Posted inଫୁରସତ

ଦୁନିଆର ସବୁଠାରୁ ଏକାକି ମହିଳା: ୭୬ ବର୍ଷ ଧରି ଜଙ୍ଗଲରେ ବିତାଉଛନ୍ତି ଜୀବନ

ଏକାକୀ ରହିବା ଯେକୌଣସି ମଣିଷ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ, ହେଲେ ସାଇବେରିଆର ଏକ ଜଙ୍ଗଲରେ ରୁହନ୍ତି ଦୁନିଆର ଏକମାତ୍ର ଏକାକି ମହିଳା। ତାଙ୍କର କୌଣସି ସମ୍ପର୍କୀୟ କିମ୍ବା ପରିବାର ନାହିଁ। ୭୬ ବର୍ଷ ବୟସ୍କା ଏହି ମହିଳା ଜନ୍ମରୁ ଏହି ଜଙ୍ଗଲରେ ଏକୁଟିଆ ରହିଆସୁଛନ୍ତି। ସେ ହେଲେ ଆଗାଫ୍ୟା। ଜଣେ କୋଟିପତି ବ୍ୟବସାୟୀ ମହିଳାଙ୍କ ବିଷୟରେ ଜାଣି ତାଙ୍କୁ ସାହାଯ୍ୟ କରିଛନ୍ତି।ଏବେ ସାଇବେରିଆରେ ତାଙ୍କ ନୂତନ ଘର ର୍ନିମାଣ କରାଯାଉଛି। ଏହି ଘର ସହରାଞ୍ଚଳଠାରୁ ଶହ ଶହ ମାଇଲ ଦୂରରେ ଅବସ୍ଥିତ।

୧୯୩୬ ମସିହାରେ ଷ୍ଟାଲିନଙ୍କ ଶାସନ କାଳରେ ଧାର୍ମିକ ନିର୍ଯାତନାକୁ ଏଡାଇବା ପାଇଁ ଆଗାଫ୍ୟାଙ୍କ ପରିବାର ଜଙ୍ଗଲକୁ ପଳାଇଥିଲେ। ସେହି ସମୟରେ ଆଗାଫ୍ୟା ଜଙ୍ଗଲରେ ଜନ୍ମଗ୍ରହଣ କରିଥିଲେ। ଏତେ ଦିନ ଧରି ଏକୁଟିଆ ରହିଥିବା ଆଗାଫ୍ୟା ବର୍ତ୍ତମାନ ନୂଆ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଆଉ ଏକୁଟିଆ ରହିବାକୁ ଚାହୁଁ ନ ଥିବା କହିଛନ୍ତି।

ଆଗାଫ୍ୟା ଜୀବନର ଅଧିକାଂଶ ସମୟ ଉକ୍ତ ଜଙ୍ଗଲରେ କୃଷକ ଭାବରେ ଅତିବାହିତ କରିଛନ୍ତି। ନିଜ ଖାଦ୍ୟ ପାଇଁ ମଧ୍ୟ ନିଜେ ଚାଷ କରୁଛନ୍ତି। କିନ୍ତୁ ବର୍ତ୍ତମାନ ବାର୍ଦ୍ଧକ୍ୟ ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଜଙ୍ଗଲରେ ରହିବା ତାଙ୍କ ପାଇଁ ନିରାପଦ ନୁହେଁ। ରୁଷିଆର ଆଲୁମିନିୟମ ବ୍ୟବସାୟ ଜଡ଼ିତ ବ୍ୟବସାୟୀ ଓଲେଗ୍‌ ଡେରିପାସ୍କା ତାଙ୍କ ବିଷୟରେ ଜାଣିବା ପରେ ସହଯୋଗର ହାତ ବଢ଼ାଇଛନ୍ତି। ମହିଳାଜଣଙ୍କ ସହରରେ ନିର୍ମିତ ଘରେ ରହିବାକୁ ମନା କରିଦେଇଥିବାରୁ ଶହେରୁ ଅଧିକ କିଲୋମିଟର ଦୂରରେ ତାଙ୍କ ପାଇଁ ଘର ନିର୍ମାଣ କରାଯାଉଛି। ଏଥିପାଇଁ ବ୍ୟବସାୟୀଜଣଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri