ବନ୍ଦ ପଲିସିକୁ ପୁନଃ ଆରମ୍ଭ ସୁଯୋଗ ଦେଲା ଏଲ୍‌ଆଇସି

ଭୁବନେଶ୍ୱର,୬ା୨: ବନ୍ଦ ହୋଇପଡ଼ିଥିବା ବୀମାଗୁଡ଼ିକର ପୁନଃ ଆରମ୍ଭ ପାଇଁ ପଲିସିଧାରୀଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରୁଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)। କୋଭିଡ୍‌ ମହାମାରୀ ଯୋଗୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବୀମାଧାରୀଙ୍କୁ କ୍ରମାଗତ ରିସ୍କ କଭର ପାଇଁ ଏଲ୍‌ଆଇସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛିି। ଚଳିତ ଆର୍ଥିକ ବର୍ଷରେ ୨ୟ ଥର ପାଇଁ ଏଭଳି ସୁଯୋଗ ନିଗମ ପକ୍ଷରୁ ଦିଆଯାଉଛି। ନିଗମର ଏହି ସ୍ବତନ୍ତ୍ର ଅଭିଯାନ ଚଳିତ ବର୍ଷ ୭ଫେବୃୟାରୀରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ହେବ। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ସୁଯୋଗ ସହ ବିଳମ୍ବ ଶୁଳ୍କରେ ରିହାତି ପ୍ରଦାନ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।

ବୀମା ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମ ଉପରେ ନିର୍ଭରକରି ଟର୍ମ ନିଶ୍ଚିତତା ଏବଂ ହାଇ ରିସ୍କ ଯୋଜନା ସହ ଚିକିତ୍ସା ଆବଶ୍ୟକତା ଉପରେ କୌଣସି ରିହାତି ରହିବ ନାହିଁ। ସେହିଭଳି ଯୋଗ୍ୟ ସ୍ବାସ୍ଥ୍ୟ ଏବଂ ମାଇକ୍ରୋ ଇନ୍‌ସ୍ୟୁରାନ୍ସର ଯୋଜନାଗୁଡିକ ମଧ୍ୟ ବିଳମ୍ବିତ ଫି’ରେ ରିହାତି ପାଇଁ ବିବେଚିତ ହେବେ। ଏହି ଅଭିଯାନ ଅଧୀନରେ ନିର୍ଦ୍ଦିଷ୍ଟ ଯୋଗ୍ୟ ଯୋଜନାଗୁଡିକର ନୀତି ପରିିବର୍ତ୍ତନ ହୋଇପାରେ। ଏହି ସୁବିଧା ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ ପ୍ରଥମ ଅନାଦାୟ ପ୍ରିମିୟମ ତାରିଖଠାରୁ ୫ ବର୍ଷ ମଧ୍ୟରେ ଗ୍ରହଣ କରାଯିବ।

ନିଗମର ସୂଚନା ଅନୁସାରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଉପରେ ୨୦% ବିଳମ୍ବ ରିହାତି ଏବଂ ୨୦୦୦ ଟଙ୍କାର ସର୍ବାଧିକ ରିହାତି ରହିଛି। ସେହିଭଳି ୧,୦୦,୦୦୧ ରୁ ୩,୦୦,୦୦୦ ପର୍ଯ୍ୟନ୍ତ ବୀମା ଉପରେ ୨୫% ବିଳମ୍ବ ରିହାତି ଓ ୨,୫୦୦ ଟଙ୍କାର ସର୍ବାଧିକ ରିହାତି ମିଳିବ। ସେହିପରି ୩,୦୦,୦୦୧ ରୁ ଊର୍ଦ୍ଧ୍ୱ ବୀମା ଉପରେ ୩୦% ବିଳମ୍ବ ରିହାତି ଅଥବା ୩୦୦୦ ଟଙ୍କାର ସର୍ବାଧିକ ରିହାତି ପାଇପାରିବ। ଅପରପକ୍ଷରେ ମାଇକ୍ରୋ ଇନ୍‌ସ୍ୟୁରାନ୍ସ ଯୋଜନାଗୁଡ଼ିକରେ ୧୦୦% ବିଳମ୍ବ ଫି’ ରେ ରିହାତି ଏବଂ ସମ୍ପୂର୍ଣ୍ଣ ସର୍ବାଧିକ ରିହାତି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri