ ବଜାର ରାସ୍ତାକଡ଼ରେ ବସୁଥିବା ଡେଲି ମାର୍କେଟକୁ ଉଠାଇ ନିଆଯାଇ ଉକ୍ତ ନୂତନ ରାସ୍ତାର ଏକ ପାର୍ଶ୍ୱରେ ଥଇଥାନ କରାଯାଇଛି। ଫଳରେ ରାସ୍ତାର ଅନ୍ୟ ପାର୍ଶ୍ୱ ଦେଇ କମ୍ପାନୀ ବସ୍‌, ପରିବହନ ଟ୍ରକ ଆଦି ଚଳାଚଳ ଯୋଗୁ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେବା ସହ ନିୟମିତ ଭାବେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଖୁବଶୀଘ୍ର ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି
ପ୍ରକାଶଥାଉ କି, ଯାଜପୁର ସହରକୁ ଆସିବାକୁ ସାଧାରଣ ଭାବରେ ଧବଳଗିରି ଛକ, ନହକା ଛକ, ଗୋପବନ୍ଧୁ ଛକ, ଦଳାଛକ, ଡାକବଙ୍ଗଳା ଛକ ଦେଇ ଯାଇଥିବା ରାସ୍ତା ବ୍ୟବହୃତ ହୋଇଥାଏ। ପାଣିକୋଇଲି ପଟରୁ ଯାଜପୁରରୋଡ୍‌ ସହରକୁ ପ୍ରବେଶ କରିବାକୁ ହେଲେ ଦଳାଛକ ଦେଇ ନହକା ଛକ ଓ ଗଣେଶ ମାର୍କେଟ ରାସ୍ତା ରହିଛି। ସେହିପରି କଳିଙ୍ଗନଗର ଶିଳ୍ପାଞ୍ଚଳ ପଟରୁ ସହରକୁ ପ୍ରବେଶ କରିବାକୁ ଚୋର୍ଦ୍ଦା, ବାଇପାସ୍‌ ରାସ୍ତା ଦେଇ ଗୋପବନ୍ଧୁ ଛକକୁ ରାସ୍ତା ରହିଛି। ଅନ୍ୟପକ୍ଷେ ଯାଜପୁର-କେନ୍ଦୁଝର ରୋଡ୍‌ ରେଲୱେ ଷ୍ଟେଶନକୁ ଯିବାକୁ ହେଲେ ଗୋପବନ୍ଧୁ ଛକ ଦେଇ ଯିବାକୁ ପଡ଼େ। ଯାଜପୁର ସହର ଦେଇ କେନ୍ଦୁଝର ରାସ୍ତାକୁ ପହଞ୍ଚତ୍ବାକୁ ହେଲେ ସେହି ନହକା ଛକ, ଚୋର୍ଦ୍ଦାଛକ କିମ୍ବା ଗୋପବନ୍ଧୁ ଛକ ଦେଇ ଅଗ୍ନିଶମ ବିଭାଗ ସମ୍ମୁଖ ଗୋଳେଇ ଛକରେ ମିଶିବାକୁ ପଡ଼େ। ସମ୍ପ୍ରତି ନିର୍ମାଣାଧୀନ ମିଲିଟାରୀ ଛକରୁ ଅଗ୍ନିଶମ ବିଭାଗ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ନୂତନ ଭାବେ ନିର୍ମାଣ ହୋଇଥିବା ବାଇପାସ୍‌ ଛକରୁ ନହକା ଛକ ଦେଇ ପ୍ରାୟ ସମସ୍ତ ଭାରିଯାନ ଚଳାଚଳ ହେଉଛି। କିନ୍ତୁ ଜିଲା ପ୍ରଶାସନର ତରବରିଆ ନିଷ୍ପତ୍ତି ଯୋଗୁ ଏହି ନୂତନ ଚାରିଥାକିଆ ରାସ୍ତା ପନିପରିବା ବଜାର ପାଲଟିଛି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହ ଅନ୍ୟପାର୍ଶ୍ୱରେ ଉଭୟ ଦିଗରୁ ଭାରିଯାନ ସହ କାର, ବାଇକ୍‌ ଆଦି ଚଳାଚଳ କରୁଛି। ଏଥିପ୍ରତି କାହାରି ନିଘା ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। କରୋନା ଯୋଗୁ ଅସ୍ଥାୟୀ ଭାବେ ଏହି ରାସ୍ତାକୁ ପନିପରିବା ବଜାର ଉଠିଯାଇଥିଲେ ହେଁ ଏବେ ଅନ୍ୟ ସମସ୍ତ ବ୍ୟବସ୍ଥାକୁ ପ୍ରାୟ ସ୍ବାଭାବିକ କରାଯାଇଛି। କିନ୍ତୁ କୋଟିଏ ଟଙ୍କାର ରାସ୍ତାର ଉଚିତ ବ୍ୟବହାର ହୋଇପାରି ନ ଥିବାରୁ ରାସ୍ତା ମଝିରେ ନିର୍ମାଣ ହୋଇଥିବା ମିଡିଆନ ଏକ ପ୍ରକାର ଡ୍ରେନ ପାଲଟିଛି। ପଚାଶଢ଼ା ପନିପରିବା ସେଥିରେ ପକାଇ ଦିଆଯାଉଥିବାରୁ ଉତ୍କଟ ଗନ୍ଧ ବାହାରି ଆଖପାଖ ପରିବେଶକୁ ପ୍ରଦୂଷିତ କରୁଛି। ଆଗାମୀ ଦୁର୍ଗାପୂଜା ପୂର୍ବରୁ ଏଥିପ୍ରତି ପ୍ରଶାସନ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌରପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନହକା ରାସ୍ତାରେ ବଜାର ବସାଯାଇଛି। ଆଗାମୀ ଦିନରେ ବଜାର ବସେଇବାକୁ ଚୋର୍ଦ୍ଦା ମାଛ ମାର୍କେଟ ଏବଂ କୋପଣ୍ଡରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଖୁବଶୀଘ୍ର ଟେଣ୍ଡର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri