ବଜାର ବଢୁଛି, ପାର୍କିଂ ବ୍ୟବସ୍ଥା ନାହିଁ

ନୟାଗଡ଼ ଅଫିସ,୨୬।୮: ନୟାଗଡ଼ ଏନଏସି ମ୍ୟୁନିସିପାଲିଟି ହେଲା । ଏବେ ବଜାର ପରିସୀମା ବଢ଼ୁଥିବାବେଳେ ସହରର ଲୋକସଂଖ୍ୟା ବଢ଼ିବାରେ ଲାଗିଛି। ଜିଲା ସଦର ମହକୁମା ହୋଇବି ନୟାଗଡ଼ ସହରରେ ପାର୍କିଂ ବ୍ୟବସ୍ଥା ନାହିଁ । ଫଳରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ନିରାକରଣ କରାଯାଇ ପାରୁନାହିଁ । ଏଭଳି ସ୍ଥଳେ ନୟାଗଡ଼ ସବ୍‌ଜେଲ ଖୁଣ୍ଟୁବନ୍ଧକୁ ସ୍ଥାନାନ୍ତରିତ ପରେ ୨୦୦୯ରୁ ପୁରୁଣା ଜେଲ ଜମିରେ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଦାବି ହୋଇ ଆସୁଛି । ତେବେ ପ୍ରଶାସନ ପକ୍ଷରୁ ପୁରୁଣା ଜେଲ ଜମିରେ କ’ଣ କରାଯିବ ଘୋଷଣା କରାଯାଇନାହିଁ । ୨୦୦୯ରେ ସେହି ଜମିରେ ମାର୍କେଟିଂ କମ୍ପ୍ଲେକ୍ସ କରିବା ପାଇଁ ପ୍ରଶାସନର ଉଦ୍ୟମ ପରେ ସାଧାରଣରେ ପ୍ରତିବାଦ କରାଯାଇଥିଲା । ଏପରି କି ନୟାଗଡ଼ ଓକିଲ ସଂଘ କୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏବେ କେଶ କୋର୍ଟରେ ନାହିଁ। ଏଣୁ ସେହି ଜମିରେ ପ୍ରଶାସନ ମାର୍କେଟ କମ୍ପ୍ଲେକ୍ସ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିବା ପରେ ସାଧାରଣରେ ବିରୋଧ ଆରମ୍ଭ ହୋଇଛି । ଅପରପକ୍ଷେ ପୁରୁଣା ଜେଲ ଜମିରେ କେତେକାଂଶରେ ପରିବା ମାର୍କେଟ ହୋଇଛି । ପୁଣି ଅଳ୍ପ ସ୍ଥାନରେ ପୂଜା ମଣ୍ଡପ ନିର୍ମାଣ ହୋଇଛି ା ଅବଶିଷ୍ଟ ଜମିରେ ଯାନବାହାନ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି ା
ଏନେଇ କଂଗ୍ରେସ ସେବା ଦଳ ଷ୍ଟିୟରିଂ କମିଟି ସଦସ୍ୟ ମନୋଜ ସାହୁ କୁହନ୍ତି, ପୁରୁଣା ଜେଲ ଜମି ମୂଲ୍ୟବାନ । ଏହି ଜମି ଉପରେ ସମସ୍ତଙ୍କ ନଜର ରହିଛି। ସେଠାରେ ମାର୍କେଟ କମ୍ପ୍ଲେକ୍ସ କରାଗଲେ ଭଲ ହେବ ଦର୍ଶାଯାଇ ଲବି ଚାଲିଛି । ହେଲେ ପାର୍କିଂ ଚିନ୍ତାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଜିଲା ସଦର ମହକୁମା ହେଲେ ବି ନୟାଗଡ଼ରେ ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉ ନାହିଁ । ସେଠରେ ପ୍ରଥମେ ପାର୍କିଂ ବ୍ୟବସ୍ଥା କରାଯାଇ ପରେ ଯାହା କରାଯାଉଛି ହେଉ । ଭାଜପା ଯୁବନେତା ସନ୍ତୋଷ ପ୍ରଧାନ କୁହନ୍ତି, ସହରରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଲୋକମାନେ ଗାଡ଼ି ରଖିବାକୁ ସବୁବେଳେ ହଇରାଣ ହେଉଛନ୍ତି। ଏଣୁ ଗ୍ରାଉଣ୍ଡ ଫ୍ଲୋର ଓ ପ୍ରଥମ ମହଲାକୁ ପାର୍କିଂ ବ୍ୟବସ୍ଥା ରଖି ଅତ୍ୟାଧୁନିକ ମଲ କରାଗଲେ ଚଳିବ । ସିପିଆଇ(ଏମ) ନେତା ବିଶ୍ୱନାଥ ମହାପାତ୍ର କୁହନ୍ତି, ସହରରେ ମ୍ୟୁନିସିପାଲିଟି ବିଜୁ ମାର୍କେଟ, ଜୁବୁଲି ମାର୍କେଟ, ରାଜୀବ ମାର୍କେଟ କରିଛି । ହେଲେ କେଉଁ ମାର୍କେଟରେ ପାର୍କିଂ ବ୍ୟବସ୍ଥା ନାହିଁ । ଏଣୁ ପୁରୁଣା ଜେଲ ଜମିରେ ଖୋଲା ପାର୍କିଂ ବ୍ୟବସ୍ଥା କରାଯିବା ନିହାତି ଦରକାର । ସେଠାରେ ସହରର ବିଭିନ୍ନ ପୂଜା ମଣ୍ଡପ, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ । ବିଜେଡି ନେତା ଶ୍ରୀକାନ୍ତ ପଟ୍ଟନାୟକ କୁହନ୍ତି, ଜେଲ ଜମିରେ ମାର୍କେଟ କମ୍ପ୍ଲେକ୍ସ ଯଦି କରାଯାଏ ଗ୍ରାଉଣ୍ଡ ଫ୍ଲେରରେ ପାର୍କିଂ ବ୍ୟବସ୍ଥା କରାଯାଉ । ସହର ଭିତରେ ଟୁ ହୁଇଲର ଓ ଫୋର ହୁୁଇଲର ରଖିବା ପାଇଁ ସ୍ଥାନ ନାହିଁ । ସେଠାରେ ଉପରୋକ୍ତ ବ୍ୟବସ୍ଥା କରାଗଲେ ସହରରୁ ଟ୍ରାଫିକ ପାର୍କିଂ ସମସ୍ୟାର ସମାଧାନ ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri