ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା ,ପ୍ରଶାସନ ଓ ସରକାରଙ୍କ ଉପରେ ବିଭିନ୍ନ ସମୟରେ ସ୍ଥାନୀୟ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରି ଆସୁଛନ୍ତି । କ୍ଷୁବ୍ଧ ଭୋଟରଙ୍କୁ ନେତା ବୁଝାବାଇବାରେ ସଫଳ ହେଉ ନ ଥିବାରୁ ଦଶପଲ୍ଲା ବ୍ଲକର ୧୦ ନଂ. ଜିଲାପରିଷଦ ଜୋନ୍‌ରେ ଶାସକଦଳର ଭୋଟ ବିଭାଜନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାର ଫାଇଦା ବିରୋଧିଦଳ କେତେ ନେବ କିମ୍ବା ଭୋଟ ପୂର୍ବରୁ ଏହି ସ୍ଥିତିର କେତେ ପରିବର୍ତ୍ତନ ହେବ ତାହା ନିର୍ବାଚନ ଫଳାଫଳରୁ ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସରିଗଣ୍ଡା, ଶିମିଳିସାହି, ତେଣ୍ଡାବାଡ଼ି, ପୋଖରୀଗୋଚ୍ଛା, ଭୋଗବାଡ଼ି, ତୁମାଣ୍ଡି, ଟାକେରା ଆଦି ୭ ପଞ୍ଚାୟତକୁ ନେଇ ଦଶପଲ୍ଲା ବ୍ଲକର ୧୦ ନଂ. ଜୋନ୍‌ ଗଠିତ। ଏହି ପଞ୍ଚାୟତରେ ନାନା ସମସ୍ୟା ରହିଛି। ଅଧିକାଂଶ ଗଁାକୁ ଯିବାକୁ ରାସ୍ତା ନାହଁ। ପୁଣି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ତୁମାଣ୍ଡି ପଞ୍ଚାୟତର ବୋଇପାଜୁ, ନରାଜିପଡ଼ା, ସାନକୁରୁବାରି, ବଡ଼କୁରୁବାରୀ, ଟିଆପଦର ଗାଁକୁ ରାସ୍ତା ନାହିଁ । ପୁଣି ଭୋଗବାଡ଼ି ପଞ୍ଚାୟତର କାମଣ୍ଡିବଙ୍ଗା, ପେହେଲାଜ ଓ ପଥରଗଣ୍ଡ, ସରିଗଣ୍ଡା ପଞ୍ଚାୟତର କନ୍ଧଭୋଗବାଡ଼ି, କୋଡ଼ିଆ, ବୁଢ଼ାପନର ଓ ପିପଳପଦର, ପୋଖରୀଗୋଛା ପଞ୍ଚାୟତର ଉଦୁଡ଼ା ଓ ସୁନ୍ଦରୀତଇଲା, ତେଣ୍ଡାବାଡ଼ି ପଞ୍ଚାୟତର ବରସାହି, ଲେମ୍ବୁଗୋଛା ଗଁାକୁ ମଧ୍ୟ ରାସ୍ତା ନାହିଁ। ସରକାର ମହାମତ୍ା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ହେଉଛି ବୋଲି ଡିଣ୍ଡିମ ପିଟୁଥିଲେ ମଧ୍ୟ ସେହି ଯୋଜନା ସାତସପନ । ସେହିଭଳି ପିପଳପଦର, କଦମବେରଣାପରି ଅଞ୍ଚଳରେ ନଦୀ ଉପରେ ପୋଲ ହୋଇ ପାରୁନି । ଟାକେରା ପଞ୍ଚାୟତର ମଞ୍ଜାରୀ, ମୁଣ୍ଡୁଳୀ, ମିଟୁକୁଳି, ଗୁରୁସାହି, କାବେରା, ଆସରଡା ଗାଁରେ ମଧ୍ୟ ରାସ୍ତା ସମସ୍ୟା ରହିଛି । ମୋବାଇଲ ନେଟୱାକ ନାହିଁ। ବ୍ୟାଙ୍କ ସେବା ଠିକ୍‌ ଭାବେ ମିଳୁନି । ଠିକଣା ସମୟରେ ଆକାଉଣ୍ଟକୁ ଟଙ୍କା ଆସୁନି । ଭତ୍ତା ପାଇବା ପାଇଁ ବୃଦ୍ଧାବୃଦ୍ଧ,ବିଧବା ଓ ଭିନ୍ନକ୍ଷମ ଲୋକେ ହଇରାଣ ହରକତ ହେଉଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରା ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୩ ବର୍ଷ ପରେ ତାଙ୍କର ପ୍ରତିଶ୍ରୁତି ସେମିତି ରହିଛି । କୌଣସି କାମ ହୋଇନାହିଁ । ପଞ୍ଚାୟତ ନିର୍ବାଚନ ସମୟରେ ଭୋଟରଙ୍କୁ ପୁଣି ପ୍ରତିଶ୍ରୁତି ଦେବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ବିଦ୍ରୋହ ସୃଷ୍ଟି କରିଛି ବୋଲି ଭୋଟର କହିଛନ୍ତି ।
ଏହି ଜୋନ୍‌ରେ ସଙ୍ଗୀତା କୁମାରୀ ନାୟକ(ଭାଜପା), ବନିତା ବେହେରା (କଂଗ୍ରେସ), ସତ୍ୟଭାମା ନାୟକ(ବିଜେଡି), ଲକ୍ଷ୍ମୀ ନାୟକ (ବହଜୁନ ସମାଜ ପାର୍ଟି) ଓ ମମତା ପ୍ରଧାନ (ସ୍ବାଧୀନ) ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ସୁନ୍ଦରୀ ପ୍ରଧାନ ନାମକ ଜଣେ ଭୋଟର କୁହନ୍ତି, ନିର୍ବାଚନ ସମୟରେ ଦଶପଲ୍ଲା ବ୍ଲକର ଦୁର୍ଗମଅଞ୍ଚଳର ଲୋକ ମନେପଡ଼ନ୍ତି । ଭୋଟ ଶେଷ ହୋଇଗଲେ ସେମାନଙ୍କ ସମସ୍ୟା ନାଲିଫିତା ତଳେ ରହିଯାଏ । ଏଭଳି ସମସ୍ୟା ଆଜିକାଲିର ନୁହେଁ, ବହୁବର୍ଷ ଧରି ଚାଲି ଆସିଛି । ଭୋଟ ସରିଗଲେ ଲୋକଙ୍କ ସମସ୍ୟା ନିର୍ବାଚିତ ପ୍ରତିନିଧିଙ୍କ ମନେ ରହେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri