ଆଜି ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ନେଇ ବିଧାନସଭା ସଚିବ ଦାଶରଥି ଶତପଥୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବଜେଟ୍‌ ଅଧିବେଶନ ପୂର୍ବରୁ ବିଜେଡି, ଭାଜପା ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସା ୫ଟା ୩୦ମିନିଟ୍‌ରେ ବୈଠକ ବସିବ। ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସଭବନରେ ଭାଜପା ବିଧାୟକ ଦଳ ବୈଠକ ବସିବ। ଅନ୍ୟପଟେ ସା ୬ଟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରି ଗୁରୁବାର ଆରମ୍ଭ ହେବାକୁ ଥିବା ବେଜେଟ୍‌ ଅଧିବେଶନରେ ପାଦ ରଖିବେ ବୋଲି ଜଣାପଡିଛି। ରାଜ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ମଧ୍ୟ ମୁଖ୍ୟତଃ ମଣ୍ଡିରେ ଚାଷୀ ଧାନ ବିକ୍ରି ନ କରିପାରିବା ଏବଂ ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ଭଳି ସମସ୍ୟା କଥା ବିରୋଧୀ ଜୋରଦାର କରିବେ। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ମଧ୍ୟ ବିରୋଧୀ ସ୍ବର ଉଠାଇବେ। ଏଭଳି ସ୍ଥିତିରେ ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗ ଏବଂ ତେଲ ଦର ବୃଦ୍ଧି କଥାକୁ ବିଜେଡି ଜୋରଦାର ଉଠାଇବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri