ଆଦିବାସୀ ଗାଁ ଦାଣ୍ଡରେ ଲାଇଟ୍‌ ଲାଗିଲା

ରଘୁନାଥପୁର,୩୧।୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ୩ ନଂ. ଓ୍ବାର୍ଡର ଆଦିବାସୀ ସାହି ଗାଁ ଦାଣ୍ଡରେ ପ୍ରଥମଥର ପାଇଁ ଲାଇଟ୍‌ ଲାଗିଛି। ଓ୍ବାର୍ଡରେ ଏଭଳି ୩୦ଟି ଲାଇଟ୍‌ ଲଗାଯାଇଛି ବୋଲି ସରପଞ୍ଚ ସାହେବା ତବସୁମ୍‌ କହିଛନ୍ତି। ଏହାଦ୍ୱାରା ଏଠାରେ ବସବାସ କରୁଥିବା ୫୦୦ରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବେ। ରବିବାର ସରପଞ୍ଚ ତବସୁମ୍‌ ନୃସିଂହ ମନ୍ଦିର ନିକଟରେ ସୁଇଚ ଟିପି ଗଁା ଦାଣ୍ଡରେ ଲଗାଇଥିବା ଲାଇଟ୍‌ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ତାଙ୍କ ସହ ସମିତିସଭ୍ୟା ସାଗରିକା ତରେଇ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ତବସୁମ୍‌ କହିଛନ୍ତି, ୱାର୍ଡର ୩୦ ପରିବାରକୁ ଏ ପର୍ଯ୍ୟନ୍ତ ପକ୍କାଗୃହ ମିଳିନାହିଁ। ଏ ନେଇ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ଉକ୍ତ କାର୍ଯ୍ୟରେ ସାମାଜିକ କର୍ମୀ ରହିମ ଖାଁ ଓ ଅଜୟ ସାମଲ ସହଯୋଗ କରିଥିଲେ। ଏ ସମ୍ପର୍କରେ ୱାର୍ଡସଭ୍ୟା ସରସ୍ବତୀ ପ୍ରଧାନ କୁହନ୍ତି, ଓ୍ବାର୍ଡ ରାସ୍ତାରେ ଲାଇଟ୍‌ ନ ଥିବାରୁ ଲୋକେ ସନ୍ଧ୍ୟା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ମାତ୍ର କୌଣସି ସୁଫଳ ମିଳୁ ନ ଥିଲା। ସରପଞ୍ଚ ତବସୁମ୍‌ ଏ ନେଇ ପଦକ୍ଷେପ ନେବା ପରେ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲସ୍କର ଆତଙ୍କୀ ଶବିର ଲୋନ ଗିରଫ, ISIର ନିର୍ଦ୍ଦେଶରେ ରଚୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ,୩୦ା୩: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବିର ଅହମ୍ମଦଙ୍କୁ ଗିରଫ…

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri