ବଜାର ବଢୁଛି, ପାର୍କିଂ ବ୍ୟବସ୍ଥା ନାହିଁ

ନୟାଗଡ଼ ଅଫିସ,୨୬।୮: ନୟାଗଡ଼ ଏନଏସି ମ୍ୟୁନିସିପାଲିଟି ହେଲା । ଏବେ ବଜାର ପରିସୀମା ବଢ଼ୁଥିବାବେଳେ ସହରର ଲୋକସଂଖ୍ୟା ବଢ଼ିବାରେ ଲାଗିଛି। ଜିଲା ସଦର ମହକୁମା ହୋଇବି ନୟାଗଡ଼ ସହରରେ ପାର୍କିଂ ବ୍ୟବସ୍ଥା ନାହିଁ । ଫଳରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ନିରାକରଣ କରାଯାଇ ପାରୁନାହିଁ । ଏଭଳି ସ୍ଥଳେ ନୟାଗଡ଼ ସବ୍‌ଜେଲ ଖୁଣ୍ଟୁବନ୍ଧକୁ ସ୍ଥାନାନ୍ତରିତ ପରେ ୨୦୦୯ରୁ ପୁରୁଣା ଜେଲ ଜମିରେ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଦାବି ହୋଇ ଆସୁଛି । ତେବେ ପ୍ରଶାସନ ପକ୍ଷରୁ ପୁରୁଣା ଜେଲ ଜମିରେ କ’ଣ କରାଯିବ ଘୋଷଣା କରାଯାଇନାହିଁ । ୨୦୦୯ରେ ସେହି ଜମିରେ ମାର୍କେଟିଂ କମ୍ପ୍ଲେକ୍ସ କରିବା ପାଇଁ ପ୍ରଶାସନର ଉଦ୍ୟମ ପରେ ସାଧାରଣରେ ପ୍ରତିବାଦ କରାଯାଇଥିଲା । ଏପରି କି ନୟାଗଡ଼ ଓକିଲ ସଂଘ କୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏବେ କେଶ କୋର୍ଟରେ ନାହିଁ। ଏଣୁ ସେହି ଜମିରେ ପ୍ରଶାସନ ମାର୍କେଟ କମ୍ପ୍ଲେକ୍ସ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିବା ପରେ ସାଧାରଣରେ ବିରୋଧ ଆରମ୍ଭ ହୋଇଛି । ଅପରପକ୍ଷେ ପୁରୁଣା ଜେଲ ଜମିରେ କେତେକାଂଶରେ ପରିବା ମାର୍କେଟ ହୋଇଛି । ପୁଣି ଅଳ୍ପ ସ୍ଥାନରେ ପୂଜା ମଣ୍ଡପ ନିର୍ମାଣ ହୋଇଛି ା ଅବଶିଷ୍ଟ ଜମିରେ ଯାନବାହାନ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି ା
ଏନେଇ କଂଗ୍ରେସ ସେବା ଦଳ ଷ୍ଟିୟରିଂ କମିଟି ସଦସ୍ୟ ମନୋଜ ସାହୁ କୁହନ୍ତି, ପୁରୁଣା ଜେଲ ଜମି ମୂଲ୍ୟବାନ । ଏହି ଜମି ଉପରେ ସମସ୍ତଙ୍କ ନଜର ରହିଛି। ସେଠାରେ ମାର୍କେଟ କମ୍ପ୍ଲେକ୍ସ କରାଗଲେ ଭଲ ହେବ ଦର୍ଶାଯାଇ ଲବି ଚାଲିଛି । ହେଲେ ପାର୍କିଂ ଚିନ୍ତାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଜିଲା ସଦର ମହକୁମା ହେଲେ ବି ନୟାଗଡ଼ରେ ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉ ନାହିଁ । ସେଠରେ ପ୍ରଥମେ ପାର୍କିଂ ବ୍ୟବସ୍ଥା କରାଯାଇ ପରେ ଯାହା କରାଯାଉଛି ହେଉ । ଭାଜପା ଯୁବନେତା ସନ୍ତୋଷ ପ୍ରଧାନ କୁହନ୍ତି, ସହରରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଲୋକମାନେ ଗାଡ଼ି ରଖିବାକୁ ସବୁବେଳେ ହଇରାଣ ହେଉଛନ୍ତି। ଏଣୁ ଗ୍ରାଉଣ୍ଡ ଫ୍ଲୋର ଓ ପ୍ରଥମ ମହଲାକୁ ପାର୍କିଂ ବ୍ୟବସ୍ଥା ରଖି ଅତ୍ୟାଧୁନିକ ମଲ କରାଗଲେ ଚଳିବ । ସିପିଆଇ(ଏମ) ନେତା ବିଶ୍ୱନାଥ ମହାପାତ୍ର କୁହନ୍ତି, ସହରରେ ମ୍ୟୁନିସିପାଲିଟି ବିଜୁ ମାର୍କେଟ, ଜୁବୁଲି ମାର୍କେଟ, ରାଜୀବ ମାର୍କେଟ କରିଛି । ହେଲେ କେଉଁ ମାର୍କେଟରେ ପାର୍କିଂ ବ୍ୟବସ୍ଥା ନାହିଁ । ଏଣୁ ପୁରୁଣା ଜେଲ ଜମିରେ ଖୋଲା ପାର୍କିଂ ବ୍ୟବସ୍ଥା କରାଯିବା ନିହାତି ଦରକାର । ସେଠାରେ ସହରର ବିଭିନ୍ନ ପୂଜା ମଣ୍ଡପ, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ । ବିଜେଡି ନେତା ଶ୍ରୀକାନ୍ତ ପଟ୍ଟନାୟକ କୁହନ୍ତି, ଜେଲ ଜମିରେ ମାର୍କେଟ କମ୍ପ୍ଲେକ୍ସ ଯଦି କରାଯାଏ ଗ୍ରାଉଣ୍ଡ ଫ୍ଲେରରେ ପାର୍କିଂ ବ୍ୟବସ୍ଥା କରାଯାଉ । ସହର ଭିତରେ ଟୁ ହୁଇଲର ଓ ଫୋର ହୁୁଇଲର ରଖିବା ପାଇଁ ସ୍ଥାନ ନାହିଁ । ସେଠାରେ ଉପରୋକ୍ତ ବ୍ୟବସ୍ଥା କରାଗଲେ ସହରରୁ ଟ୍ରାଫିକ ପାର୍କିଂ ସମସ୍ୟାର ସମାଧାନ ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri