ଆଜି ପ୍ରକାଶ ପାଇବ ଚିଠା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଆସନ୍ତା ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସ୍ଥାନ ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ସମସ୍ତ ଜିଲାପାଳଙ୍କ ନିକଟକୁ ପଠାଯାଇଥିବା ବେଳେ ନିର୍ବାଚନ ପ୍ରସ୍ତୁତିକୁ ପ୍ରାଥମିକତା ଭିତ୍ତିରେ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂରକ୍ଷଣ କାର୍ଯ୍ୟ ଚଳିତ ମାସ ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶୁକ୍ରବାର ତଥା ଅକ୍ଟୋବର ୮ରେ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତିସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷମାନଙ୍କ ଲାଗି ଚିଠା ସଂରକ୍ଷଣ ତାଲିକା ଜିଲାସ୍ତରରେ ପ୍ରକାଶ ପାଇବ। ଅକ୍ଟୋବର ୧୬ରୁ ଏହା ଉପରେ ଆପତ୍ତି ଅଭିଯୋଗ ଶୁଣାଣି କରାଯିବ। ୨୧ ତାରିଖ ସୁଦ୍ଧା ଶୁଣାଣି ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ଅକ୍ଟୋବର ୨୯ ସୁଦ୍ଧା ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରି ରାଜ୍ୟ ସରକାର ୩୦ ତାରିଖରେ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇବେ। ସେହିପରି ଜିଲା ପରିଷଦ ଅଧ୍ୟକ୍ଷ ପାଇଁ ଅକ୍ଟୋବର ୧୬ରେ ଚିଠା ତାଲିକା ଜାରି କରାଯିବ। ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ସହ ୨୯ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯିବ।
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏହା ପୂର୍ବରୁ ୱାର୍ଡଠାରୁ ଆରମ୍ଭ କରି ଜିଲା ପରିଷଦ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀ ଲାଗି ସଂରକ୍ଷଣ ସ୍ଥିର ହେବ। ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ଡେଇଁବ ନାହିଁ। ଏହାକୁ ନେଇ ବିଭିନ୍ନ ଦଳର ବହୁ ଆଶାୟୀ ଆଶଙ୍କା ଭିତରେ ରହିଛନ୍ତି। ଆଞ୍ଚଳିକ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସଂଶୋଧିତ ଆଇନରେ ବ୍ୟବସ୍ଥା ହୋଇଛି । ଫଳରେ ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକରେ ପଛୁଆବର୍ଗ (ଏସ୍‌ଇବିସି)ଙ୍କ ସଂରକ୍ଷଣ କମିବା ଆଶଙ୍କା ଥିବାବେଳେ ଅଣଆଦିବାସୀ ଅଞ୍ଚଳରେ ପଛୁଆବର୍ଗଙ୍କ ପ୍ରତିନିଧିତ୍ୱ ଅଧିକ ରହିପାରେ ।
ରାଜ୍ୟର ୩୦ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟରୁ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ୧୫ ଆସନ ଅଣସଂରକ୍ଷିତ ରହିବ । ଅନ୍ୟ ୧୫ଟି ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୩, ଅନୁସୂଚିତ ଜନଜାତି ପାଇଁ ୭ ଏବଂ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିପାରେ। ତେବେ ଅଣସଂରକ୍ଷିତ ଆସନରୁ ସଂରକ୍ଷିତ ବର୍ଗର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବାରେ କୌଣସି ସମସ୍ୟା ହେବ ନାହିଁ । ଅନ୍ୟପକ୍ଷରେ ଏସ୍‌ସି, ଏସ୍‌ଟି ସଂରକ୍ଷିତ ଆସନରେ ଅଣସଂରକ୍ଷିତ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହାଛଡ଼ା ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗ ପାଇଁ ଯେଉଁ ଆସନ ଚିହ୍ନଟ ହେବ ସେଥିରୁ ମହିଳାଙ୍କ ଲାଗି ବି ସଂରକ୍ଷଣ ରହିବ। ସେହିପରି ୩୦ ଜିଲାରେ ଜିଲା ପରିଷଦ ଉପାଧ୍ୟକ୍ଷ କ୍ଷେତ୍ରରେ ମଧ୍ୟ ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।
ରାଜ୍ୟରେ ଥିବା ୩୧୪ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଲାଗି ମଧ୍ୟ ଅତି ବେଶିରେ ୧୫୭ଟି ଆସନ ଅଣ ସଂରକ୍ଷିତ ରହିବ ଏବଂ ଅବଶିଷ୍ଟ ଆସନଗୁଡ଼ିକ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୫୦ରୁ ଅଧିକ ଏବଂ ଅନୁସୂଚିତ ଜନଜାତି ପାଇଁ ୭୦ରୁ ଅଧିକ ଆସନ ସଂରକ୍ଷିତ ରହିପାରେ । ଫଳରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଲାଗି ପଛୁଆବର୍ଗଙ୍କ ପାଇଁ ୩୦ରୁ ୩୩ ପର୍ଯ୍ୟନ୍ତ ଆସନ ରହିବ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ଲାଗି ମଧ୍ୟ ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ହେବ। ଏହି ପଦବୀ ଲାଗି କେଉଁ ବ୍ଲକରେ କେଉଁ ବର୍ଗର ମହିଳା ସଂରକ୍ଷିତ ଆସନରୁ ନିର୍ବାଚିତ ହେବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ସେହିପରି ରାଜ୍ୟର ୬୭୯୮ ପଞ୍ଚାୟତ ଲାଗି ପ୍ରତି ପଞ୍ଚାୟତରେ ଜଣେ ସରପଞ୍ଚ, ନାଏବ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚିତ ହେବେ। ଏ କ୍ଷେତ୍ରରେ ବି ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଉଲ୍ଲେଖଯୋଗ୍ୟ, ୩୧୪ ବ୍ଲକରୁ ରାଜ୍ୟରେ ୧୧୮ଟି ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବାରୁ ଅନ୍ୟ ବର୍ଗର ଆଶାୟୀଙ୍କ ଚିନ୍ତା ବଢିଯାଇଛି। ପ୍ରତି ପଞ୍ଚାୟତରେ ଥିବା ୱାର୍ଡଗୁଡ଼ିକରୁ ଜଣେ କରି ୱାର୍ଡମେମ୍ବର ନିର୍ବାଚିତ ହେବେ। ଏହି ସଂଖ୍ୟା ୬୦ହଜାରରୁ ଅଧିକ ହେବ। ତେବେ ଏ କ୍ଷେତ୍ରରେ ସଂରକ୍ଷଣ ଆଞ୍ଚଳିକସ୍ତରରେ ହେବାର ଅଛି। ଏହାଛଡ଼ା ରାଜ୍ୟରେ ଥିବା ୮୫୩ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୪୨୬ଟି ଆସନ ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସିଙ୍କ ପାଇଁ ସଂରକ୍ଷିତ ରହିବ ।
ସାଧାରଣତଃ ଓଡ଼ିଶାରେ ଜନସଂଖ୍ୟା ଦୃଷ୍ଟିରୁ ଏସ୍‌ଇବିସିଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଏହି ବର୍ଗର ପ୍ରାର୍ଥୀମାନେ ବହୁ ସ୍ଥାନରେ ବିଭିନ୍ନ ପଦ ପଦବୀ ପାଇଁ ଅଣସଂରକ୍ଷିତ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥାଆନ୍ତି। ଅନୁସୂଚିତ ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ଜନସଂଖ୍ୟା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଯୋଗୁ ବହୁ ଆଶାୟୀ ଆସନ୍ତା ନିର୍ବାଚନରେ ବାଦ୍‌ ପଡ଼ିବା ସମ୍ଭାବନା ରହିଛି। ସଂରକ୍ଷଣ ତାଲିକା ପ୍ରକାଶ ପାଇ ନ ଥିବାରୁ ଆଶାୟୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ତେବେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri