ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ କ୍ଷତି ୧.୪ ଲକ୍ଷ କୋଟି

 

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କ୍ଷତି ବଢ଼ି ଚାଲିଛି। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୧୮୯ ରାଷ୍ଟ୍ରାୟତ୍ତ କମ୍ପାନୀ ୧.୪୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରୁ ସାମ୍ନାକୁ ଆସିଛି। ଏହି କମ୍ପାନୀଗୁଡ଼ିକର କ୍ଷତିକୁ ଦେଖିଲେ ମୋଟ ୭୭ ସଂସ୍ଥାଙ୍କ ମୋଟ ମୂଲ୍ୟଠାରୁ କ୍ଷତି ଅଧିକ ରହିଛି। ଏହି କମ୍ପାନୀଗୁଡିକର ମୋଟ ନେଟ୍‌ ମୂଲ୍ୟ ୮୩,୩୯୪ କୋଟି ନକାରାତ୍ମକ ରହିଛି। ୭୭ ଫାର୍ମ ମଧ୍ୟରୁ ୧୫ଟି କମ୍ପାନୀ ୨୦୧୮-୧୯ରେ ୬୬୨ କୋଟି ଟଙ୍କା ଲାଭ ଘୋଷଣା କରିଛନ୍ତି। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ କମ୍ପାନୀଗୁଡିକରେ ଇକ୍ୱିଟି ନିବେଶ ୪୦,୦୦୫ କୋଟି ଟଙ୍କା ରହିଛି। ସେହିଭଳି ସୂଚୀଭୁକ୍ତ ହୋଇଥିବା ୬ କମ୍ପାନୀର ନେଟ୍‌ ଓର୍ଥ (-)୩୫, ୮୬୦ କୋଟି ଟଙ୍କା ରହିଛି। ଏହି କମ୍ପାନୀଗୁଡିକରେ ୬୬୮୫ କୋଟି ଟଙ୍କା ଇକ୍ୱିଟି ନିବେଶ ହୋଇଥିବା ରିପୋର୍ଟରେ କୁହାଯାଇଛି।
ଏୟାର ଇଣ୍ଡିଆର ନେଟ୍‌ ଓର୍ଥ (-)୨୪,୮୯୩ କୋଟି ଟଙ୍କା ରହିଛି। ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ କୁହାଯାଇଛି, ୨୦୧୮-୧୯ରେ ୨୪୭ ସରକାରୀ କମ୍ପାନୀ ଏବଂ ନିଗମ ୧.୭୭ ଲକ୍ଷ କୋଟି ଟଙ୍କା ଲାଭ କରିଥିଲେ। ଏହାର ୬୭%(୧.୨୯ ଲକ୍ଷ କୋଟି) ପେଟ୍ରୋଲିୟମ, ଲିଗ୍‌ନାଇଟ ଏବଂ ଶକ୍ତି ଭଳି କ୍ଷେତ୍ରରେ ରହିଥିବା ୬୩ ସରକାରୀ କମ୍ପାନୀ ଏବଂ ନିଗମଗୁଡିକ ରଖିଛନ୍ତି। ସେହିଭଳି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନରେ ରହିଥିବା କମ୍ପାନୀଗୁଡିକ ୨୯,୨୬୨ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଛନ୍ତି। ମୋଟ ସରକାରୀ କମ୍ପାନୀଗୁଡ଼ିକର ଲାଭାଂଶର ଏହା ୪୦.୭୪%।
୨୦୧୮-୧୯ରେ ୩୬ ରାଷ୍ଟ୍ରାୟତ୍ତ କମ୍ପାନୀ ସରକାରଙ୍କ ଲାଭାଂଶ ପ୍ରଦାନ ନିୟମକୁ ପାଳନ ନ କରିବାକୁ ରାଜକୋଷକୁ ୮,୦୧୧ କୋଟି ଟଙ୍କା କ୍ଷତି ହୋଇଛି। ଏହି ଆର୍ଥତ୍କ ବର୍ଷରେ ୧୫୭ କମ୍ପାନୀ କ୍ଷତି ସହିଛନ୍ତି। ୨୦୧୮-୧୯ରେ ଏହି କମ୍ପାନୀଗୁଡିକ ୩୭,୩୧୦ କୋଟି ଟଙ୍କା କ୍ଷତି ସହିଥିବା ବେଳେ ୨୦୧୭-୧୮ରେ ୪୧,୧୮୦ କୋଟି ଟଙ୍କା କ୍ଷତି ସହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri