ଜୁଆରେ ହାରି ବନ୍ଧା ପଡ଼ିିଲେ ମହାପ୍ରଭୁ

ପୁରୀ ଅଫିସ, ୨୧।୧୦: ଶ୍ରୀମନ୍ଦିରରେ ବୁଧବାର କୁମାର ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜୁଆଖେଳରେ ହାରି ମହାଲକ୍ଷ୍ମୀଙ୍କ ନିକଟରେ ୭ଦିନ ପାଇଁ ବନ୍ଧାପଡ଼ିଛନ୍ତି। ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀମଦନ ମୋହନ ମହାଲକ୍ଷ୍ମୀ ମନ୍ଦିରର ଜଗମୋହନରେ ବିଜେ କରିଥିଲେ। ସେଠାରେ ଜୁଆଖେଳ ହୋଇଥିଲା। ନୀତି ସହ ସଂପୃକ୍ତ ସେବାୟତମାନେ ଶ୍ରୀଦେବୀ (ମହାଲକ୍ଷ୍ମୀ) ଓ ଶ୍ରୀମଦନ ମୋହନଙ୍କୁ ଜୁଆ ଖେଳାଇଥିଲେ। ଏହି ଖେଳରେ କଉଡ଼ିି, ସକଟା, ସୁନା କଉଡ଼ିି ପ୍ରଭୃତି ବ୍ୟବହୃତ ହୋଇଥିଲା। ଶ୍ରୀମଦନମୋହନ ଜୁଆଖେଳରେ ହାରିବା ପରେ ରତ୍ନସିଂହାସନକୁ ବିଜେ କରିଥିଲେ। ସନ୍ଧ୍ୟାଧୂପ ପରେ ମଇଲମ ହୋଇ ଶ୍ରୀଜୀଉମାନଙ୍କୁ ଚନ୍ଦନ ଲାଗି କରାଯାଇଥିଲା। ବଡସିଂହାର ବେଶ ବଢ଼ି ଭୋଗ ପରେ ଗର୍ଭଗୃହ ରତ୍ନସିଂହାସନ ତଳେ ପଶାପାଲି ପଡ଼ିିଥିଲା। ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁ ଜୁଆ ଖେଳିଥିଲେ। ଏଥିରେ ମହାପ୍ରଭୁ ହାରିଯାଇଥିଲେ। ଫଳରେ ସେ ମହାଲକ୍ଷ୍ମୀଙ୍କ ନିକଟରେ ବନ୍ଧା ପଡ଼ିିଥିଲେ।