ସୁନାର ମାୟା

ଯୁଗ ପରିବର୍ତ୍ତନ ସହ ମଣିଷର ଆଚାର ଓ ବିଚାର ଶକ୍ତି ପରିବର୍ତ୍ତିତ ହୋଇଛି। କିନ୍ତୁ ଅନନ୍ତକାଳ ଧରି ସମଗ୍ର ପୃଥିବୀପୃଷ୍ଠରେ ଯଦି ଦେଖିବା ତେବେ ସୁନା ପ୍ରତି ଥିବା ମୋହ ଅପରିବର୍ତ୍ତିତ ରହିଛି। ବିଶ୍ବର ସମସ୍ତ ଦେଶରେ ସବୁ ଯୁଗରେ ସୁନା ପ୍ରତି ଆଦର ଥିଲେ ସୁଦ୍ଧା, ଭାରତରେ ଏଥିପ୍ରତି ଆଜି ପର୍ଯ୍ୟନ୍ତ ଲୋକଙ୍କ ଦୁର୍ବଳତା କାହିଁରେ କେତେ ରହିଛି। ସେମାନଙ୍କ ପାଇଁ ଏହା ଧର୍ମ, ସଂସ୍କୃତି ଏବଂ ଅର୍ଥନୀତିର ଏକ ମେରୁଦଣ୍ଡ ସଦୃଶ। ସମୟ ବଦଳିବା ସହ ସୁନାର ଦର ଆକାଶଛୁଆଁ ହୋଇଥିଲେ ବି ଲୋକଙ୍କ ମୋହ ଦ୍ବିଗୁଣିତ ହୋଇଛି। ଏହା କେବଳ ଏବେ ନୁହଁ; ବହୁ ପ୍ରାଚୀନ କାଳରୁ ରହିଆସିଛି।
ରାମାୟଣର ସୀତା ହୁଅନ୍ତୁ କି ସୋମନାଥ ମନ୍ଦିରକୁ ସତର ଥର ଲୁଣ୍ଠନ କରିଥିବା ଗଜନୀ ସୁଲତାନ ମାମୁଦ ଏମାନଙ୍କର ସୁନା ପ୍ରତି ଅହେତୁକ ଆସକ୍ତି ଥିଲା। ଏମିତି କି ପ୍ରଭୁ ଶ୍ରଜଗନ୍ନାଥଙ୍କ ସୁନାବେଶ ମଧ୍ୟ ପ୍ରମାଣିତ କରିଥାଏ ଯେ, ସେ ମଧ୍ୟ ସୁନାର ମୋହରୁ ବାଦ ପଡ଼ିନାହାନ୍ତି। ଭାରତୀୟମାନେ ସୁନାକୁ ଏକ ଶୁଭର ପ୍ରତୀକ ରୂପେ ପ୍ରତିପାଦନ କରିବା ସହ ପାଦରେ ଧାରଣ କରି ନ ଥାନ୍ତି। କାରଣ ସୁନାକୁ ଲକ୍ଷ୍ମୀଙ୍କ ସ୍ବରୂପ ରୂପେ ପୂଜା କରାଯାଏ ଏବଂ ଏହା ହଜିଗଲେ ଅଶୁଭ ବୋଲି ମାନିଥାନ୍ତି। ବିଭିନ୍ନ ଶୁଭ କାର୍ଯ୍ୟରେ ଏହାକୁ ଉପହାର ଭାବେ ପ୍ରଦାନ କରାଯାଇଥାଏ। ବିଶେଷକରି ନାରୀମାନଙ୍କର ଲୋଭ ଅଧିକ ଥାଏ। ବିବାହ, ବ୍ରତଘରରେ ଗହଣା ଦେବାର ପରମ୍ପରା ରହିଥିବାରୁ ଗରିବ ହୁଅନ୍ତୁ କି ମଧ୍ୟବିତ୍ତ କିଛି ନା କିଛି ଅଳଙ୍କର କିଣିଥାନ୍ତି। ତେଣୁ ଅନ୍ୟ ଦେଶ ତୁଳନାରେ ଭାରତରେ ସୁନାର ଚାହିଦା ସର୍ବାଧିକ। ପୃଥିବୀର ମୋଟ ସୁନାର ଚାହିଦାର ହାରାହାରି ୨୫ ପ୍ରତିଶତ ସୃଷ୍ଟି ହୋଇଥାଏ ଭାରତରେ ଏବଂ ଏଥିରୁ ୯୦% ହେଉଛି ଗହଣା। ବିଶ୍ୱରେ ଆବିଷ୍କୃତ ସୁନା ପରିମାଣ ପ୍ରାୟ ୨,୪୪,୦୦୦ ମେଟ୍ରିକ ଟନ୍‌ ବୋଲି ଆକଳନ କରାଯାଇଛି। ଏଥିରେ ଐତିହାସିକ ଉତ୍ପାଦନ ଏବଂ ବର୍ତ୍ତମାନ ଜଣାଶୁଣା ଭୂତଳ ଭଣ୍ଡାର ଉଭୟ ଅନ୍ତର୍ଭୁକ୍ତ। ଏହି ସଂଖ୍ୟା ସୂଚାଇ ଦିଏ ଯେ ପୃଥିବୀରେ ପ୍ରତି ବ୍ୟକ୍ତି ପାଇଁ ପ୍ରାୟ ୩୦ ଗ୍ରାମ୍‌ ସୁନା ଅଛି, ଯାହା ଛଅଟି ସୁନା ମୁଦି ସହିତ ସମାନ। ଶ୍ରେଷ୍ଠ ଉତ୍ପାଦକ: ଚାଇନା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ହେଉଛି ସର୍ବବୃହତ ସୁନା ଉତ୍ପାଦନକାରୀ ଦେଶ। କିନ୍ତୁ ପ୍ରକୃତିର ଗନ୍ତାଘରେ ଆଉ ମାତ୍ର ପ୍ରାୟ ୫୦,୦୦୦ ଟନ୍‌ ସୁନା ସଂଗ୍ରହ ଅପେକ୍ଷାରେ ରହିଛି- ଏହା ସଂଗ୍ରହ ହୋଇ ସାରିଥିବା ସୁନାର ପ୍ରାୟ ଏକ ତୃତୀୟାଂଶ ମାତ୍ରା ଏହାର ଅଧାଅଧି ରହିଛି ଦକ୍ଷିଣ ଆଫ୍ରିକାରେ ଏବଂ ରୁଷିଆ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଚାଇନା, ଅଷ୍ଟ୍ରେଲିଆ ଆଦି ଦେଶରେ ବାକିତକ ସୁନା ବାଣ୍ଟି ହୋଇ ରହିଛି। ସୁନାର ବାର୍ଷିକ ଉତ୍ପାଦନ ଏତେ ନଗଣ୍ୟ ଯେ ଏହାଦ୍ବାରା ପୃଥିବୀରେ ଉପଲବ୍ଧ ସୁନା ପରିମାଣରେ ବାର୍ଷିକ ପ୍ରାୟ ମାତ୍ର ୧.୭ ଶତାଂଶ ହାରରେ ବୃଦ୍ଧି ଘଟିଥାଏ। ଏହି ନଗଣ୍ୟ ବୃଦ୍ଧି ହାରକୁ ଦେଖିଲେ ପୃଥିବୀରେ ସୁନା ଯୋଗାଣକୁ ସ୍ଥିର ବୋଲି କହି କିଛି ସୁନାର ଯୋଗାଣ ପ୍ରାୟ ୨.୦୦,୦୦୦ ଟନ୍‌ରେ ସୀମିତ ରହିଯିବ। ସୁନା ଏକ ନମନୀୟ ଧାତୁ ହୋଇଥିବାରୁ ଦୈନନ୍ଦିନ ବ୍ୟବହାରରେ ଲଗାଇବା ସମ୍ଭବ ନୁହେଁ। ତେଣୁ ସୁନାକୁ ବ୍ୟବହାରଯୋଗ୍ୟ କରିବା ପାଇଁ ସେଥିରେ ଖାଦ ମିଶାଯାଏ। ସୁନାର ଶୁଦ୍ଧତାକୁ କ୍ୟାରେଟ ଆକାରରେ ପ୍ରକାଶ କରାଯାଏ। ସମ୍ପୂର୍ଣ୍ଣ ଶୁଦ୍ଧ ସୁବର୍ଣ୍ଣରେ ଥାଏ ୨୪ କ୍ୟାରେଟ, ଏହାକୁ ଆମେ ‘ସହି’ ସୁନା କହିଥାଉ। ଏଥିରେ ତମ୍ବା ମିଶାଇ ‘ଗିନିସୁନା’ ପ୍ରସ୍ତୁତ କରାଯାଏ, ଯାହାର ଶୁଦ୍ଧତା ୨୪ କ୍ୟାରେଟରୁ କମ୍‌ ୨୨ କ୍ୟାରେଟ, ୧୮ କ୍ୟାରେଟ, ୧୪ ଓ ୧୦ କ୍ୟାରେଟ ଆଦି ହୋଇଥାଏ।
ପ୍ରାକୃତିକ ଅବସ୍ଥାରେ ସୁନା ଦୁଇଟି ରୂପରେ ଉପଲବ୍ଧ ହୋଇଥାଏ। ଗୋଟିଏ ହେଲା ପଥର ଫାଙ୍କ ଶିରାରେ ଏହାର ଉପସ୍ଥିତି। ଏହାକୁ ‘ଲୋଡ’ ଡିପୋଜିଟ ବା ମହଜୁଦ ବୋଲି କୁହାଯାଇଥାଏ। ସୁନାଖଣିରୁ ଏ ପଥରକୁ ଉତ୍ତୋଳନ କରି, ଗୁଣ୍ଡ କରି କିମ୍ବା ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଏଥିରୁ ଅଲଗା କରାଯାଏ। ଅନ୍ୟଟିର ହେଉଛି ‘ପ୍ଲେସର୍‌’ ଡିପୋଜିଟ। ଲୋଡ୍‌ ଡିପୋଜିଟ ଉପର ଦେଇ ଦୀର୍ଘକାଳ ଧରି ଜଳ ପ୍ରବାହିତ ହେଲେ କ୍ରମେ କ୍ଷୟ ଘଟି ସୁନା ପଥରରୁ ଅଲଗା ହୋଇ କ୍ଷୁଦ୍ର କ୍ଷୁଦ୍ର କଣିକା ଆକାରରେ ପାଣିରେ ଭାସିଥାଏ। ନଦୀର ସ୍ରୋତ ଧୀମା ହୋଇଗଲେ ଏହି ସୁନା ନଦୀଶଯ୍ୟାର ବାଲି ବା ପଟୁରେ ବସିଯାଏ। ବେଳେବେଳେ ଏହି କଣିକା ଏକାଠି ବାନ୍ଧି ହୋଇ ଛୋଟବଡ଼ ମୁଣ୍ଡାରେ ପରିଣତ ହୋଇଯାଏ। ଏହି ପ୍ରକାର ଜମିଥିବା ସୁନା ହେଉଛି ପ୍ଲେସର୍‌ ଡିପୋଜିଟ। ଯଦି କୋଣସି ସ୍ଥାନରେ ଯଥେଷ୍ଟ ପ୍ଲେସର୍‌ ଡିପୋଜିଟ ଖବର ପ୍ରସାରିତ ହୁଏ ତେବେ ଏହାକୁ ପାଇବାକୁ ସୁନାପ୍ରେମୀମାନଙ୍କ ସୁଅ ଛୁଟେ। ଏହିପ୍ରକାର ବ୍ୟବସ୍ଥାକୁ ଗୋଲ୍ଡରସ କୁହାଯାଏ। ସୁନା ଭଳି ଏକ ମୂଲ୍ୟବାନ ଧାତୁକୁ ପାଇବାକୁ କାହାର ବା ଆଗ୍ରହ ନଥାଏ। ଯଦି ମାଗଣାରେ ଏତେ ମୂଲ୍ୟବାନ ଜିନିଷ ମିଳୁଛି ତେବେ କିଏ ଅବା ହାତଛଡ଼ା କରିବ। ତେଣୁ ସେହି ଗୋଲ୍ଡରସ୍କକୁ ପାଇବାକୁ କିଏ ରାତାରାତି ଧନୀ ହୋଇଯାଏ ତ କେଉଁ ନୀତିବାନ ଲୋକ ହଠାତ ନୀତିହୀନ ହୋଇଯାଏ। ବେଳେବେଳେ ଗୋଲ୍ଡରସ୍କକୁ କେନ୍ଦ୍ରକରି ସମ୍ପୃକ୍ତ ଅଞ୍ଚଳରେ ନୂତନ ଜନବସତିମାନ ଗଢ଼ିଉଠେ। ଦକ୍ଷିଣ ଆଫ୍ରିକାର ଜୋହାନ୍‌ସବର୍ଗ ସହର ସେଠାକାର ୱିଜ୍ୱଟର୍ସରାଣ୍ଡ ଗୋଲ୍ଡରସର ସନ୍ତାନ। ସେହିପରି ୧୮୪୮-୫୨ ମସିହାରେ ଘଟିଥିବା କାଲିଫର୍ନିଆ ଗୋଲ୍ଡରସ ଯୋଗୁ ଆମେରିକାର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ଆସି ସେଠାରେ ବସବାସ କଲେ ଏବଂ ୧୮୫୦ରେ କାଲିଫର୍ନିଆ ଯୁକ୍ତରାଷ୍ଟ୍ର ସଂଘରେ ପ୍ରବେଶ କଲା। ଇତିହାସରେ ବୋଧହୁଏ ସବୁଠାରୁ ପ୍ରସିଦ୍ଧ ଗୋଲ୍ଡରସ ହେଉଛି କାନାଡାରେ। ୧୮୯୮-୯୯ରେ ଘଟିଥିବା କ୍ଲୋଣ୍ଡାଇକ ଗୋଲ୍ଡରସ। କ୍ଲୋଣ୍ଡାଇକ ନଦୀ ଓ ୟୁକନ ନଦୀର ସଙ୍ଗମ ନିକଟରେ ଆବିଷ୍କୃତ ପ୍ଲେସର୍‌ ଡିପୋଜିଟ ସେଠାକୁ ନିୟୁତ ନିୟୁତ ସଂଖ୍ୟାରେ ସୁନା ସନ୍ଧାନୀଙ୍କୁ ଆକର୍ଷିତ କରିଥିଲା-ଯାହା ଇତିହାସରେ ସର୍ବାଧିକ। ଏହା କିନ୍ତୁ ଏପରି ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଥିଲା ଯେ ଖାଦ୍ୟାଭାବ, ମେରୁ ଅଞ୍ଚଳର ଲମ୍ବା ଶୀତରାତିର ଅସହ୍ୟ ଥଣ୍ଡା ଓ ଜଙ୍ଗଲରେ ଲାଗି ଯାଉଥିବା ସର୍ବଗ୍ରାସୀ ନିଆଁ ଆଦି ପ୍ରତିବନ୍ଧକ ଥିଲା। ଖାଦ୍ୟ ଅଭାବରୁ ଲୋକେ ଚପଲକୁ ସିଝାଇ ଖାଇଥିଲେ। କିନ୍ତୁ ସବୁ ବାଧାବିଘ୍ନକୁ ଅତିକ୍ରମ କରି ଶେଷରେ ମାତ୍ର ପ୍ରାୟ ୩୫,୦୦୦ ଦୁଃସାହସୀ ସୁନାପ୍ରେମୀ ସେଠାରେ ପହଞ୍ଚିପାରିଥିଲେ। ଏଠାରେ ଏହି କଥା ଦର୍ଶାଇବାର କାରଣ ହେଉଛି ସୁନା ନିଶା ମଣିଷକୁ କେଉଁ ସ୍ତରରୁ କେଉଁ ସ୍ତରକୁ ଖସାଇ ଦେଇଥାଏ। ଏହା ଏକ ମୂଲ୍ୟବାନ ଧାତୁ ହୋଇଥାଇପାରେ କିନ୍ତୁ ଏଭଳି ଦୁର୍ବାର ଆକର୍ଷଣ ତା’ର ମହାନତା ନୁହେଁ। ସୁନାର ମାୟାରେ ଲୋକେ କାଳକାଳ ଧରି ଆକର୍ଷିତ ହୋଇଚାଲିବେ।

ରାନୀ ନାୟକ
ଢେଙ୍କାନାଳ
ମୋ:୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?