ବାହାଘର ୨୪ ଘଣ୍ଟା ପୂର୍ବରୁ ଦେବାକୁ ପଡିବ ଅତିଥିଙ୍କ ତାଲିକା

ଭୁବନେଶ୍ୱର,୧୯।୪: କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆସନ୍ତା ୨୪ ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି। ହେଲେ ଆସନ୍ତା ୨୧ ତାରିଖରୁ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡ୍‌ଲାଇନ । ଏହି ନିୟମ ମୁତାବକ ବାହାଘରରେ ସମୁଦାୟ ୫୦ ଜଣ ଯୋଗ ଦେଇପାରିବେ। ଏମାନଙ୍କ ମଧ୍ୟରେ ବ୍ରାହ୍ମଣ, କ୍ୟାଟରିଂ ଓ ପରିବାର ଲୋକ ଅନ୍ତର୍ଭୁକ୍ତ ରହିବେ। ଯେଉଁ ୫୦ ଜଣ ଲୋକ ରହିବେ ସେମାନଙ୍କ ତାଲିକା ବାହାଘର ୨୪ ଘଣ୍ଟା ପୂର୍ବରରୁ ପ୍ରଶାସନକୁ ଦେବାକୁ ପଡିବ। ଅନୁମତି ନ ନେଇ କିମ୍ବା ନିୟମ ଭାଙ୍ଗି ବାହାଘର କିମ୍ବା ପ୍ରୋସେଶନ କଲେ ବ୍ୟବହୃତ ଗାଡି, ଡିଜେ, ସାଉଣ୍ଡ ଜବତ କରାଯିବ। ଏପରିକି ଆୟୋଜକ ଏବଂ ଭେନ୍ୟୁ ମାଲିକଙ୍କ ଉପରେ କୋଭିଡ ନିୟମ ଉଲଙ୍ଘନ ମାମଲା ରୁଜୁ କରାଯିବ। ସେହିପରି ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ରହିପାରିବେ।