Advertisement

କାମରେ ଲାଗୁନି ବିଜୁ ସେତୁ

ପ୍ରୀତିପୁର,୩୧ା୧୦(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ରାସ୍ତା ଓ ବିଜୁ ସେତୁ ନିର୍ମାଣ କରୁଛନ୍ତି। ଏଥିଲାଗି ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଲୋକମାନଙ୍କ କାମରେ ଲାଗୁନାହିଁ। ଫଳରେ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ଦେଖିବାକୁ ମିଳିଛି, ଯାଜପୁର ଜିଲା ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ବିଲସାହି-କୁସୁନପୁର ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧୀନ କୁସୁନପୁର ନିକଟସ୍ଥ ନୂଆମାହାରା ନଦୀ ଉପରେ ନିର୍ମିତ ବିଜୁ ସେତୁ କ୍ଷେତ୍ରରେ। ସେତୁକୁ ଉଭୟପାର୍ଶ୍ୱରୁ ସଂଯୋଗୀକରଣ ଲାଗି ରାସ୍ତା ନିର୍ମାଣ ହୋଇନାହିଁ। ସେତୁ ନିର୍ମାଣ ଶେଷ ହୋଇ ମଧ୍ୟ ଲୋକଙ୍କ କାମରେ ଆସିପାରୁନାହିଁ।
ବିଜୁ ସେତୁ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ହୋଇଥିଲା। ସେତୁକୁ ଉଭୟପାର୍ଶ୍ୱରୁ ସଂଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୯ କୋଟି ୩୨ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅର୍ଥରେ ପୋଲର ଉଭୟପାର୍ଶ୍ୱରେ ବିଲସାହିଠାରୁ କୁସୁନପୁର ପର୍ଯ୍ୟନ୍ତ ୮. ୭୮୦ ମିଟର ରାସ୍ତା ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଏହି ରାସ୍ତାର ରକ୍ଷଣାବେକ୍ଷଣ ବାବଦରେ ୫ ବର୍ଷ ନିମନ୍ତେ ସରକାର ୩୯ ଲକ୍ଷ ୮୨ ହଜାର ଟଙ୍କା ମଧ୍ୟ ଯୋଗାଇ ଦେଇଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ୧୮ା୧ା୨୦୧୮ ଆରମ୍ଭ ହୋଇଥିବାବେଳେ କାମ ୧୭ା୧ା୨୦୨୦ ଶେଷ ହୋଇଥିଲା। ସେତୁର ଉଭୟପାର୍ଶ୍ୱ ରାସ୍ତା ନିର୍ମାଣ ହୋଇ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ଖାଲଖମା ହୋଇଛି। ଏହି ରାସ୍ତା ଉପରେ ଘାସ ମାଡି ଗଲାଣି। ସରକାର ଏହି ରାସ୍ତା ଓ ସେତୁ ନିର୍ମାଣ ନିମନ୍ତେ ପାଖାପାଖି ୧୪ କୋଟି ଖର୍ଚ୍ଚ କରି ସାରିଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହି ସେତୁରେ କାର୍ଯ୍ୟକ୍ଷମ ହେଲେ ବାଙ୍ଗରା ପଞ୍ଚାୟତର କାର୍ଯ୍ୟାଳୟ ସହ ପଞ୍ଚାୟତ ଅନ୍ତର୍ଗତ କୁସୁନପୁର, ଗୁଣ୍ଡୁରିପଡା ଓ କଣ୍ଟିତର ଗ୍ରାମବାସୀ ସାଧାସଳଖ ଯୋଗାଯୋଗ ହୋଇପାରିବ। ଏହି ସହ ଯାଜପୁର ଜିଲାର ବିଞ୍ଝାରପୁର, ଦଶରଥପୁର ବ୍ଲକ ଓ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ସହ ଗମନାଗମନ ଓ ବ୍ୟବସାୟିକ ସମ୍ପର୍କ ସୃଷ୍ଟି ହୋଇପାରନ୍ତା। ଏହି ସେତୁ କାର୍ଯ୍ୟକ୍ଷମ ନ ହେବା ସମ୍ପର୍କରେ ଯନ୍ତ୍ରୀ ବିନୋଦ କୁମାର ଶିହଳଙ୍କୁ ପଚାରିବାରେ ଆବଶ୍ୟକ ଅର୍ଥର ଅଭାବ ହେତୁ ଏହା ଅଧାପନ୍ତରିଆ ରହିଛି। ଅର୍ଥ ମିଳିଲେ ସେତୁ ସଂଯୋଗୀକରଣ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଥିଲେ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ବିଜୁ ସେତୁକୁ ସଂଯୋଗୀକରଣ ରାସ୍ତା କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ମାଛରୁ ପ୍ରସ୍ତୁତ ହେବ ମୂଲ୍ୟଯୁକ୍ତ, ପୁଷ୍ଟିକର ଖାଦ୍ୟ

କଟକ ଅଫିସ, ୨।୮ : ଓଡ଼ିଶାରେ ମଧୁରଜଳ ମାଛର ଚାହିଦା ଅଧିକ ଥିବାବେଳେ ଛୋଟ ମାଛଗୁଡ଼ିକ ଅଧିକ ପୁଷ୍ଟିଯୁକ୍ତ ଓ ଅନ୍ୟାନ୍ୟ ଖାଦ୍ୟସାରରେ ପରିପୂର୍ଣ୍ଣ। ତେଣୁ ଏହାର...

ଠିକାଦାରଙ୍କ ଘରୁ ୧୫ଭରି ଗହଣା, ୩ଲକ୍ଷ ଟଙ୍କା ଚୋରି

ବ୍ରହ୍ମପୁର ଅଫିସ,୨୧।୬(ଡି.ଏନ୍‌.ଏ.)- ବୈଦ୍ୟନାଥପୁର ଥାନା ଅନନ୍ତନଗରରେ ଶୁକ୍ରବାର ରାତିରେ ଜଣେ ଠିକାଦାରଙ୍କ ଘରୁ ଚୋରି ହୋଇଛି। ଠିକାଦାର କେ. ଦୀପସାଗର ସନ୍ଧ୍ୟାରେ ସ୍ତ୍ରୀଙ୍କ ସହ ଶାଳକଙ୍କ...

ଅସୁରକ୍ଷିତ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା, ୨୧।୫(ଡି.ଏନ.ଏ.) ଲୋକଙ୍କୁ ମାଗଣାରେ ଜରୁରିକାଳୀନ ସେବା ଯୋଗାଇବାକୁ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନା। ଏଥିପାଇଁ ଖର୍ଚ୍ଚ ହେଉଛି ବହୁ ଅର୍ଥ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ...

ଦବି ଯାଉଛି ନଦୀବନ୍ଧ ଅସ୍ଥାୟୀ ରାସ୍ତା, ଯିବାକୁ ଭୟ କରୁଛନ୍ତି ଲୋକେ

ସିଂହପୁର,୨୩।୧(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ ଜରି ପଞ୍ଚାୟତ ନାଉବାଙ୍କ କାମଦେବ ମାହାରା ଘାଇର ସ୍ଥାୟୀ ମରାମତି ପାଇଁ ଦାବି ହେଉଛି। ପ୍ରକାଶ...

ବଣ୍ଡାଘାଟିରେ ୧୨ ସଂକ୍ରମିତ

ମାଲକାନଗିରି,୧୬ା୫: ସବୁଠି ପହଞ୍ଚତ୍ୟାଉଛି କରୋନା। କେଉଁ ଅଞ୍ଚଳ ମଧ୍ୟ ଏହି ମହାମାରୀ ପାଇଁ ଆଉ ଅପହଞ୍ଚ ହୋଇ ରହିନାହିଁ। ମାଲକାନଗିରି ଜିଲାର ସୁଦୂର ବଣ୍ଡାଘାଟିରେ ମଧ୍ୟ...

ଅସ୍ୱାସ୍ଥ୍ୟକର ପରିବେଶରେ ଜିଲା ମୁଖ୍ୟ ଡାକ୍ତରଖାନା

କେନ୍ଦୁଝର, ୨୦ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସର ଉପଯୁକ୍ତ ସଫେଇ ହେଉନାହିଁ କିମ୍ବା ଏହାର ତଦାରଖ ହେଉ ନ ଥିବାରୁ ପରିସରରେ ସ୍ବାସ୍ଥ୍ୟ ଓ ପରିମଳ...

ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ସମ୍ବଲପୁର,୨୧।୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମର ମଙ୍ଗଳୁ ଶବର ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ମାମଲାକୁ ଚପାଇଦେବାକୁ...

ତଦନ୍ତ ପାଇଁ ଯାଇଥିଲେ ପୋଲିସ କର୍ମଚାରୀ: ଏମିତି ମାଡ଼ ଖାଇଲେ, ପହଞ୍ଚିଲେ ହସ୍ପିଟାଲରେ

ପଦ୍ମପୁର,୮।୭:(ଡି.ଏନ.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ପୋଲିସ ଏକ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ସଙ୍ଘବଦ୍ଧ ଆକ୍ରମଣ ଶିକାର ହୋଇଛି। ତଦନ୍ତ ପାଇଁ...

Advertisement
Archives

Model This Week