ଥଇଥାନ ନେତାଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା

ଅନୁଗୋଳ,୮ା୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରାଜନୀତିରେ ବିଜୁ ଜନତା ଦଳକୁ ନେଇ ଏବେ ସରଗରମ ଆଲୋଚନା ଚାଲିଛି। ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇସାରିଥିଲେ ମଧ୍ୟ ଜିଲାର ୫ଟି ନିର୍ବାଚନମଣ୍ଡଳୀରୁ ଅନୁଗୋଳ ଓ ତାଳଚେର ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ପ୍ରଥମ ପର୍ଯ୍ୟାୟରେ ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା। ଏଠାରେ ଦଳୀୟ ବିଧାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ହେଲେ ଦ୍ୱିତୀୟ ପର୍ଯ୍ୟାୟ ଘୋଷଣାରେ ଦଳ ଆଠମଲ୍ଲିକରେ ଗତଥରର ପ୍ରାର୍ଥୀ ତଥା ବିଧାୟକ ରମେଶ ସାଏଙ୍କ ସ୍ଥାନରେ ନଳିନୀ ପ୍ରଧାନଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ଦଳର ଏପରି ନିଷ୍ପତ୍ତିରେ ଅସନ୍ତୁଷ୍ଟ ପ୍ରକାଶ କରି ବିଧାୟକ ସାଏ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଛନ୍ତି। ଆଗକୁ ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଥିବାବେଳେ ଏଠାରେ ଦଳ କେଉଁ ପରିସ୍ଥିତିର ସମ୍ମୁଖୀନ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଶେଷକରି ୨୦୨୪ ନିର୍ବାଚନ ଟିକେଟ୍‌କୁ ନଜରରେ ରଖି ସଙ୍ଗଠନକୁ ମଜଭୁତ କରିଥିବା ଜିଲାର କେତେଜଣ ଯୁବ ନେତାଙ୍କୁ ଦଳ ପକ୍ଷରୁ ଆଗୁଆ ବିଭିନ୍ନ ପଦ ପଦବୀରେ ଥଇଥାନ କରାଯାଇଥିଲେ ହେଁ ସେମାନଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା ହେଉଛି।
ରାଜନୈତିକ ସମୀକ୍ଷକମାନଙ୍କ କହିବା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଯୁବ ନେତାମାନେ ଆଗକୁ ଗୋଡ଼ କାଢ଼ିଥିଲେ। ଏଭଳି କି ସଙ୍ଗଠନ ଗଢ଼ିବା ସହ କର୍ମୀମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ। ଏବେ ସେହି ଯୁବ ନେତାମାନଙ୍କ କର୍ମୀମାନେ ଜିଲାରେ ସକ୍ରିୟ ରହିଥିଲେ ହେଁ ତାଙ୍କ ନେତାଙ୍କ ଦେଖା ମିଳୁନାହିଁ। କାରଣ ବିଜେଡି ରାଜ୍ୟ ନେତୃତ୍ୱ ସେମାନଙ୍କୁ ବିଭିନ୍ନ ପଦପଦବୀ ଧରାଇ ୨୦୨୪ ନିର୍ବାଚନର ଯଥେଷ୍ଟ ପୂର୍ବରୁ ରାସ୍ତା ସଫା କରିଦେଇଛି। କିନ୍ତୁ ପ୍ରାର୍ଥୀ ଘୋଷଣାକୁ ନେଇ ଅନୁଗୋଳ ଜିଲାରେ ବିଜେଡି ଏବେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଥିବା ବେଳେ ସେହି ଯୁବ ନେତାମାନଙ୍କ ମନ ଆଉ ପଦପଦବୀରେ ଲାଗୁ ନ ଥିବା ଆଲୋଚନା ହେଉଛି। ସେମାନେ ମଝିରେ ମଝିରେ କର୍ମୀ ସମ୍ମିଳନୀ ଆଳରେ ବୈଠକ କରି ଉପସ୍ଥିତ ଜାହିର କରୁଛନ୍ତି। ପୁଣି କେତେବେଳେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଜନତାଙ୍କ ସେବା କରିବାର ସୁଯୋଗ ଅପେକ୍ଷାରେ ଥିବା ଜଣାଇ ଦେଉଛନ୍ତି। ପାଲଲହଡ଼ା ନିର୍ବାଚନମଣ୍ଡଳୀର ବିଜେଡି ନେତା ଅବନୀକାନ୍ତ ସାହୁଙ୍କୁ ନେଇ ଜିଲାରେ ଏପରି ଚର୍ଚ୍ଚା ଲାଗିରହିଛି। ଅବନୀକାନ୍ତଙ୍କୁ ପ୍ରଥମେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ନଜର ପାଲଲହଡା ବିଧାନସଭାକ୍ଷେତ୍ର ଉପରେ ଥିବାରୁ ପରେ ତାଙ୍କୁ ରାଜ୍ୟ ଖାଦ୍ୟ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରିଦିଆଗଲା। ପାଲଲହଡ଼ାରୁ ବିଧାୟକ ମୁକେଶ ପାଲ ଦଳୀୟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଅବନୀକାନ୍ତଙ୍କ ହାତରେ ବହୁ ଭୋଟ ଥିବାରୁ ନିର୍ବାଚନମଣ୍ଡଳୀରେ ତାଙ୍କର ଗୁରୁତ୍ୱକୁ ଅଣଦେଖା କରାଯାଇ ନ ପାରେ। ସେହିପରି ତାଳଚେର ପୌରପାଳିକାର ଅଧ୍ୟକ୍ଷ ପବିତ୍ର ଭୂତିଆ ତାଳଚେରରୁ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ସେଠାରେ ତାଙ୍କ ନାମକୁ ଚପାଇ ଦିଆଯାଇଛି। ଯଦିଓ ଏଯାଏ ଦଳ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଓ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ରାସ୍ତାରେ ସେପରି କଣ୍ଟା ନାହିଁ ତଥାପି ପୌରାଧ୍ୟକ୍ଷ ଭୂତିଆଙ୍କ ସମର୍ଥକମାନେ କିପରି ସହଯୋଗ କରିବେ ତାହା ଉପରେ ନଜର ରହିଛି। ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ମୀନକେତନ ଅମାନ୍ତ ବିଜେଡିରେ ଯୋଗଦେଇଥିଲେ। ଏହାପରେ ତାଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା। ପରେ ତାଙ୍କୁ ତାମଡା ଅଧ୍ୟକ୍ଷ ଦାୟିତ୍ୱ ଧରାଇ ଦିଆଯାଇଛି। ସେହିଭଳି ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲା ଯୁବ ବିଜେଡି ସଭାପତି ପଦରେ ଥିବା ଯୁବନେତା ଦୀନେଶ ପ୍ରଧାନଙ୍କୁ ନେଇ ଅନୁଗୋଳରେ ଅଧିକ ଚର୍ଚ୍ଚା ଚାଲିଛି। ଦଳ ପକ୍ଷରୁ ତାଙ୍କୁ ବସୁଧା ଯୋଜନାର ଉପଦେଷ୍ଟା ଏବଂ ଯୁବ ଓ ଛାତ୍ର ବିଜେଡି ସଂଯୋଜକ ଭାବେ କଳାହାଣ୍ଡି ଜିଲା ଦାୟିତ୍ୱ ପ୍ରଦାନ କରାଯାଇ ଥଇଥାନ କରାଯାଇଛି। କିନ୍ତୁ ତାଙ୍କ ସମର୍ଥକମାନେ ବିଧାନସଭା ଟିକେଟ୍‌ ଆଶା କରୁଥିବା କୁହାଯାଉଛି। ଜିଲାର ଯୁବ ବିଜେଡି କର୍ମୀଙ୍କ ଉପରେ ଦୀନେଶଙ୍କ ବେଶ୍‌ ପ୍ରଭାବ ଥିବାରୁ ତାଙ୍କୁ ନେଇ ନାନା ଚର୍ଚ୍ଚା ଲାଗିରହିଛି। ୩ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଅନେକ ଅସନ୍ତୁଷ୍ଟ ଗୋଷ୍ଠୀ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ପଦପଦବୀଧାରୀ ନେତାମାନେ କେଉଁ ରଣନୀତି ଆପଣାଉଛନ୍ତି ସେ ନେଇ ଜିଲାରେ ବେଶ୍‌ ଆଲୋଚନା ଜାରି ରହିଥିବା ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri