ଆଦିମ ଅଧିବାସୀ ଜୁଆଙ୍ଗଙ୍କ ଜୀବନଧାରା

ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ୪୬ ଜାତିର ଅଧିବାସୀଙ୍କୁ ଆଦିବାସୀ ତାଲିକା ଭୁକ୍ତ କରାଯାଇଛି। ସେଥିମଧ୍ୟରୁ ୧୬ ଆଦିମ ଅଧିବାସୀଙ୍କ ଜୀବନଶୈଳୀରେ ଆଜି ବି ସ୍ବତନ୍ତ୍ରତା ରହିଛି। ଅତି ପୁରାତନ ଆଦିବାସୀ ଭାବରେ ଜୁଆଙ୍ଗ ଜାତି ପରିଗଣିତ ହେଉଥିବା ବେଳେ ଏମାନେ ଓଡ଼ିଶାର କେନ୍ଦୁଝର ଓ ଢେଙ୍କାନାଳ ଜିଲାରେ ବସବାସ କରନ୍ତି। ଜିଲାର ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଲକ୍‌ରେ ଏମାନଙ୍କ ସଂଖ୍ୟା ଅଧିକ। ଜୁଆଙ୍ଗ ଜାତିର ଲୋକମାନଙ୍କ ଜୀବନଶୈଳୀ ଅନ୍ୟାନ୍ୟ ଆଦିବାସୀ ବର୍ଗର ଲୋକମାନଙ୍କଠାରୁ ସରଳ ଓ ସ୍ବତନ୍ତ୍ର। ସରକାର ଆଦିବାସୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଓ ପାଶ୍ଚାତ୍ୟ ସଭ୍ୟତାର ଅନୁପ୍ରବେଶରେ ପାହାଡ଼ି ମଣିଷଙ୍କ ଜୀବନଧାରାରେ ଅନେକ ପରିବର୍ତ୍ତନ ଆସିଛି। ମାତ୍ର ଜୁଆଙ୍ଗମାନେ ଏବେ ବି ପୁରାତନ ଜୀବନ ଧାରାରେ ଜୀବନ ଅତିବାହିତ କରିଆସୁଛନ୍ତି।
କେନ୍ଦୁଝର ଡିରେକ୍ଟରି ଅନୁଯାୟୀ, ଜୁଆଙ୍ଗ ଶବ୍ଦର ଅର୍ଥ ‘ମଣିଷ’। ଏମାନେ ଅତି ପ୍ରାଚୀନ ଅବସ୍ଥାରେ ଗଛର ପତ୍ରକୁ ପୋଷାକ ଭାବେ ବ୍ୟବହାର କରୁଥିବାରୁ ଐତିହାସିକ ଡବ୍ଲୁ ଡବ୍ଲୁ ହଣ୍ଟର ଏହି ଜାତିକୁ ଲିଫ୍‌ ୱେରିଙ୍ଗ ଟ୍ରାଇବସ୍‌ ବୋଲି କହିଥିଲେ। ଏମାନଙ୍କର ପାରମ୍ପରିକ ପୂଜକଙ୍କୁ ବୋଇତ ବା ଦେହୁରୀ କୁହାଯାଏ। ସରଳ ଗ୍ରାମୀଣ ଆଦିବାସୀମାନେ ଧର୍ମଦେବତା, ବସୁମାତା ଓ ସୂର୍ଯ୍ୟଦେବଙ୍କୁ ଉପାସନା କରିଥାନ୍ତି। ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ବଣପାହାଡ଼ ନଦୀ ଘେରା ପାର୍ବତ୍ୟ ଅଞ୍ଚଳରେ ଏମାନେ ଛୋଟ ଛୋଟ ଗ୍ରାମ ସ୍ଥାପନ କରି ରହିଥାନ୍ତି। ଏମାନେ ଭୂତ, ପ୍ରେତ ଓ ଅତୃପ୍ତ ଆତ୍ମାଙ୍କୁ ବିଶ୍ୱାସ କରିବା ସହ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପର୍ବପର୍ବାଣିରେ ପାରମ୍ପରିକ ଖାଦ୍ୟ ଅର୍ପଣ କରିଥାନ୍ତି। ପୁଷ ପୁନେଇଁ, ଆମ୍ବ ନୂଆଖିଆ, ଅକ୍ଷୟ ତୃତୀୟା, ଆଷାଢ଼ୀ ପର୍ବ, ପିରହ ପୂଜା ଓ ଗୃହପାଳିତ ପଶୁସମ୍ପଦଙ୍କ ସୁରକ୍ଷା ପାଇଁ ଗହ୍ମା ପୂର୍ଣ୍ଣିମା ଆଦି ପର୍ବ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି। ପ୍ରତ୍ୟେକ ପର୍ବ ଅବସରରେ ସେମାନଙ୍କର କଥିତ ଭାଷା ଜୁଆଙ୍ଗ ଭାଷାରେ ପାରମ୍ପରିକ ଗୀତ ଗାଇ ଚାଙ୍ଗୁ ବାଜାର ତାଳେ ତାଳେ ମହିଳା ଓ ପୁରୁଷମାନେ ଦଳବଦ୍ଧ ହୋଇ ନୃତ୍ୟଗୀତର ଆନନ୍ଦ ନେଇଥାନ୍ତି।
ଜୁଆଙ୍ଗଙ୍କ ବୈବାହିକ ଜୀବନ ବେଶ୍‌ ମାର୍ଜିତ ଓ ଶୃଙ୍ଖଳିତ। ଏମାନେ ଜୀବନରେ ଏକପତ୍ନୀ ବ୍ରତ ପାଳନ କରିବା ସହ ଅନ୍ୟ ସମ୍ପ୍ରଦାୟରେ ବିବାହକୁ ନାପସନ୍ଦ କରିଥାନ୍ତି। ଏମାନେ ମୁଖ୍ୟତଃ କୃଷି, ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ନିକଟ ବଜାରରେ ବିକ୍ରିକରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ପୋଡୁଚାଷରେ ପାରମ୍ପରିକ ଶୈଳୀରେ ମକା, ମାଣ୍ଡିଆ, ଗୁଳୁଦି, ହଳଦୀ, ସୋରିଷ, ବାଜରା ଓ ଗୋଡ଼ାଧାନ ଆଦି ଚାଷ କରୁଥିବା ବେଳେ ଜଙ୍ଗଲରୁ ଝୁଣା, ମହୁ, ମହୁଲଫୁଲ, ହରିଡ଼ା, ବାହାଡ଼ା, ଅଁଳା ଆଦି ସଂଗ୍ରହ କରି ବଜାରକୁ ନେଇ ବିକ୍ରି କରନ୍ତି। ଏବେ ଆଧୁନିକ ପଦ୍ଧତିରେ ଛେଳିଚାଷ, କୁକୁଡ଼ା ଚାଷ ଓ ଟସର ଚାଷ କରି ରୋଜଗାର ସହ ଜୀବନ ଧାରଣର ମାନକୁ ଉନ୍ନତ କରିପାରିଛନ୍ତି।
ବ୍ଲକ୍‌ର ୨୧ ପଞ୍ଚାୟତ ମଧ୍ୟରୁ ଅତ୍ୟନ୍ତ ଅନୁନ୍ନତ ୬ଟି ପଞ୍ଚାୟତ ଯଥା- ବାରାଗଡ଼, ଗୋନାସିକା, କୋଡ଼ିପଶା, ତଳଚମ୍ପେଇ, ବାୟାକୁମୁଟିଆ ଓ କୁଅଁର ଆଦି ପଞ୍ଚାୟତର ପ୍ରଥମ ପର୍ଯ୍ୟାୟରେ ୩୫ଟି ଗ୍ରାମ ଓ ପରେ ୧୯ଟି ଗ୍ରାମକୁ ବିକଶିତ ତଥା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାରଙ୍କ ତରଫରୁ ଜୁଆଙ୍ଗ ଉନ୍ନୟନ ସଂସ୍ଥା ଗଠନ କରାଯାଇଛି।
ରିପୋର୍ଟ- ବୀରକିଶୋର
ଦାଶ, ପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri