ନୂଆ ଓଡ଼ିଆ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଟିଭି ନେଟ୍‌ୱର୍କ ଡିଜ୍‌ନୀ ଷ୍ଟାର୍‌ ପକ୍ଷରୁ ରାଜ୍ୟରେ ଏକ ଉସତ୍ର୍ଗୀକୃତ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ ହୋଇଯାଇଛି। ଏହାର ପ୍ରିମିୟର ଚଳିତ ବର୍ଷ ଜୁନ୍‌ ୬ରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ହେବ। ସେହିଭଳି ଓଡ଼ିଶାରେ ଏହା ପ୍ରଥମ ଆଞ୍ଚଳିକ ଏଚ୍‌ଡି ଚ୍ୟାନେଲ ସହ ଡିଜ୍‌ନୀ ଷ୍ଟାର୍‌ର ସପ୍ତମ ଆଞ୍ଚଳିକ ଭାଷାଭିତ୍ତିିକ ଚ୍ୟାନେଲ ଭାବେ ଷ୍ଟାର୍‌ କିରଣ ଓଡ଼ିଶାରେ ତା’ର ସେବା (ପ୍ରଚାର ଓ ପ୍ରସାର) ଆରମ୍ଭ କରିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଚ୍ୟାନେଲର ଶୁଭାରମ୍ଭ ସହ ଏହା ଉଭୟ ଓଡ଼ିଆ ଓ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ଓ ପ୍ରସାର ସାଙ୍ଗକୁ ବରିଷ୍ଠ ଓ କନିଷ୍ଠ କଳାକାରଙ୍କ ଜରିଆରେ ଆଗକୁ ବଢ଼ି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ଏ ସମ୍ପର୍କରେ ଡିଜ୍‌ନୀ ଷ୍ଟାର, ହେଡ୍‌-ନେଟ୍‌ୱର୍କ ଏଣ୍ଟରଟେନମେଣ୍ଟ ଚ୍ୟାନେଲର କେଭିନ୍‌ ଭାଜ୍‌ କହିଛନ୍ତି ,ଏଥିରେ ସହଯୋଗ କରିଥିବା ଆମର ସହଯୋଗୀ ସାଥୀ ଓ ସହଯୋଗୀମାନଙ୍କୁ ମୁଁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜ୍ଞାପନ କରୁଛି। ଷ୍ଟାର୍‌ କିରଣ ସହିତ ବିଭିନ୍ନ ସକାରାମତ୍କ ତଥା ଗୁଣବତ୍ତା ବିଶିଷ୍ଟ କାହାଣୀ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କୁ ଟିଭି ଦେଖିବାର ବିରଳ ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବାକୁ ଡିଜ୍‌ନୀ ଷ୍ଟାର୍‌ ଲକ୍ଷ୍ୟ ରଖିଛି। ସେହିପରି ଏହି ଚ୍ୟାନେଲରେ ପୌରାଣିକ କାହାଣୀ ସହିତ ଆହୁରି ଅନେକ ଲୋକପ୍ରିୟ ତଥା ରୋମାଞ୍ଚକ ବିଷୟବସ୍ତୁ ମଧ୍ୟ ସ୍ଥାନ ପାଇବ ବୋଲି କେଭିନ୍‌ ମତବ୍ୟକ୍ତ କରିଛନ୍ତି।
ଅପରପକ୍ଷରେ ଏହି ଚ୍ୟାନେଲ ଜରିଆରେ ଜୁନ୍‌ ୬ରୁ ପ୍ରତି ସୋମବାରରୁ ଶନିବାର ରାତି ୭ ଘଟିକାରୁ ୮.୩୦ ପର୍ଯ୍ୟନ୍ତ ଭିନ୍ନ ସ୍ବାଦର ଓଡ଼ିଆ ଧାରାବାହିକ ‘ତୁ କହିବୁ ନା ମୁଁ, ସୁହାଗ ସିନ୍ଦୂର, ଶାନ୍ତି ଏବଂ କିଏ ପର କିଏ ନିଜର’ ସହ ପ୍ରତି ରବିବାର ଓଡ଼ିଆ ଚଳଚ୍ଚିତ୍ର ଯଥା ପ୍ରେମମ୍‌, ଦିଲ୍‌ରେ ଅଛି ତୋର ନାଁ, ଗୁପ୍‌ଚୁପ୍‌ ଏବଂ ମହାବାହୁ ଭଳି ଚଳଚ୍ଚିତ୍ର ମଧ୍ୟ ପ୍ରାଥମିକ ଭାବେ ପ୍ରସାରଣ କରାଯିବ ବୋଲି ଚ୍ୟାନେଲର ଆଞ୍ଚଳିକ ମୁଖ୍ୟ ଆଲୋକ ଜୈନ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଡିଜ୍‌ନୀ ଷ୍ଟାର୍‌ ୩୦ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମିଡିଆ ପରିଦୃଶ୍ୟକୁ ପରିଭାଷିତ କରିଛି। ଡିଜ୍‌ନୀ ଷ୍ଟାର୍‌ର ଚ୍ୟାନେଲ ପୋର୍ଟଫୋଲିଓ ୮ଟି ଭାଷାରେ ମନୋରଞ୍ଜନ,ଚଳଚ୍ଚିତ୍ର, କ୍ରୀଡ଼ା, ଇନ୍‌ଫୋଟେନ୍‌ମେଣ୍ଟ, କୀଡ୍‌ସ ଏବଂ ଜୀବନଶୈଳୀକୁ ପ୍ରଦର୍ଶିତ କରିଥାଏ ା
ଏହି ନେଟ୍‌ୱର୍କ ପ୍ରତିବର୍ଷ ୨୦,୦୦୦ ଘଣ୍ଟାରୁ ଅଧିକ କଣ୍ଟେଣ୍ଟ ସୃଷ୍ଟି କରିବା ସହିତ ଭାରତରେ ୭୦+ ଚ୍ୟାନେଲ ପ୍ରସାରଣ କରିବାରେ ସକ୍ଷମ ହୋଇପାରିଛି। ୧୪ରୁ ଅଧିକ ଚ୍ୟାନେଲ ସହିତ ଷ୍ଟାର ସ୍ପୋର୍ଟସ୍‌ ଚ୍ୟାନେଲ ହେଉଛି ଏକ ପ୍ରମୁଖ ସ୍ପୋର୍ଟସ୍‌ ନେଟ୍‌ୱର୍କ, ଯେଉଁଥିରେ ପ୍ରମୁଖ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରଦର୍ଶନ କରାଯିବା ସହିତ ଭାରତକୁ ଏକ ମଲ୍ଟି ସ୍ପୋର୍ଟିଂ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri