ଗଣେଶ ପୂଜା ପ୍ରସଙ୍ଗ: ସ୍ଥାନୀୟ ପ୍ରଶାସନ ନେବ ନିଷ୍ପତ୍ତି

କଟକ ଅଫିସ,୨୦ା୮: ଟ୍ବିନ୍‌ ସିଟି ଭୁବନେଶ୍ୱର ଏବଂ କଟକରେ ଗଣେଶ ପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଗୁରୁବାର ମାମଲାର ବିଚାର କରି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା ବନ୍ଦ ପାଇଁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କଟକ ନଗର ବୁଢ଼ା ଗଣେଶ ପୂଜା କମିଟିର ସଭାପତି ଶିବେନ୍ଦ୍ର କୁମାର ହାତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।