ସିଂହମୂର୍ତ୍ତି ଗଙ୍ଗବଂଶର ହୋଇଥାଇପାରେ

ପୁରୀ ଅଫିସ,୧୮ା୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ମିଳିଥିବା ଭଗ୍ନ ସିଂହମୂର୍ତ୍ତି ଗଙ୍ଗ ବଂଶ ରାଜତ୍ୱ ସମୟର ହୋଇଥାଇପାରେ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀକ୍ଷକ ଅରୁଣ ମଲ୍ଲିକ ମଙ୍ଗଳବାର କହିଛନ୍ତି। ଯଦି ଏହା ସତ୍ୟ ହୋଇଥାଏ, ତେବେ ଏହି କୀର୍ତ୍ତିରାଜି ଅତିକମ୍‌ରେ ୮୦୦ରୁ ୧୧ଶହ ବର୍ଷ ପୁରୁଣା ହେବ ବୋଲି ଜଣାପଡ଼ିଛି। ସୋମବାର ଭଗ୍ନ ମୂର୍ତ୍ତି ମିଳିବା ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଏଏସ୍‌ଆଇର ଚେତା ପଶିଛି। ମଙ୍ଗଳବାର ଏହି ଖନନ ସ୍ଥଳୀରେ ଏଏସ୍‌ଆଇ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ସିଂହମୂର୍ତ୍ତିର ମାପଚୁପ କରିଛି। ଏଏସ୍‌ଆଇର ଟେକ୍ନିକାଲ୍‌ ଟିମ୍‌ ଏକ ପ୍ରାଚୀନ କାନ୍ଥ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଛି। ମିଳିଥିବା ସିଂହମୂର୍ତ୍ତିଟି ପ୍ରକୃତ ପକ୍ଷେ କେତେ ପୁରାତନ ତାହା ଜାଣିବା ପାଇଁ ଅଧିକ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଖନନ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସର୍ଭେ (ଜିପିଆର୍‌ଏସ୍‌) କରାଗଲା ନାହିଁ, ଯାହାଫଳରେ ଐତିହ୍ୟ କୀର୍ତ୍ତିରାଜି ମାଟିରେ ମିଶିଗଲା। ଏବେ ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପରେ ଏଏସ୍‌ଆଇ ଖନନସ୍ଥଳୀକୁ ଆସି ନିଜ ଦୋଷ ଛଡ଼ାଇବାକୁ ଚାହୁଁଛି ବୋଲି ପୁରୀ ସହରର ବୁଦ୍ଧିଜୀବୀମାନେ କହିଛନ୍ତି।
ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ପି.କେ.ନାୟକ ଏବଂ ରାହୁଲ ଶ୍ରୀବାସ୍ତବଙ୍କ ସମେତ ଟିମ୍‌ର ଅନ୍ୟ ସଦସ୍ୟମାନେ ଖନନସ୍ଥଳୀରେ ପହଞ୍ଚି ପ୍ରଥମେ ସିଂହମୂର୍ତ୍ତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଖନନ ହୋଇଥିବା ଚଟାଣକୁ ଖୋଳି ମାପଚୁପ କରିଥିଲେ। ସେହିଭଳି ସେଠାରୁ ନମୁନା ସଂଗ୍ରହ କରିଥିଲେ। ଏହି ଅବସରରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ। ସିଂହମୂର୍ତ୍ତିର ସଂରକ୍ଷଣ ପାଇଁ ଏଏସ୍‌ଆଇ ତାହାକୁ ସାଙ୍ଗରେ ନେବ ବୋଲି କୁହାଯାଉଥିଲା। ମାତ୍ର ମୂର୍ତ୍ତିଟି ପୂର୍ବଭଳି ଖନନସ୍ଥଳୀରେ ପଡ଼ିରହିଛି। ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ଓବିସିସିର ଅନୁରୋଧ କ୍ରମେ ଏଏସ୍‌ଆଇ ପକ୍ଷରୁ ସିଂହମୂର୍ତ୍ତିଟିର ଅନୁଧ୍ୟାନ କରାଯାଇଛି। ସତ୍ୟପାଠରେ ଯେଉଁ ସିଂହ ମୂର୍ତ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା, ଏହା ସେହି ସିଂହମୂର୍ତ୍ତି ବୋଲି ସ୍ଥିତି ଯାଞ୍ଚ ପରେ ଜଣାପଡ଼ିଛି। ଏମାର ମଠ ପରିସରସ୍ଥ ଖନନ ସ୍ଥଳୀଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ସହ ନମୁନା ସଂଗ୍ରହ କରାଯାଇଛି। ସେହିଭଳି ମିଳିଥିବା ସିଂହମୂର୍ତ୍ତିଟି ଗଙ୍ଗବଂଶ ସମୟର ହୋଇଥାଇପାରେ। ତେବେ ଏ ନେଇ ପରୀକ୍ଷା ନିରୀକ୍ଷା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ମଲ୍ଲିକ ପ୍ରକାଶ କରିଛନ୍ତି। ପୁରୀ ଏଏସ୍‌ଆଇ ସର୍କଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖନନସ୍ଥଳୀରେ ଏହି କୀର୍ତ୍ତିରାଜିକୁ ସୁରକ୍ଷିତ ଭାବେ ରଖାଯାଇଛି। ସୁରକ୍ଷାକର୍ମୀମାନେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସେହିଭଳି ଖନନସ୍ଥଳୀରେ ଏକ ପ୍ରାଚୀନ କାନ୍ଥ ଦବି ରହିଥିବା ଜାଣିବାକୁ ମିଳିଛି। ଅନୁଧ୍ୟାନରେ ଯାହା ଯାହା ଜଣାପଡ଼ିଲା, ସେ ସମ୍ପର୍କରେ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯିବ। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ବିସ୍ତୃତ ଭାବେ କହିବା ସମ୍ଭବପର ନୁହେଁ। ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ବ୍ୟାପକ ଖନନ ଫଳରେ ଅନେକ କୀର୍ତ୍ତିରାଜି ନଷ୍ଟ ହୋଇସାରିଛି। ଏଏସ୍‌ଆଇ ଟିମ୍‌ ଖନନ ବେଳେ ଉପସ୍ଥିତ ରହି ନ ଥିଲା। ଜିପିଆର୍‌ଏସ୍‌ କରାଗଲା ନାହିଁ। ଫଳରେ ନଷ୍ଟ ହୋଇଥିବା କୀର୍ତ୍ତିରାଜି ସମ୍ପର୍କରେ ଜାଣିବା କଷ୍ଟକର ହୋଇପଡ଼ିଛି। ସେହିପରି ମିଳିଥିବା ସିଂହମୂର୍ତ୍ତିକୁ ସଂରକ୍ଷଣ ପାଇଁ ନିଆଯିବା ପରିବର୍ତ୍ତେ କାହିଁକି ଖନନ ସ୍ଥଳୀରେ ଛାଡ଼ି ଦିଆଗଲା ସେ ସମ୍ପର୍କରେ ଏଏସ୍‌ଆଇ ମୁହଁ ଖୋଲିନାହିଁ।
ପ୍ରଥମେ ରେଡିଓ ମେଟ୍ରିକ୍‌ ଡେଟିଂ ଟେଷ୍ଟ କରାଯାଉ
ପୁରୀ ଅଫିସ,୧୭।୫: ଖନନ ସ୍ଥଳୀରୁ ମିଳିଥିବା ସିଂହମୂର୍ତ୍ତି ଗଙ୍ଗବଂଶ ସମୟର ହୋଇଥିବା ଏଏସ୍‌ଆଇ ଅନୁମାନ କରୁଥିବା କହିଛି। ଏ ନେଇ ସାମାଜିକ କର୍ମୀ ହେକ୍ଟର ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ୧୬ ଶହ ବର୍ଷ ପୁରୁଣା ସହର ପୁରୀରେ ମିଳୁଥିବା ପଥରକୁ କେବଳ ଗଙ୍ଗବଂଶ ସମୟର ବୋଲି କିଭଳି କୁହାଯାଇପାରୁଛି। ପୁରୀରେ ଶ୍ରୀମନ୍ଦିର ପୂର୍ବରୁ ମଧ୍ୟ ଅନେକ ମଠମନ୍ଦିର ରହିଛି। ଏଏସ୍‌ଆଇ ଅଧିକାରୀ ରେଡିଓ ମେଟ୍ରିକ୍‌ ଡେଟିଂ ଟେଷ୍ଟ ନ କରି ପ୍ରତିକ୍ରିୟା ରଖିବା ଅତ୍ୟନ୍ତ ଦାୟିତ୍ୱହୀନ। ଏଣୁ ସମ୍ପୃକ୍ତ ସିଂହମୂର୍ତ୍ତି କେତେ ବର୍ଷର ପୁରୁଣା ତାହା ଜାଣିବା ପାଇଁ ପ୍ରଥମେ ଏହି ଟେଷ୍ଟ କରାଯାଉ ବୋଲି ମିଶ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri