ପାଟଣାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ

ପାଟଣା,୧୮।୧୧(ସ୍ବ. ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଲାଣଘାଟି ପଞ୍ଚାୟତ ପରିସରରେ ଗୁରୁବାର ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ। ୨ ଶହ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସେ ନୂଆ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏହି ଅବସରରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଗରିବ ଲୋକଙ୍କ ସ୍ବାସ୍ଥ୍ୟର ଚିନ୍ତା କରି ସ୍ବାସ୍ଥ୍ୟ କାର୍ଡ ପ୍ରଚଳନ କରିଥିବା କହିଥିଲେ। ଚିନା ମାଳି ପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀ ପ୍ରିୟା ବେହେରା, ଚିନାମାଳି ପଶି ସରପଞ୍ଚ କନକ ଲତା ନାଏକ, ପଲାଣ ଘାଟି ସରପଞ୍ଚ ନେତ୍ରମଣି ନାଏକ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲ ଦାର ତାପସ ରଞ୍ଜନ ଦେହୁରୀ,ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି,ଜିଲାପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ବିଜେଡି ନେତା ମିତ୍ରଭାନୁ ମହାନ୍ତ, ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ, ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।