ବାତ୍ୟାର ଲାଟେଷ୍ଟ ଅପଡେଟ୍‌, ଲ୍ୟାଣ୍ଡଫଲ୍‌ବେଳେ ବୁଲିଯିବ…

କେନ୍ଦ୍ରାପଡ଼ା, ୨୪ା୧୦(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ସାମୁଦ୍ରିକ ଝଡ଼ ‘ଦାନା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହି ସମ୍ଭାବ୍ୟ ଝଡ଼ ୨୪ ତାରିଖରେ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ବୁଧବାର ଅପରାହ୍ନଠାରୁ ଦେଖିବାକୁ ମିଳିଛି। ତେବେ ପାଣିପାଗ ବିଶେଷଜ୍ଞନୁସାରେ ଦାନା ଆଜି ରାତି ୧୦ଟା ପରେ ଲ୍ୟାଣ୍ଡପଲ କରିପାରେ। ଅପରାହ୍ନରେ ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୩୦ କି.ମି.ରୁ ଅଧିକ ଅଛି। ସମୁଦ୍ର ଅଶାନ୍ତ ହେବା ସହ ମଝିରେ ମଝିରେ ବଡ଼ ଜୁଆର ତଟକୂଳରେ ଅଜାଡ଼ି ହୋଇପଡ଼ୁଛି। କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ସାମୁଦ୍ରିକ ଝଡ଼ ସମୟରେ ଶୂନ୍ୟ ମରଣ ନୀତିରେ ଉପାନ୍ତ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି। ଜିଲା ପୋଲିସ ବାହିନୀ, ଅଗ୍ନିଶମ ବାହିନୀ, ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଟିମ ସହ ଜିଲାର ପ୍ରଶାସନିକ ଅଧିକାରୀ ମିଶି ସ୍ଥାନାନ୍ତର ଓ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଥଇଥାନ ବ୍ୟବସ୍ଥାରେ ଲାଗିଛନ୍ତି। ବାତ୍ୟା ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଆଇଏଏସ୍‌ ସମର୍ଥ ବର୍ମା ସମୀକ୍ଷା ବୈଠକ କରିଛନ୍ତି। ସେହିପରି ସାମୁଦ୍ରିକ ଝଡ଼ ଦାନାର ଲ୍ୟାଣ୍ଡଫଲ୍‌ ଭିତରକନିକା ବୋଲି ଆକଳନ ହୋଇଛି। ଏଥିପାଇଁ ଭିତରକନିକାକୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି।

ବାତ୍ୟା ସମ୍ପର୍କରେ ରାଜନଗର ବ୍ଲକ ପେଣ୍ଠ ଗ୍ରାମର ହରିହର ସ୍ବାଇଁ କହିଛନ୍ତି, ଜିଲା ପ୍ରଶାସନ ପକ୍ଷରୁ ଲଗାତର ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଉଛି। ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳକୁ କିଛି ଲୋକ ସ୍ଥାନାନ୍ତର ହୋଇଛନ୍ତି। ସମୁଦ୍ରର ଉତ୍ତାଳ ଜୁଆର ଦେଖିଲେ ଏଠାରେ ନିର୍ମିତ ଲୁଣାବନ୍ଧ ସମେତ ଜିଓ ସିନ୍ଥେଟିକ ଟିୟୁବୱାଲ ସୁରକ୍ଷିତ ନୁହେଁ। ଜୁଆର ଯୋଗୁ ଉଠୁଥିବା ପାଣିର ଉଚ୍ଚତା ତଟାଞ୍ଚଳରେ ୧ ମିଟର ଉଚ୍ଚା ହେଲେ ଲୁଣାବନ୍ଧ ନଷ୍ଟ ହେବ। ସେହିପରି ଜିଓ ଟୁୟୁବୱାଲରୁ ବଡ଼ ପଥର ଓ ଗାବିଅନ ବକ୍ସରୁ ଜୁଆର ମାଡ଼ରେ ସମୁଦ୍ରକୁ ଚାଲି ଯାଉଥିବାରୁ ଏହି ଗ୍ରାମ ପ୍ରତି ବିପଦ ବଢ଼ିଛି। ରାଜନଗର ବ୍ଲକ ମଗରକନ୍ଦା ଗଁାର କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ସାମୁଦ୍ରିକ ଝଡ଼ ଦାନାର ପ୍ରାରମ୍ଭିକ ପ୍ରଭାବ ଅନୁଯାୟୀ ଏହା ଜିଲାର ବିଶେଷ କ୍ଷତି କରିବ। ସାତଭାୟାର ବରାହୀପୁର ଗ୍ରାମ ମଧ୍ୟକୁ ସମୁଦ୍ର ପାଣି ମାଡ଼ିଯିବା ସହ ପର୍ଯ୍ୟଟନସ୍ଥଳୀ ହାବେଳିଖଟିରେ ତଟକ୍ଷୟ ଅଧିକ ହେବ। ଏବେଠାରୁ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ୩୦ ପରିବାର ସ୍ଥାନାନ୍ତର କରାଯାଇଛି। ଗ୍ରାମ ନିକଟରେ ଚାଷଜମି ଥିବାରୁ ଘରେ ରହିଥିବା ଶସ୍ୟର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇଛି। ସେହିପରି ଜାତୀୟଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ମଣିଷ, ବନ୍ୟଜୀବ, ସାମୁଦ୍ରିକ ଜୀବ ଓ ବଉଳା କୁମ୍ଭୀରଙ୍କ ଜୀବନ ବିପନ୍ନ ହେବ। ଏଥିପାଇଁ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ଚାଷବାସ ନଷ୍ଟ ସହ ଜୀବନହାନିର ସମ୍ଭାବନା ଅଛି। ସାମୁଦ୍ରିକ ଜୁଆର ବଢ଼ିଲେ ନଦୀ ନାଳକୁ ବଉଳା କୁମ୍ଭୀର ବାହାରକୁ ଆସି ଆତଙ୍କ ସୃଷ୍ଟି କରିବେ। ଲୁଣା ପାଣି ମାଡ଼ି ଆସିବା ଯୋଗୁ ଚାଷ ନଷ୍ଟ ହେବା ସହେ ଘରଦ୍ୱାର ଭାଙ୍ଗିବା ଆଦି ଭୟ ରହିଥିବା ସେ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ବାତ୍ୟା ଦାନା ପାଇଁ ବଜାର ଦର ଆକାଶଛୁଅଁା ହୋଇଛି। ସମ୍ଭାବ୍ୟ ବାତ୍ୟା ସମୟରେ ଖାଦ୍ୟ ସାମଗ୍ରୀର ଅତ୍ୟଧିକ ଦର ବ୍ୟବସାୟୀ ନେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ସଂଘର ରାଜ୍ୟ ସମ୍ପାଦକ ହରେକୃଷ୍ଣ ପାତ୍ର କହିଛନ୍ତି, ଗୋଖାଦ୍ୟ ସହ ୧୫ ଦିନର ରାଶନ ସାମଗ୍ରୀ ଆଗୁଆ ମାଗଣାରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବାତ୍ୟାର ଲ୍ୟାଣ୍ଡଫଲ ଭିତରକନିକା ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଭାଗର ୫ ଟିମ ଯାତାୟାତ ପଥକୁ ସଫା ରଖିବା ପାଇଁ ନିୟୋଜିତ ହୋଇଛନ୍ତି। ଅନ୍ୟ ୨ଟି ଟିମ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ବ୍ୟବସ୍ଥା ହୋଇଛି। ହେନ୍ତାଳ ବଣ ଏଠାରେ ଥିବାରୁ ବନ୍ୟ ଓ ସାମୁଦ୍ରିକ ଜୀବଙ୍କ ଜୀବନହାନି ନିଶ୍ଚିତ ଭାବେ କମ ରହିବ। ଏବେ ଦେଶୀୟ ପକ୍ଷୀଙ୍କ ଅଣ୍ଡା ଓ ଶାବକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାତ୍ୟା ପରେ ଏ ନେଇ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ନିତ କରାଯିବ। ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବନ୍ଦ ରଖାଯାଇଛି ବୋଲି ସେ କହିଛନ୍ତି। ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ବାତ୍ୟା ଦାନାର ପରିଚାଳନା ପାଇଁ ଜିଲା ପ୍ରଶାସନ ସଜାଗ ଅଛି। ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ଅବସ୍ଥାକୁ ନିୟନ୍ତ୍ରଣ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri