ମହାପ୍ରଭୁଙ୍କ ଜମିରେ ମଦ ଦୋକାନ ମନା

ପୁରୀ ଅଫିସ,୧୬।୯: ସ୍ବର୍ଗଦ୍ୱାର ନିକଟରେ ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ମଦ ଦୋକାନ ହୋଇପାରିବ ନାହିଁ। ଦଖଲରେ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ମହାପ୍ରଭୁଙ୍କ ମାଲିକାନାରୁ ଜମି କିଣିବାକୁ ପଡ଼ିବ। ସେହିଭଳି ଜମି ଦଖଲ ମାମଲା ଯେ ପର୍ଯନ୍ତ ବିଚାରାଧୀନ ରହିଛି, ସେ ପର୍ଯ୍ୟନ୍ତ କେହି ଏହାକୁ ମଦ ଦୋକାନ ଭାବେ ବ୍ୟବହାର କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖି ପୁରୀ ଅବକାରୀ ବିଭାଗକୁ ସ୍ପଷ୍ଟ କରାଯାଇଛି। ମହାପ୍ରଭୁଙ୍କ ଜମିରେ ମଦ ଦୋକାନ ଖୋଲିବାକୁ ଅନୁମତି ନ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଛି। ଚଳିତବର୍ଷ ବିଦେଶୀ ମଦ ଦୋକାନକୁ ନୂଆ ଲାଇସେନ୍ସ ମିଳିବା ପରେ ମହାପ୍ରଭୁଙ୍କ ୩ଟି ଜମିରେ ସ୍ବର୍ଗଦ୍ୱାର ନିକଟରେ ବିଦେଶୀ ମଦ ଦୋକାନକୁ କିଭଳି ଅନୁମତି ଦିଆଗଲା, ତାହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଅବକାରୀ ବିଭାଗ ସମ୍ପୃକ୍ତ ଜମି ପ୍ରସଙ୍ଗରେ ପ୍ରଥମ ହାତ ଟେକିଦେଇଥିବା ବେଳେ ବିଭାଗର କାମ କେବଳ ଲାଇସେନ୍ସ ବାଣ୍ଟିବା ବୋଲି କହିଥିଲା। ମାତ୍ର ଏବେ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ଭାବେ ଜଗନ୍ନାଥଙ୍କ ଜମିରେ ମଦ ଦୋକାନ ନ କରିବା ପାଇଁ କହିବା ପରେ ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଅବକାରୀ ବିଭାଗକୁ ପ୍ରଦତ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ଲଟ୍‌ ନମ୍ବର ୧୪୫୨, ଖାତା ନମ୍ବର-୭୫୩/୨୮୧ ଜମିର ମାର୍ଫତ୍‌ଦାର ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି। ମହାପ୍ରଭୁଙ୍କର ଏହା ଏକ ସ୍ଥିତିବାନ ପ୍ଲଟ୍‌। ପ୍ରକାଶିତ ବିଭିନ୍ନ ଖବର ଅନୁଯାୟୀ, ସମ୍ପୃକ୍ତ ଜମିରେ ବିଦେଶୀ ମଦ ଦୋକାନ ଖୋଲାଯିବା ଅନୁମତିକୁ ପ୍ରଶାସନ ନିନ୍ଦା କରିବା ସହ ଏଭଳି କାର୍ଯ୍ୟକଳାପ ବନ୍ଦ କରନ୍ତୁ। ସେହିଭଳି ପ୍ଲଟ୍‌ ନମ୍ବର ୧୪୫୨ ଅଧୀନ ସ୍ବର୍ଗଦ୍ୱାର ନିକଟ ଶ୍ରୀମନ୍ଦିର ପ୍ରଶାସନ ମାଲିକାନାରେ ଥିବା ଅନେକ ଜମିରେ ଏବେ ମଦ ଦୋକାନ ଖୋଲିଛି। ଶ୍ରୀମନ୍ଦିର ପ୍ରଶାସନ ଏହି ସମସ୍ତ ଜମିରେ ହୋଇଥିବା ବିଦେଶୀ ମଦ ଦୋକାନକୁ ବିରୋଧ କରିଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ମହାପ୍ରଭୁଙ୍କ ବିବାଦୀୟ ଜମିର ମାଲିକାନା କେହି ନେବାକୁ ଚାହୁଁଥିଲେ ଶ୍ରୀମନ୍ଦିର ପ୍ରଶାସନ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ଆବଶ୍ୟକତା ରହିଛି। ପରିଚାଳନା କମିଟି ମାର୍ଫତଦାର ହୋଇଥିବାରୁ ଯେକେହି ଏହାକୁ ବ୍ୟବହାର କରିପାରିବେ ନାହିଁ। ସମ୍ପୃକ୍ତ ଜମିରେ ମଦ ଦୋକାନ ନ କରିବା ପାଇଁ ଅବକାରୀ ବିଭାଗକୁ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ବିଦେଶୀ ମଦ ଦୋକାନ ଜମିର ଯାଞ୍ଚ ପ୍ରକ୍ରିୟା ରାଜସ୍ବ ବିଭାଗ କାର୍ଯ୍ୟକାରୀ କରୁଛି। ଯାଞ୍ଚ ପ୍ରକ୍ରିୟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନୋଟିସ୍‌ ସ୍ବର୍ଗଦ୍ୱାରସ୍ଥିତ ମହାପ୍ରଭୁଙ୍କ ଜମିରେ ଥିବା ବିଦେଶୀ ମଦ ଦୋକାନକୁ ଉଠାଇବା ସପକ୍ଷରେ ଏକ ପଦକ୍ଷେପ ଭାବେ ଦେଖାଯାଉଛି। ଅନ୍ୟପକ୍ଷରେ ଉକ୍ତ ଚିଠି ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅମରେଶ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ସ୍ବର୍ଗଦ୍ୱାରରେ ବିଦେଶୀ ମଦ ଦୋକାନକୁ ନେଇ ପୁରୀ ସହରରେ ବିରୋଧ ଜୋର ଧରିଛି। ଏ ନେଇ ଜିଲାପାଳଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପତ୍ର ଦିଆଯିବା ସହ ସ୍ବର୍ଗଦ୍ୱାରରେ ମଦ ଦୋକାନ ଖୋଲିବା ଲାଗି ଅନୁମତି ପ୍ରଦାନକୁ ବିରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri