ବନ୍ଦ ପଲିସିକୁ ପୁନଃ ଆରମ୍ଭ ସୁଯୋଗ ଦେଲା ଏଲ୍‌ଆଇସି

ଭୁବନେଶ୍ୱର,୬ା୨: ବନ୍ଦ ହୋଇପଡ଼ିଥିବା ବୀମାଗୁଡ଼ିକର ପୁନଃ ଆରମ୍ଭ ପାଇଁ ପଲିସିଧାରୀଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରୁଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)। କୋଭିଡ୍‌ ମହାମାରୀ ଯୋଗୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବୀମାଧାରୀଙ୍କୁ କ୍ରମାଗତ ରିସ୍କ କଭର ପାଇଁ ଏଲ୍‌ଆଇସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛିି। ଚଳିତ ଆର୍ଥିକ ବର୍ଷରେ ୨ୟ ଥର ପାଇଁ ଏଭଳି ସୁଯୋଗ ନିଗମ ପକ୍ଷରୁ ଦିଆଯାଉଛି। ନିଗମର ଏହି ସ୍ବତନ୍ତ୍ର ଅଭିଯାନ ଚଳିତ ବର୍ଷ ୭ଫେବୃୟାରୀରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ହେବ। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ସୁଯୋଗ ସହ ବିଳମ୍ବ ଶୁଳ୍କରେ ରିହାତି ପ୍ରଦାନ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।

ବୀମା ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମ ଉପରେ ନିର୍ଭରକରି ଟର୍ମ ନିଶ୍ଚିତତା ଏବଂ ହାଇ ରିସ୍କ ଯୋଜନା ସହ ଚିକିତ୍ସା ଆବଶ୍ୟକତା ଉପରେ କୌଣସି ରିହାତି ରହିବ ନାହିଁ। ସେହିଭଳି ଯୋଗ୍ୟ ସ୍ବାସ୍ଥ୍ୟ ଏବଂ ମାଇକ୍ରୋ ଇନ୍‌ସ୍ୟୁରାନ୍ସର ଯୋଜନାଗୁଡିକ ମଧ୍ୟ ବିଳମ୍ବିତ ଫି’ରେ ରିହାତି ପାଇଁ ବିବେଚିତ ହେବେ। ଏହି ଅଭିଯାନ ଅଧୀନରେ ନିର୍ଦ୍ଦିଷ୍ଟ ଯୋଗ୍ୟ ଯୋଜନାଗୁଡିକର ନୀତି ପରିିବର୍ତ୍ତନ ହୋଇପାରେ। ଏହି ସୁବିଧା ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ ପ୍ରଥମ ଅନାଦାୟ ପ୍ରିମିୟମ ତାରିଖଠାରୁ ୫ ବର୍ଷ ମଧ୍ୟରେ ଗ୍ରହଣ କରାଯିବ।

ନିଗମର ସୂଚନା ଅନୁସାରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଉପରେ ୨୦% ବିଳମ୍ବ ରିହାତି ଏବଂ ୨୦୦୦ ଟଙ୍କାର ସର୍ବାଧିକ ରିହାତି ରହିଛି। ସେହିଭଳି ୧,୦୦,୦୦୧ ରୁ ୩,୦୦,୦୦୦ ପର୍ଯ୍ୟନ୍ତ ବୀମା ଉପରେ ୨୫% ବିଳମ୍ବ ରିହାତି ଓ ୨,୫୦୦ ଟଙ୍କାର ସର୍ବାଧିକ ରିହାତି ମିଳିବ। ସେହିପରି ୩,୦୦,୦୦୧ ରୁ ଊର୍ଦ୍ଧ୍ୱ ବୀମା ଉପରେ ୩୦% ବିଳମ୍ବ ରିହାତି ଅଥବା ୩୦୦୦ ଟଙ୍କାର ସର୍ବାଧିକ ରିହାତି ପାଇପାରିବ। ଅପରପକ୍ଷରେ ମାଇକ୍ରୋ ଇନ୍‌ସ୍ୟୁରାନ୍ସ ଯୋଜନାଗୁଡ଼ିକରେ ୧୦୦% ବିଳମ୍ବ ଫି’ ରେ ରିହାତି ଏବଂ ସମ୍ପୂର୍ଣ୍ଣ ସର୍ବାଧିକ ରିହାତି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri