ଆଗ୍ନେୟ ଉଦ୍‌ଗିରଣରୁ ନଷ୍ଟ ହୋଇପାରେ ଓଜୋନ ସ୍ତର

ଓ୍ବାଶିଂଟନ୍‌, ୪ା୫: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନରେ ବୈଜ୍ଞାନିକମାନେ ଲାଗିଥିବାବେଳେ ଏବେ ଆମେରିକାର ମହାକାଶ ଏଜେନ୍ସି ନାସା ଚିନ୍ତା ବଢ଼ାଇବା ଭଳି ରିପୋର୍ଟ ପ୍ରକାଶ କରିଛି। ଅତ୍ୟଧିକ ଆଗ୍ନେୟଗିରି ଉଦ୍‌ଗିରଣ ପୃଥିବୀ ପାଇଁ ବିନାଶକାରୀ ପାଲଟିପାରେ ଏବଂ ନୀଳଗ୍ରହର ଅବସ୍ଥା ଶୁକ୍ର ଓ ମଙ୍ଗଳ ପରି ହୋଇପାରେ ବୋଲି ଜଳବାୟୁ ଅନୁକରଣ ସଂକ୍ରାନ୍ତୀୟ ଏକ ରିପୋର୍ଟରେ ନାସା କହିଛି। ଶୁକ୍ର ଓ ମଙ୍ଗଳ ଜୀବନଧାରଣ ପାଇଁ ଉପଯୁକ୍ତ ନ ହେବାର କାରଣ ମଧ୍ୟ ଆଗ୍ନେୟ ଉଦ୍‌ଗିରଣ ହୋଇଥାଇପାରେ ବୋଲି ଜିଓଫିଜିକାଲ ରିସର୍ଚ୍ଚ ଲେଟରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଗବେଷକଙ୍କ ମତରେ, ଅତ୍ୟଧିକ ଆଗ୍ନେୟ ଉଦ୍‌ଗିରଣ ପୃଥିବୀ ବାୟୁମଣ୍ଡଳ ଏବଂ ସୂର୍ଯ୍ୟ ଭିତରେ ରହିଥିବା ଓଜୋନ ସ୍ତରକୁ ନଷ୍ଟ କରିଦେଇପାରେ। ଫଳରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀ ସିଧାସଳଖ ପୃଥିବୀରେ ପଡ଼ିଲେ ତାହା ତାପମାତ୍ରା ବୃଦ୍ଧି ସହ ଜୀବଜଗତ ନଷ୍ଟର କାରଣ ପାଲଟିବ।
ବୁଧ ଓ ଶୁକ୍ର ଗ୍ରହରେ ମଧ୍ୟ କେବେ ପୃଥିବୀ ପରି ଜୀବନ ଅନୁକୂଳ ପରିବେଶ ଥାଇପାରେ। କିନ୍ତୁ ଫ୍ଲଡ୍‌ ବାସଲ୍ଟ ଇରପ୍ସନ ଯୋଗୁ ତାହା ସମ୍ପୂର୍ଣ୍ଣ ଧ୍ୱଂସ ପାଇ ଯାଇଥାଇପାରେ ବୋଲି ବୈଜ୍ଞାନିକମାନେ ଗବେଷଣାରୁ ଆକଳନ କରିଛନ୍ତି। ଫ୍ଲଡ୍‌ ବାସଲ୍ଟ ଇରପ୍ସନ ଏକ ପ୍ରକାଶ ଆଗ୍ନେୟଗିରି ଉଦ୍‌ଗିରଣ, ଯାହା ଦୀର୍ଘ ଶତାବ୍ଦୀ ଧରି ରହିବା ସହ ଲକ୍ଷ ଲକ୍ଷ ବର୍ଷ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରେ। କେତେକ ସମୟରେ ଏକା ସଙ୍ଗରେ ଏଥିରେ ଥିବା ପ୍ରାୟ ସମସ୍ତ ଆଗ୍ନେୟ ଉଦ୍‌ଗିରଣ ଯୋଗୁ ବଡ଼ ସ୍ତରରେ ଜୀବନ ବିଲୁପ୍ତ ହୋଇପାରେ। ଉତ୍ତପ୍ତ ପୃଥିବୀ ଇତିହାସରେ ବହୁସଂଖ୍ୟାରେ ଆଗ୍ନେୟ ଉଦ୍‌ଗିରଣ ହୋଇଥିବାର ଯଥେଷ୍ଟ ସମ୍ଭାବନା ରହିଛି। ଉଦ୍‌ଗିରଣରୁ ବିପୁଳ ମାତ୍ରାରେ ସଲ୍‌ଫର ଡାଇଅକ୍ସସାଇଡ୍‌ ବାହାରିଥାଏ। ପରେ ତାହା ଏରୋସଲରେ ପରିଣତ ହୋଇଯାଏ। ପ୍ରଥମେ ଏରୋସଲଜନିତ କୁଲ୍‌ିଂ ଇଫେକ୍ଟ ଯୋଗୁ ଥଣ୍ଡା ଅନୁଭୂତ ହୋଇଥାଏ। ପରେ ତାହା ଇନ୍‌ଫ୍‌ରାରେଡ୍‌ ରେଡିଏଶନ୍‌କୁ ଶୋଷିବା ସହ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି କରାଇଥାଏ। ସୌରମଣ୍ଡଳର ଅନ୍ୟ ଗ୍ରହ ଯଥା ମଙ୍ଗଳ, ଶୁକ୍ର ଆଦିରେ ଏଭଳି ଆଗ୍ନେୟ ଉଦ୍‌ଗିରଣ ବେଶ୍‌ ସାଧାରଣ। ୧୫ରୁ ୧୭ ନିୟୁତ ବର୍ଷ ପୂର୍ବେ ଆମେରିକାର ପ୍ରଶାନ୍ତ ଉତ୍ତର-ପଶ୍ଚିମରେ ଥିବା କଲମ୍ବିଆ ରିଭର ବାସଲ୍ଟ (ସିଆର୍‌ବି)ରେ ଦୀର୍ଘ ୪ ବର୍ଷ ଧରି ଆଗ୍ନେୟଗିରି ଉଦ୍‌ଗିରଣ ପର୍ଯ୍ୟାୟକୁ ଅନୁକରଣ କରିବା ନିମନ୍ତେ ଗବେଷକମାନେ ଗୋଡାର୍ଡ ଆର୍ଥ ଅବ୍‌ଜରଭିଂ ସିଷ୍ଟମ କେମିଷ୍ଟ୍ରି-କ୍ଲାଇମେଟ ମଡେଲର ବ୍ୟବହାର କରିଥିଲେ। ସିମୁଲେଶନରେ ଅତ୍ୟଧିକ ଥଣ୍ଡା ପିରିୟଡ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଅଳ୍ପ ସମୟ ଧରି ଥଣ୍ଡା ପିରିୟଡ ରହିବା ପରେ ଉତ୍ତାପର ପ୍ରଭାବ ଦେଖିବାକୁ ମିଳିଥିଲା ବୋଲି ନାସାର ଗୋଡାର୍ଡ ସ୍ପେସ୍‌ ଫ୍ଲାଇଟ୍‌ ସେଣ୍ଟରର ବୈଜ୍ଞାନିକ ସ୍କଟ୍‌ ଗୁଜଓ୍ବେିଚ୍‌ କହିଛନ୍ତି। ତେଣୁ ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ରୋକିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ପଡ଼ିବ ବୋଲି ଏହି ରିପୋର୍ଟ ସୂଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri