ବଦଳୁନି ଆଦିବାସୀଙ୍କ ଜୀବନଧାରା

କେନ୍ଦୁଝର, ୧୦ା୮(ସ୍ବ.ପ୍ର.)-ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି, ହେଲେ ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ଫଳପ୍ରଦ ହେଉନାହିଁ। ଫଳରେ ସେମାନଙ୍କ ଜୀବନଧାରା ବଦଳିପାରୁନି। କେନ୍ଦୁଝର ଜିଲାରେ ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ଏବେବି ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି। ପେଟପାଟଣା ପାଇଁ ମୁଣ୍ଡ ଓ ଭାରରେ କାଠ ବୋହି ସହରକୁ ନେଇ ବିକ୍ରି କରିବାକୁ ଯାଉଛନ୍ତି। ଖଣିଖାଦାନ ଯୋଗୁ ଜଙ୍ଗଲ ଉଜୁଡ଼ିଯିବା ଫଳରେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି। ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ମଧ୍ୟ କରୋନା ମହାମାରୀ ସମୟରେ ସେମାନଙ୍କ ଜୀବନ ଦୁର୍ବିଷହ ହୋଇପଡିଛି।
ଅନେକ ଆଦିବାସୀ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ପାନୀୟ ଜଳ, ବିଦ୍ୟୁତ୍‌ ସେବା, ସ୍ବାସ୍ଥ୍ୟସେବା, ବାସଗୃହ, ମୋବାଇଲ ତଥା ବ୍ୟାଙ୍କିଙ୍ଗ୍‌ ସେବା ଆଦି ଭଳି ମୌଳିକ ସୁବିଧା ମିଳୁନାହିଁ। ବିଶେଷ କରି ସେମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ସଫଳ ପଦକ୍ଷେପ ନିଆଯାଉ ନ ଥିବାରୁ ସେମାନଙ୍କ ଅବସ୍ଥାରେ ପରିବର୍ତ୍ତନ ହୋଇପାରୁ ନାହିଁ। ଖଣିଖାଦନ ଯୋଗୁ ଯୋଡ଼ା, ବାଂଶପାଳ, ହାଟଡ଼ିହି ଆଦି ବ୍ଲକ ଅଞ୍ଚଳରେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି। ପେଟପାଟଣା ପାଇଁ ଖଣିଖାଦାନ, କ୍ୱାରି, ଶିଳ୍ପ ଆଦିରେ କାମ କରିବାକୁ ଆଗ୍ରହୀ ଥିଲେ ହେଁ ମିଳୁ ନ ଥିବାରୁ ବାଧ୍ୟ ହୋଇ ସେମାନେ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଜିଲାରେ ଆଦିବାସୀଙ୍କ ସଂଖ୍ୟା ୪,୪୮,୬୭୧ ଥିଲା। ୨୦୧୧ ଜନଗଣନା ଅନୁଯାୟୀ ସେମାନଙ୍କ ସଂଖ୍ୟା ୬,୧୮,୮୭୮ ରେ ପହଞ୍ଚତ୍ଛି। ସେମାନଙ୍କ ଜନସଂଖ୍ୟା ସମୁଦାୟ ଜନସଂଖ୍ୟାର ୪୫.୪୫ ପ୍ରତିଶତ। ସେଥିରୁ ମହିଳା ୪୬.୧୩ ପ୍ରତିଶତ ଓ ପୁରୁଷ ୪୪.୭୮ ପ୍ରତିଶତ। ଜିଲାରେ ସମୁଦାୟ ୫୬ ପ୍ରକାରର ଆଦିବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବାଥୁଡି, ଭୂୟାଁ, ଜୁଆଙ୍ଗ, ଭୂମିଜ, ଗୌଣ୍ଡ, ହୋ, ଖରଓାର, କିସାନ, କୋହ୍ଲ, ମୁଣ୍ଡା, କୋରା, ସାନ୍ତାଳ, ଓରାମ, ଶବର, ସାଉନ୍ତିଙ୍କ ସଂଖ୍ୟା ୯୭.୭୨ ପ୍ରତିଶତ ରହିଛି। ଜିଲାର ଜୁଆଙ୍ଗ ଓ ଭୂୟାଁ ଆଦିବାସୀ ପୁରାତନ ଜନଜାତି ଶ୍ରେଣୀର। ସର୍ବାଧିକ ଆଦିବାସୀ କେନ୍ଦୁଝର ଉପଖଣ୍ଡରେ ବସବାସ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଦିବାସୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ। ମହିଳାମାନେ ଅଧିକ କର୍ମଠ। ଏଣୁ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଗଲେ ସେମାନଙ୍କ ବିକାଶ ଅଧିକ ହୋଇପାରିବ ବୋଲି ଆଦିବାସୀ ନେତା କୈଳାସ ନାୟକ କହିଛନ୍ତି। ମହିଳା ଆଦିବାସୀଙ୍କ ସାକ୍ଷରତା ହାର ୪୧.୫୬ ପ୍ରତିଶତ ରହିଛି। ଏଣୁ ସାକ୍ଷରତା ହାର ବୃଦ୍ଧି କରିବା ସହ ସେମାନଙ୍କ ପାଇଁ ଆସୁଥିବା ଅନୁଦାନର ଉପଯୁକ୍ତ ତଦାରଖ କରାଯାଇ ପାରିଲେ ସେମାନଙ୍କ ପ୍ରକୃତ ବିକାଶ ହୋଇ ପାରିବ ବୋଲି ଆଦିବାସୀ ନେତା ସତ୍ୟବ୍ରତ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri