Posted inଖେଳ

ଓଏଫ୍‌ସିର ମୁଖ୍ୟ ପାର୍ଟନର ଜିନ୍ଦଲ ପାନ୍ଥର୍ସ

ଭୁବନେଶ୍ୱର, ୨୯ା୧୧ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଓଡ଼ିଶା ଫ୍ରାଞ୍ଚାଇଜ ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌(ଓଏଫ୍‌ସି)ର ମୁଖ୍ୟ ପାର୍ଟନର ରହିଛି ଜିନ୍ଦଲ ପାନ୍ଥର୍ସ। ସୋମବାର ଏନେଇ ଜିନ୍ଦଲ ପାନ୍ଥର୍ସ ଏବଂ ଓଏଫ୍‌ସି ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଆସନ୍ତା ସିଜନ୍‌ଗୁଡ଼ିକରେ ଜିନ୍ଦଲ ପାନ୍ଥର୍ସ ଓଏଫ୍‌ସିର ମୁଖ୍ୟ ପାର୍ଟନର ରହିବ। ଏକ ଖବରଦାତା ସମ୍ମିଳନୀରେ ଏହି ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା। ପାନ୍ଥର୍ସ ପକ୍ଷରୁ ଜିନ୍ଦଲ ଷ୍ଟିଲ୍‌ର ମୁଖ୍ୟ ମାର୍କେଟିଙ୍ଗ୍‌ ଅଫିସର ସୁଶୀଲ କୁମାର ପ୍ରଧାନ ଏହି ଚୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଏହାସହିତ ଓଏଫ୍‌ସି ଓ ପାନ୍ଥର୍ସର ସହଯୋଗିତା ଫୁଟବଲ୍‌ କ୍ଲବକୁ ଗତି, ଶକ୍ତି ଓ ନମନୀୟତାର ଗୁଣ ପ୍ରଦାନ କରିବ। କ୍ରୀଡ଼ା ମାଧ୍ୟମରେ କମ୍ପାନୀ ସମାଜ ପ୍ରତି ଥିବା ନିଜ ଦାୟିତ୍ୱବୋଧ ପୂରଣ କରୁଛି ବୋଲି ସେ ପ୍ରକାଶ କରିଥିଲେ। ଫୁଟ୍‌ବଲ, କ୍ରିକେଟ୍‌, ହକି, କବାଡ଼ି ଓ ଖୋ ଖୋ ପରି ଖେଳ ସହିତ ପାନ୍ଥର୍ସ ନିଜକୁ ସଂଶ୍ଳିଷ୍ଟ ରଖିଛି। କ୍ରୀଡ଼ା ସହ ଜଡ଼ିତ ରହି ଯୁବବର୍ଗଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ଉଭୟ ଓଏଫ୍‌ସି ଏବଂ ଜିନ୍ଦଲ ଓଡ଼ିଶାରେ ଫୁଟ୍‌ବଲକୁ ଆଗକୁ ନେବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ଓଏଫ୍‌ସିର କ୍ଲବ ସଭାପତି ରାଜ୍‌ ଅଠଓ୍ବାଲ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦିଲ୍ଲୀ ଡାଇନାମୋ ରହିଥିବା ଏହି ଫୁଟ୍‌ବଲ କ୍ଲବଟି ୨୦୧୯ରେ ଓଡ଼ିଶା ସରକାରଙ୍କ ସହଯୋଗରେ ଓଏଫ୍‌ସି ନାମରେ ପୁନଃନାମିତ ହୋଇଥିଲା। ଓଡ଼ିଶାରେ ଫୁଟ୍‌ବଲ ବିପ୍ଳବ ଆଣିବା ଲକ୍ଷ୍ୟରେ ଏହା ୨୦୧୯ରେ ଆଇଏସ୍‌ଏଲ୍‌ରେ ଅଂଶଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri