ଫିଲିପାଇନ୍ସକୁ ଫେରିଲା ମାର୍କୋସ ଶାସନ

ମାନିଲା, ୧୧ା୫: ଫିଲିପାଇନ୍ସକୁ ପୁଣି ଫେରିଛି ମାର୍କୋସ୍‌ ଶାସନ। ଏକଚ୍ଛତ୍ରବାଦୀ ଶାସକ ସ୍ବର୍ଗତଃ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କ ପୁଅ ଫଡିର୍ନାଣ୍ଡ ମାର୍କୋସ୍‌ ଜୁନିୟର ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। କଡ଼ା ଟକ୍କର ଦେଇଥିବା ଲେନି ରୋବ୍ରୋଡୋଙ୍କୁ ସେ ପରାଜିତ କରିଛନ୍ତି। ସେହିପରି ବିଦାୟୀ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ଝିଅ ସାରା ଡୁଟେର୍ଟେ ଉପରାଷ୍ଟ୍ରପତି ଭାବେ ନିର୍ବାଚନରେ ବିଜୟୀ ହୋଇଛନ୍ତି। ୬୪ ବର୍ଷୀୟ ମାର୍କୋସ୍‌ ଜୁନିୟର ପାଟ୍ରିଡୋ ଫେଡେରାଲ ଫିଲିପିନାସ୍‌ (ପିଏଫ୍‌ପି) ଦଳ ଟିକେଟରେ ବିପୁଳ ବିଜୟ ହାସଲ ପରେ ଦେଶରେ ଡିକ୍ଟେରଟରଶିପ୍‌ ଶାସନ ବଜାୟ ଜାରି ରହିବା ଆଶଙ୍କା ଦେଖାଦେଇଛି। ତେବେ ସେ ତାଙ୍କ ବାପାଙ୍କଠାରୁ ଭିନ୍ନ ଆଭିମୁଖ୍ୟ ଆପଣାଇପାରନ୍ତି ବୋଲି କୁହାଯାଉଛି।
ବର୍ଷ ଧରି ଶାସନରେ ଥିବା ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କୁ ୧୯୮୬ରେ ‘ପିପୁଲ ପାଓ୍ବାର’ କ୍ରାନ୍ତି ପରେ ପଦରୁ ହଟିବାକୁ ପଡ଼ିଥିଲା। ତାଙ୍କ ବିରୋଧରେ ବହୁ ସଂଖ୍ୟାରେ ମାନବାଧିକାର ଉଲ୍ଲଂଘନ ସହ ପ୍ରାୟ ୧୦ ବିଲିୟନ ଡଲାର ଅର୍ଥ ଲୁଟ୍‌ ଅଭିଯୋଗ ରହିଥିଲା। ଏହା ପରେ ସେ ପରିବାର ସହ ହଓ୍ବାଇକୁ ପଳାୟନ କରିଥିଲେ। ଏହାର ୩୬ ବର୍ଷ ପରେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପୁଅ ଜୁନିୟର ମାର୍କୋସ ପ୍ରାୟ ୧୧ କୋଟି ଜନସଂଖ୍ୟା ବିଶିଷ୍ଟ ଏସୀୟ ରାଷ୍ଟ୍ର ଫିଲିପାଇନ୍ସରେ ୩ କୋଟିରୁ ଊର୍ଦ୍ଧ୍ୱ ଭୋଟ ହାତେଇ ବଡ଼ ଧରଣର ବିଜୟ ହାସଲ କରିଛନ୍ତି। ୧୯୮୯ରେ ମାର୍କୋସ୍‌ ଜୁନିୟରଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମାର୍କୋସ୍‌ ଜୁନିୟରଙ୍କ ମା’ ଇମେଲଦା ମାର୍କୋସ୍‌ କ୍ଷମତା ହାସଲ ପାଇଁ ୨ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ବାପାଙ୍କ କର୍ତ୍ତୃତ୍ୱ ପାଇଁ ମାର୍କୋସ୍‌ ଜୁନିୟର କ୍ଷମା ମାଗିବାକୁ ପୂର୍ବରୁ ମନା କରିଥିଲେ। ତେବେ ମାର୍କୋସ୍‌ ଜୁନିୟରଙ୍କ ବିଜୟ ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏହି ଦେଶରେ ଚାଇନାର ପ୍ରଭାବ ହ୍ରାସ ପାଇଁ ଆମେରିକା ଉଦ୍ୟମ କରିଆସୁଥିବାବେଳେ ବେଜିଂ ପ୍ରତି ମାର୍କୋସ୍‌ ଅଧିକ ଢଳିବା ଓ୍ବାଶିଂଟନ୍‌ ପାଇଁ ଚିନ୍ତାର କାରଣ ହୋଇପାରେ। ମାର୍କୋସ ଜୁନିୟର ବିଦେଶ ନୀତି ସମ୍ପର୍କରେ ବିଶେଷ କରି କହି ନ ଥିଲେ ହେଁ ଚାଇନା ସହ ସେ ଭଲ ସମ୍ପର୍କ ଚାହୁଁଥିବା ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଥିଲେ।
ଲାକାସ୍‌ ସିଏମ୍‌ଡି ଟିକେଟରେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ୪୩ ବର୍ଷୀୟା ସାରା ଡୁଟେର୍ଟେ ଡାଭାଓ ସହରର ମେୟର ଥିଲେ। ସେ ଜଣେ ଆଇନଜୀବୀ ଏବଂ ଫିଲିପାଇନ୍‌ ଆର୍ମିରେ ରିଜର୍ଭ ଅଫିସର ମଧ୍ୟ ରହିଛନ୍ତି। ରାଜନୈତିକ କ୍ୟାରିୟରରେ ସେ ନିଜ ଦକ୍ଷତାରେ ସଫଳତା ହାସଲ କରିଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତୁ ବୋଲି ଡୁଟେର୍ଟେଙ୍କ ଦଳ ଚାହୁଁଥିଲା। କିନ୍ତୁ ୩ ସନ୍ତାନଙ୍କ ମା’ ସାରା ଉପରାଷ୍ଟ୍ରପତି ପଦରେ ନିର୍ବାଚନ ଲଢ଼ିବାକୁ ବାଛିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri