ନୂଆ ଓଡ଼ିଆ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଟିଭି ନେଟ୍‌ୱର୍କ ଡିଜ୍‌ନୀ ଷ୍ଟାର୍‌ ପକ୍ଷରୁ ରାଜ୍ୟରେ ଏକ ଉସତ୍ର୍ଗୀକୃତ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ ହୋଇଯାଇଛି। ଏହାର ପ୍ରିମିୟର ଚଳିତ ବର୍ଷ ଜୁନ୍‌ ୬ରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ହେବ। ସେହିଭଳି ଓଡ଼ିଶାରେ ଏହା ପ୍ରଥମ ଆଞ୍ଚଳିକ ଏଚ୍‌ଡି ଚ୍ୟାନେଲ ସହ ଡିଜ୍‌ନୀ ଷ୍ଟାର୍‌ର ସପ୍ତମ ଆଞ୍ଚଳିକ ଭାଷାଭିତ୍ତିିକ ଚ୍ୟାନେଲ ଭାବେ ଷ୍ଟାର୍‌ କିରଣ ଓଡ଼ିଶାରେ ତା’ର ସେବା (ପ୍ରଚାର ଓ ପ୍ରସାର) ଆରମ୍ଭ କରିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଚ୍ୟାନେଲର ଶୁଭାରମ୍ଭ ସହ ଏହା ଉଭୟ ଓଡ଼ିଆ ଓ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ଓ ପ୍ରସାର ସାଙ୍ଗକୁ ବରିଷ୍ଠ ଓ କନିଷ୍ଠ କଳାକାରଙ୍କ ଜରିଆରେ ଆଗକୁ ବଢ଼ି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ଏ ସମ୍ପର୍କରେ ଡିଜ୍‌ନୀ ଷ୍ଟାର, ହେଡ୍‌-ନେଟ୍‌ୱର୍କ ଏଣ୍ଟରଟେନମେଣ୍ଟ ଚ୍ୟାନେଲର କେଭିନ୍‌ ଭାଜ୍‌ କହିଛନ୍ତି ,ଏଥିରେ ସହଯୋଗ କରିଥିବା ଆମର ସହଯୋଗୀ ସାଥୀ ଓ ସହଯୋଗୀମାନଙ୍କୁ ମୁଁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜ୍ଞାପନ କରୁଛି। ଷ୍ଟାର୍‌ କିରଣ ସହିତ ବିଭିନ୍ନ ସକାରାମତ୍କ ତଥା ଗୁଣବତ୍ତା ବିଶିଷ୍ଟ କାହାଣୀ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କୁ ଟିଭି ଦେଖିବାର ବିରଳ ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବାକୁ ଡିଜ୍‌ନୀ ଷ୍ଟାର୍‌ ଲକ୍ଷ୍ୟ ରଖିଛି। ସେହିପରି ଏହି ଚ୍ୟାନେଲରେ ପୌରାଣିକ କାହାଣୀ ସହିତ ଆହୁରି ଅନେକ ଲୋକପ୍ରିୟ ତଥା ରୋମାଞ୍ଚକ ବିଷୟବସ୍ତୁ ମଧ୍ୟ ସ୍ଥାନ ପାଇବ ବୋଲି କେଭିନ୍‌ ମତବ୍ୟକ୍ତ କରିଛନ୍ତି।
ଅପରପକ୍ଷରେ ଏହି ଚ୍ୟାନେଲ ଜରିଆରେ ଜୁନ୍‌ ୬ରୁ ପ୍ରତି ସୋମବାରରୁ ଶନିବାର ରାତି ୭ ଘଟିକାରୁ ୮.୩୦ ପର୍ଯ୍ୟନ୍ତ ଭିନ୍ନ ସ୍ବାଦର ଓଡ଼ିଆ ଧାରାବାହିକ ‘ତୁ କହିବୁ ନା ମୁଁ, ସୁହାଗ ସିନ୍ଦୂର, ଶାନ୍ତି ଏବଂ କିଏ ପର କିଏ ନିଜର’ ସହ ପ୍ରତି ରବିବାର ଓଡ଼ିଆ ଚଳଚ୍ଚିତ୍ର ଯଥା ପ୍ରେମମ୍‌, ଦିଲ୍‌ରେ ଅଛି ତୋର ନାଁ, ଗୁପ୍‌ଚୁପ୍‌ ଏବଂ ମହାବାହୁ ଭଳି ଚଳଚ୍ଚିତ୍ର ମଧ୍ୟ ପ୍ରାଥମିକ ଭାବେ ପ୍ରସାରଣ କରାଯିବ ବୋଲି ଚ୍ୟାନେଲର ଆଞ୍ଚଳିକ ମୁଖ୍ୟ ଆଲୋକ ଜୈନ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଡିଜ୍‌ନୀ ଷ୍ଟାର୍‌ ୩୦ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମିଡିଆ ପରିଦୃଶ୍ୟକୁ ପରିଭାଷିତ କରିଛି। ଡିଜ୍‌ନୀ ଷ୍ଟାର୍‌ର ଚ୍ୟାନେଲ ପୋର୍ଟଫୋଲିଓ ୮ଟି ଭାଷାରେ ମନୋରଞ୍ଜନ,ଚଳଚ୍ଚିତ୍ର, କ୍ରୀଡ଼ା, ଇନ୍‌ଫୋଟେନ୍‌ମେଣ୍ଟ, କୀଡ୍‌ସ ଏବଂ ଜୀବନଶୈଳୀକୁ ପ୍ରଦର୍ଶିତ କରିଥାଏ ା
ଏହି ନେଟ୍‌ୱର୍କ ପ୍ରତିବର୍ଷ ୨୦,୦୦୦ ଘଣ୍ଟାରୁ ଅଧିକ କଣ୍ଟେଣ୍ଟ ସୃଷ୍ଟି କରିବା ସହିତ ଭାରତରେ ୭୦+ ଚ୍ୟାନେଲ ପ୍ରସାରଣ କରିବାରେ ସକ୍ଷମ ହୋଇପାରିଛି। ୧୪ରୁ ଅଧିକ ଚ୍ୟାନେଲ ସହିତ ଷ୍ଟାର ସ୍ପୋର୍ଟସ୍‌ ଚ୍ୟାନେଲ ହେଉଛି ଏକ ପ୍ରମୁଖ ସ୍ପୋର୍ଟସ୍‌ ନେଟ୍‌ୱର୍କ, ଯେଉଁଥିରେ ପ୍ରମୁଖ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରଦର୍ଶନ କରାଯିବା ସହିତ ଭାରତକୁ ଏକ ମଲ୍ଟି ସ୍ପୋର୍ଟିଂ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri