ମହୁଲ ଫୁଲ ବିକି ପରିବାର ପୋଷୁଛନ୍ତି ଆଦିବାସୀ

ଆର.ଉଦୟଗିରି,୧୬ା୫(ଡି.ଏନ୍‌.ଏ.): ପ୍ରକୃତିର ଋତୁ ପରିବର୍ତ୍ତନ ଅନୁଯାୟୀ ବୃକ୍ଷରାଜି ଫୁଲ ଫଳରେ ପରିବର୍ତ୍ତନ ଘଟେ। ଫଳରେ ଋତୁ ଅନୁଯାୟୀ ଏବେ ମହୁଲ ଫୁଲର ବାସ୍ନାରେ ମହକୁଛି ପ୍ରକୃତି। ଆଉ ସେହି ମହୁଲ ଫୁଲ ମଧ୍ୟ ଆଦିବାସୀଙ୍କୁ ଦେଉଛି ଜୀବିକା। ହେଲେ ବିକ୍ରି ପାଇଁ ସରକାରଙ୍କ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଆର୍ଥିକ ଅନଟନ ଯୋଗୁ ଦୁର୍ଗମ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ଗଜପତିର ଆଦିବାସୀ। ଫଗୁଣ ଆରମ୍ଭରୁ ଫୁଟିବା ଆରମ୍ଭ ହୁଏ ମହୁଲ ଫୁଲ। ଆଉ ଚୈତ୍ର ଯାଇ ବୈଶାଖ ମାସର ପ୍ରାୟ ଶେଷପର୍ଯ୍ୟନ୍ତ ଗଛରୁ ଝଡ଼ିଥାଏ ଏହି ଫୁଲ। ତେଣୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ମହୁଲ ଫୁଲ ବିକ୍ରି କରି ରୋଜଗାର ଆଶାରେ ନିଜର କୋମଳମତି ଶିଶୁମାନଙ୍କୁ ଘର ବାରଣ୍ଡାରେ ଶୁଆଇଦେଇ ରାତି ପାହିଲେ ପିଲାଠାରୁ ଆରମ୍ଭ କରି ବୁଢ଼ା ଯାଏ ସମସ୍ତେ ମହୁଲ ଫୁଲ ସଂଗ୍ରହ ପାଇଁ ପହଞ୍ଚି ଯାଆନ୍ତି ଗଛମୂଳରେ। ଆଉ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସଂଗ୍ରହ କରନ୍ତି ମହୁଲ ଫୁଲ। ଘରେ ଘରେ ଏବେ ମହୁଲ ଫୁଲ ଶୁଖୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗଜପତି ଜିଲା ଆର. ଉଦୟଗିରି ବ୍ଲକ କଙ୍କଡ଼ାଗୁଡା, ଲୁବୁସିଂ, ମୋହନା ବ୍ଲକ୍‌ର ବିରିକୋଟ, ଅଡ଼ବା, ନୂଆଗଡ଼ ବ୍ଲକର ଶରଳାପଦର, ପରିମଳ, ଅନୁଗୁର, କିରାମା, ପୁଟରୁପଡା, ବେତାରସିଂ ଭଳି ଦୁର୍ଗମ ଅଞ୍ଚଳରେ ଏହି ଆଦିବାସୀମାନେ ବସବାସ କରୁଛନ୍ତି। ସେମାନେ ଜଣେ ଜଣେ ଗୋଟିଏ ଗୋଟିଏ ଗଛରୁ ଦିନକୁ ପ୍ରାୟ ୨ରୁ ୩ କେଜି ମହୁଲ ଫୁଲ ସଂଗ୍ରହ କରି କୁଇଣ୍ଟାଲ କୁଇଣ୍ଟାଲ ଗଚ୍ଛିତ କରିବାରେ ସକ୍ଷମ ହୋଇଥାନ୍ତି। କିଛି ଛାତ୍ରୀଛାତ୍ର ସ୍କୁଲରେ ପଢୁଥିବା ବେଳେ ଅନେକ କୋମଳମତି ଛାତ୍ର ମହୁଲ ଫୁଲ ସଂଗ୍ରହ କରି ବୋହିନେଇ ଆସୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିକ୍ରି ବ୍ୟବସ୍ଥା ନ ଥିବାରୁ ଆଦିବାସୀମାନେ ସ୍ଥାନୀୟ ସାଉକାରଙ୍କୁ ବିକ୍ରିକରି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri