୬ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ବରଗଡ଼ ଅଫିସ୍‌,୨୦ା୮: ଉତ୍ତର ପ୍ରଦେଶ ରାଜ୍ୟ ସୋନଭଦ୍ର ଜିଲା ସୁଖହାରା ଗ୍ରାମର ଉଦୟ ଓରଫ ରାଜୁ ଗୌଡ଼। ସେ ଉକ୍ତ ଗ୍ରାମର ପଞ୍ଚମ ଗୌଡ଼ଙ୍କ ସାନପୁଅ। ଭାଇ ଭଉଣୀ ମଧ୍ୟରୁ ଉଦୟ ମଧ୍ୟମ ସନ୍ତାନ। ୨୦୧୬ରେ ସେ ଘରୁ ନିଖୋଜ ହୋଇ ଓଡ଼ିଶା ଚାଲିଆସିଥିଲେ। ସେତେବେଳେ ମାନସିକ ଅନଗ୍ରସର ଉଦୟଙ୍କୁ ଅପରେଶନ ମୁସ୍କାନ ଦ୍ୱାରା ବରଗଡ଼ ରୋଡ୍‌ ରେଳଷ୍ଟେଶନରୁ ଉଦ୍ଧାର କରାଯାଇଥିଲା। ଜିଲା ଶିଶୁ ମଙ୍ଗଳ ସମିତି ଆଦେଶରେ ଜନକେଡ଼ାସ୍ଥିତ ଗୋପବନ୍ଧୁ ସେବା ସଦନରେ ତାଙ୍କୁ ରଖାଯାଇଥିଲା। ତାଙ୍କୁ ବାରମ୍ବାର କାଉନସେଲିଂ ସତ୍ତ୍ବେ ସେ ନିଜ ପରିଚୟ ଦେଇ ପାରୁ ନ ଥିଲେ। ଗତ ଜୁଲାଇରେ ଉଦୟଙ୍କୁ ପୁଣି କାଉନସେଲିଂ ପରେ ତାଙ୍କ ଠିକଣା ଜଣାପଡ଼ିଥିଲା। ଏହାପରେ ବରଗଡ଼ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ସୋନଭଦ୍ର ଜିଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ଫୋନ୍‌ ଏବଂ ଚିଠି ମାଧ୍ୟମରେ ସୋନଭଦ୍ର ଜିଲା ପ୍ରଶାସନକୁ ଅବଗତ କରିବା ସହିତ ତଦନ୍ତ କରାଯାଇଥିଲା। ଏହାପରେ ଗୁରୁବାର ଉଦୟଙ୍କ ବଡ଼ଭାଇ ପିଣ୍ଟୁ ଓ ସମ୍ପର୍କୀୟ ଅଜା ବରଗଡ଼ ଆସିଥିଲେ। ସେମାନେ ବରଗଡ଼ ଜିଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ ସମିତି କର୍ତ୍ତୃପକ୍ଷଙ୍କୁ ଭେଟି ହଜିଲା ପୁଅ ଉଦୟଙ୍କୁ ଫେରି ପାଇଥିଲେ। ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ବିଦ୍ୟୁତ୍‌ ଦାଶ, ସଦସ୍ୟା କବିତା ମେହେର, ବିରେନ୍ଦ୍ର ମେହେର, ଗୋପବନ୍ଧୁ ସେବା ସଦନର ଭାରପ୍ରାପ୍ତ ଅଧିକାରୀ କେଶବ ପଟେଲ, ପାଣ୍ଡବ ବିଶ୍ୱାଳ, ଚାଇଲ୍ଡ ଲାଇନ୍‌ର ବିକାଶ ମହାପାତ୍ରଙ୍କ ସହଯୋଗ ଏବଂ ପ୍ରଚେଷ୍ଟାରେ ଶୁକ୍ରବାର ଉଦୟ ପରିବାର ସହିତ ନିଜ ଘରକୁ ଫେରିଥିଲେ। ଇତିମଧ୍ୟରେ ଉଦୟଙ୍କ ମା’ ଆଉ ଦୁନିଆଁରେ ନାହାନ୍ତି। ହଜିଲା ପୁଅକୁ ଝୁରି ତାଙ୍କ ଦେହାନ୍ତ ହୋଇସାରି ଥିବାବେଳେ ବାପା ଶଯ୍ୟାଶାୟୀ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

ଖୋଲିବ କି ହର୍ମୁଜ୍ ପ୍ରଣାଳୀ? ଆମେରିକାର ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାର ସମ୍ଭାବନା ନାହିଁ । ଏହାର…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri