ପଥର ରୂପରେ ପୂଜା ପାଉଛନ୍ତି ମହାପ୍ରଭୁ

ପୁରୀ, ୮ା୭ (ଅଜିତ୍‌ ମହାନ୍ତି): ବିଶ୍ୱର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ମହାପ୍ରଭୁ କେଉଁଠି ପଥର ରୂପରେ ତ ଆଉ କେଉଁଠି ମୂର୍ତ୍ତିି ରୂପରେ ପୂଜା ପାଉଛନ୍ତି। ଏଭଳି ଏକ ଅନାଲୋଚିତ ଜଗନ୍ନାଥ ମନ୍ଦିର ଉତ୍ତରାଖଣ୍ଡର ଉତ୍ତରକାଶୀଠାରୁ ୬କି.ମି ଦୂର ସାଲ୍ଡ ଗ୍ରାମରେ ରହିଛି। ସମୁଦ୍ର ପତ୍ତନଠାରୁ ୩ହଜାର ଫୁଟ ଉପରେ ଅବସ୍ଥିତ ଏହି ମନ୍ଦିରରେ ପ୍ରସ୍ତର ରୂପରେ ଜଗନ୍ନାଥ ପୂଜା ପାଉଛନ୍ତି। ଏନେଇ ଶୁକ୍ରବାର ଏକ ଘରୋଇ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଲିଉଡ୍‌ ଅଭିିନେତା ସବ୍ୟସାଚୀ ମହାପାତ୍ର, ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ସୂଚନା ଦେଇଛନ୍ତି।
ଛତିଶା ନିଯୋଗ ମହାନାୟକ କହିଛନ୍ତି, ସେ ଯେତେବେଳେ ଉତ୍ତରକାଶୀକୁ ଯାଇଥିଲେ ଜାଣିବାକୁ ପାଇଥିଲେ ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ରହିଛି। ସେ ସେହି ମନ୍ଦିରକୁ ଯାଇଥିଲେ ମଧ୍ୟ ପହୁଡ଼ ପଡ଼ିଥିବାରୁ ଦର୍ଶନ କରିପାରି ନ ଥିଲେ। ସେଠାରେ ମହାପ୍ରଭୁ ଅଖିଆ ଅପିଆ ରହୁଥିବା ତାଙ୍କୁ ବ୍ୟଥିତ କରିଥିଲା। ପରେ ସେ ଏନେଇ ଅଭିନେତା ସବ୍ୟସାଚୀଙ୍କୁ ଜଣାଇଥିଲେ। ସଂଯୋଗବଶତଃ ସେହି ସମୟରେ ଅର୍ଚ୍ଚିତାଙ୍କର ଏକ ସୁଟିଂ ଉତ୍ତରାଖଣ୍ଡରେ ଥିଲା। ସବ୍ୟସାଚୀ ଓ ଅର୍ଚ୍ଚିତା ସେହି ମନ୍ଦିରକୁ ଯାଇଥିଲେ। ତେବେ ସେଠାରେ ଜଗନ୍ନାଥଙ୍କ ଦାରୁମୂର୍ତ୍ତି ବଦଳରେ ଶିଳାମୂର୍ତ୍ତି ରହିଛି। ଜଗନ୍ନାଥଙ୍କ ପୂଜା ଠିକ୍‌ ଭାବେ ହେଉ ନ ଥିବା ବେଳେ ପ୍ରସାଦ ଠିକ୍‌ ଭାବେ ଲାଗି ପାରୁନାହିଁ। ତେଣୁ ମହାପାତ୍ର ବାହୁଡ଼ା ଯାତ୍ରା ଦିନ ଉକ୍ତ ମନ୍ଦିରରେ ପୂଜା କରିବାକୁ ଚେଷ୍ଟା କରିଥିଲେ। ମନ୍ଦିର ନିକଟ ୫ଟି ଗ୍ରାମର ଲୋକଙ୍କୁ ଏକାଠି କରି ପୂଜାର୍ଚ୍ଚନା ଆୟୋଜନ କରିଥିଲେ। ସ୍ଥାନୀୟ ଗ୍ରାମର ଲୋକଙ୍କ ଇଷ୍ଟଦେବତା ପ୍ରଭୁ ଶ୍ରୀଜଗନ୍ନାଥ। ଏଭଳିକି ସେମାନଙ୍କ ଲୋକ ଗୀତ ଓ ଝିଅ ବିଦାୟୀ ଗୀତରେ ଶ୍ରୀଜଗନ୍ନାଥଙ୍କ ନାମ ନେଇ ସ୍ମରଣ କରିଥାନ୍ତି। ସେହିପରି ସବ୍ୟସାଚୀ କହିଥିଲେ, ସେ ଏହି ମନ୍ଦିର ଉପରେ ଡକ୍ୟୁମେଣ୍ଟାରି ପ୍ରସ୍ତୁତ ପାଇଁ ଓଡ଼ିଆ ଲୋକଙ୍କ ସହାୟତା ନେଇଥିଲେ। ବ୍ରହ୍ମପୁରର ଜଣେ ଓଡ଼ିଆ ବ୍ୟକ୍ତି ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ସେଠାକାର ପ୍ରଶାସନକୁ ମେଲ୍‌ କରିଥିଲେ। ସେ ଏବଂ ଅର୍ଚ୍ଚିତା ସେଠାରେ ଥିବାବେଳେ ଉତ୍ତରାଖଣ୍ଡ ଉତ୍ତରକାଶୀ ପର୍ଯ୍ୟଟନ ବିଭାଗର ଅଧିକାରୀ ସେଠାରେ ପହଞ୍ଚିଥିଲେ। ଏସବୁ ମହାପ୍ରଭୁଙ୍କ ଲୀଳା। ମନ୍ଦିର ରକ୍ଷଣାବେକ୍ଷଣ ଓ ଉନ୍ନତି ପାଇଁ ସେ ୬ମାସ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନେଇଛନ୍ତି। ଉକ୍ତ ମନ୍ଦିରର ପ୍ରଚାର, ପୁନରୁଦ୍ଧାର ଓ ବିକାଶ ପାଇଁ ସେ ଉତ୍ତରାଖଣ୍ଡ ସରକାର, କେନ୍ଦ୍ର ପର୍ଯ୍ୟଟନ ବିଭାଗ, ଉତ୍ତରକାଶୀ ଏବଂ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ବୋଲି ସବ୍ୟସାଚୀ କହିଛନ୍ତି। ଲୋକକଥା ଅନୁଯାୟୀ, ଉକ୍ତ ମନ୍ଦିରରେ ଜଗନ୍ନାଥଙ୍କ ବିଗ୍ରହ ମାଟିତଳୁ ଆବିର୍ଭାବ ହୋଇଛନ୍ତି। ଥରେ ଜଣେ ବ୍ୟକ୍ତି ହଳ କରୁଥିବା ସମୟରେ ହଳ ଉକ୍ତ ଶିଳାରେ ବାଜିଥିଲା, ଯାହାର ପ୍ରମାଣ ଏବେ ବି ରହିଛି। ଶିଳାଦେହରେ ୭ଟି ଗାର ରହିଛି। ସେହିପରି ଆଦି ଶଙ୍କରାଚାର୍ଯ୍ୟ ୧୨୦୦ ମସିହାରେ ଏଠାକୁ ଆସି ଜଗନ୍ନାଥ ଶିଳା ପ୍ରତିଷ୍ଠା କରିଥିଲେ। ଏହି ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବ୍ୟତୀତ ହନୁମାନ, ଗଣେଶ, ଦୁର୍ଗା ଆଦି ପୂଜା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri