ବ୍ୟବସ୍ଥା ଭଗବାନ ନୁହେଁ

ଗଣତନ୍ତ୍ରରେ ସବୁଠୁ ଊର୍ଦ୍ଧ୍ୱରେ ନାଗରିକ। ସରକାର ଗଢ଼ି କ୍ଷମତାରେ ରହୁଥିବା ବ୍ୟକ୍ତି ଅସ୍ଥାୟୀ। ଶାସନ ଦାୟିତ୍ୱ ନେଇଥିବା ବ୍ୟକ୍ତି ନିଜକୁ ସର୍ବେସର୍ବା ଭାବିଲେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହୋଇଗଲା ବୋଲି ଧରିନେବାକୁ ହେବ। ଏବେ ଭାରତରେ କ୍ଷମତାର ସର୍ବୋଚ୍ଚରେ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରାଗଲେ କୁହାଯାଉଛି ଦେଶଦ୍ରୋହ କାର୍ଯ୍ୟ କରାଗଲା। ବାସ୍ତବରେ ଦେଖିଲେ ଦେଶରେ ସବୁକିଛି ଠିକ୍‌ରେ ଚାଲିବା ଲାଗି ଏକ ବ୍ୟବସ୍ଥା ବା ଢାଞ୍ଚା ସୃଷ୍ଟି କରାଯାଇଛି। କାରଣ ପୂର୍ବରୁ ହୁନ, ମୋଗଲ ଓ ବିଲାତି ଲୋକଙ୍କ ଦ୍ୱାରା ଶାସିତ ହୋଇଥିବା ଭାରତୀୟଙ୍କ ପାଇଁ କାହା ଅଧୀନରେ ପୁନର୍ବାର ନ ରହିବା ଉଦ୍ଦେଶ୍ୟରେ ଗଣତନ୍ତ୍ରକୁ ଅଗ୍ରାଧିକାର ଦିଆଯାଇଥିଲା। ସମ୍ବିଧାନରେ ଫଣ୍ଡାମେଣ୍ଟାଲ ରାଇଟ୍‌ସ ବା ମୌଳିକ ଅଧିକାର ଏବଂ ଡାଇରେକ୍ଟିଭ୍‌ ପ୍ରିନ୍ସିପୁଲ୍ସ ବା ନିର୍ଦ୍ଦେଶକ ନୀତିକୁ ସନ୍ନିବେଶିତ କରାଯାଇଛି। ଏଭଳି ନିୟମ ସୃଷ୍ଟି କରାଯିବା ପଛରେ ଏକ ମହତ୍‌ ଲକ୍ଷ୍ୟ ରହିଥିଲା। ଯଦି କେତେବେଳେ କୌଣସି ଶାସକଙ୍କ ଦ୍ୱାରା ନାଗରିକଙ୍କ ଅଧିକାରକୁ ସଙ୍କୁଚିତ ହୋଇଯିବାର ଅପଚେଷ୍ଟା ହୁଏ, ତେବେ ସେହି ନାଗରିକଙ୍କୁ ସୁରକ୍ଷା ଦେବା ସକାଶେ ସମ୍ବିଧାନରେ ବ୍ୟବସ୍ଥା କରାଯାଇଛି।
ବିଶ୍ୱବ୍ୟାପୀ ଜଣାଶୁଣା ଯେ ଚାଇନା, ଉତ୍ତର କୋରିଆ, ରୁଷିଆ ଭଳି ରାଷ୍ଟ୍ରରେ ରାଷ୍ଟ୍ରମୁଖ୍ୟ ସର୍ବେସର୍ବା ବିବେଚିତ ହେଉଥିବାରୁ ସେମାନଙ୍କୁ ସମାଲୋଚନା କଲେ ଜେଲ ଯିବାକୁ କିମ୍ବା ମୃତ୍ୟୁବରଣ କରିବାକୁ ପଡ଼ିଥାଏ। କିନ୍ତୁ ଗଣତନ୍ତ୍ରରେ ସମାଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ଅସ୍ଥାୟୀ ହୋଇଥିବାରୁ ନ୍ୟାୟାଳୟ ଏବଂ ଅମଲାତନ୍ତ୍ରକୁ ଭାରସାମ୍ୟ ରକ୍ଷା କରିବାର ଏବଂ ପରସ୍ପରକୁ ଜଗିବାର ଦାୟିତ୍ୱ ଦିଆଯାଇଛି। ହେଲେ ଏବେ ନ୍ୟାୟପାଳିକା ସରକାରଙ୍କ ସହ ମିଶିଯାଇଥିବାରୁ ନାଗରିକଙ୍କ କଷ୍ଟ ଆହୁରି ବଢ଼ିଯାଇଛି।
ନୂଆ ଭାରତ ଚିନ୍ତା କରୁଥିବା ଶୀର୍ଷ ନେତାମାନେ ଦଳ ଓ ନିଜର ସୁବିଧା ଲାଗି ଆଇନକାନୁନ ମୋଡ଼ିବାରେ ଲାଗିପଡ଼ିଛନ୍ତି, ଯାହା ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କଲାଣି। ସଦ୍ୟ ଘଟଣାକୁ ଦେଖିଲେ ‘ସିଟିଜେନ୍ସ ଟୁ ସ୍ପାଏ ଅନ୍‌ ସିଟିଜେନ୍ସ’ ବା ନାଗରିକଙ୍କ ଉପରେ ନଜର ରଖିବା ପାଇଁ ନାଗରିକଙ୍କୁ ବ୍ୟବହାର କରିବା କାର୍ଯ୍ୟକ୍ରମ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଛି। ଏଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟର ବା ସ୍ବେଚ୍ଛାସେବକ ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ୍‌ ମିଡିଆ ମଞ୍ଚରେ ଶିଶୁଙ୍କୁ ନେଇ ଅଶ୍ଳୀଳ ଫଟୋ ଓ ଭିଡିଓ, ବଳାତ୍କାର, ଆତଙ୍କବାଦ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପ ଆଦି ବେଆଇନ ବିଷୟବସ୍ତୁକୁ ଚିହ୍ନଟ କରି ରିପୋର୍ଟ ଦେବେ। ଏବେକାର ଭାରତରେ ଯେଉଁ ସ୍ଥିତି ଉପୁଜିଛି, ସେଥିରୁ ମନେହେଉଛି ଯେ, ଏହି ନାଗରିକ ସେନା ବିଶେଷକରି ସରକାରରେ ଥିବା ରାଜନେତାଙ୍କ ବିରୋଧରେ ମତ ଦେଉଥିବା ବ୍ୟକ୍ତି ଏବଂ ଆକାଉଣ୍ଟ ଉପରେ କଡ଼ା ନଜର ରଖିବେ। ସେମାନଙ୍କ ବିରୋଧରେ ଦେଶଦ୍ରୋହୀ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ମୂଳଲକ୍ଷ୍ୟ। ଆଜିର ଶାସକମାନେ ପାରମ୍ପରିକ ଗଣମାଧ୍ୟମକୁ ବହୁଳମାତ୍ରାରେ ନିଜ ଅକ୍ତିଆରକୁ ନେଇ ସାରିଲେଣି। ସୋସିଆଲ ମିଡିଆର ପରିସର ବ୍ୟାପକ ଓ ମୁକ୍ତ ଚିନ୍ତନ ହୋଇଥିବାରୁ ତାହା ଉପରେ ସହଜରେ ନିୟନ୍ତ୍ରଣ ଲଗାଯାଇପାରୁ ନାହିଁ। ଟୁଇଟର ଓ ଫେସ୍‌ବୁକ୍‌ ଭଳି ବହୁରାଷ୍ଟ୍ରୀୟ କମ୍ପାନୀକୁ ସରକାରୀ ନିୟନ୍ତ୍ରଣରେ ଆଣିବା କଷ୍ଟକର ପ୍ରମାଣିତ ହେଉଛି। ସେଥିପାଇଁ ଭୟର ବାତାବରଣ ସୃଷ୍ଟି କରି ଭାରତୀୟଙ୍କୁ ଦମନ କରି ରଖିବା ଏବେ ନୂଆ ଭାରତର କୌଶଳ ଭାବେ ଜନ୍ମ ନେଇଛି। କୃଷକ ଆନ୍ଦୋଳନ ଆରମ୍ଭରୁ ସୋସିଆଲ ମିଡିଆରେ ସରକାର ବିରୋଧୀ ମତ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ହଇରାଣ ହରକତ କରାଯାଉଛି। ଏବେଯାଏ ସରକାରଙ୍କ ସମର୍ଥକମାନେ ଲୁଚାଛପାରେ ଶାସକ ବିରୋଧୀ ମତ ରଖୁଥିବା ଲୋକଙ୍କୁ ଚିହ୍ନଟ କରୁଥିଲେ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଆସୁଛି। ଏହାର ଅନେକ ଉଦାହରଣ ଜନସାଧାରଣ ଦେଖି ସାରିଲେଣି। ସଦ୍ୟ ଦିଶା ରବି ଘଟଣା ଉଲ୍ଲେଖନୀୟ। ବର୍ତ୍ତମାନ ନାଗରିକଙ୍କ ଉପରେ ନାଗରିକ ନଜର ରଖିବା କାର୍ଯ୍ୟ ଜାରି ରହିଲେ ବିରୋଧର ସ୍ବର ଦବିଯିବ। କାରଣ ଲୋକଙ୍କ ପଛରେ ଯେଉଁ ଲୋକଙ୍କୁ ଲଗାଇ ଦିଆଯିବ ସେଥିରେ ବ୍ୟବସ୍ଥା ବିରୋଧରେ କିଏ ସ୍ବର ଉଠାଉ ଥାଆନ୍ତୁ ବା ନ ଥାଆନ୍ତୁ, ଚିହ୍ନଟକାରୀଙ୍କ ତାଲିକା ଚୂଡ଼ାନ୍ତ ହେବ ଏବଂ ସେହି ଅନୁଯାୟୀ ନାଗରିକ ଦଣ୍ଡିତ ହେବା ଥୟ। ଏହା ହେଉଛି ବିଭାଜନ ରାଜନୀତିର ଶୀର୍ଷ ପଦକ୍ଷେପ। ଏହି ବ୍ୟବସ୍ଥାରେ ପଡ଼ୋଶୀ ନିଜ ପଡ଼ୋଶୀକୁ ସନ୍ଦେହରେ ଦେଖିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବେ। ଏଭଳି ସ୍ଥିତି ଉପୁଜିଲେ କୌଣସି କ୍ଷମତାସୀନ ବ୍ୟକ୍ତିଙ୍କୁ ପ୍ରଶ୍ନ କରିହେବ ନାହିଁ। ଏଠାରେ ଗଣତନ୍ତ୍ର ରହିବ କିମ୍ବା ନ ରହିବ ମୂଳ ପ୍ରଶ୍ନ ନୁହେଁ। ସାଧାରଣ ନାଗରିକର ସୁରକ୍ଷା ଓ ମୌଳିକ ସୁବିଧା ଦାବି କରିବା ମଧ୍ୟ ସମ୍ଭବପର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri