ଭରସା ତୁଟିବା ପରେ ଚରମ ପଦକ୍ଷେପ

ସତ୍ୟଜିତ୍‌ ରାଉତ ଭୁବନେଶ୍ୱର,୨୮।୭(ବ୍ୟୁରୋ): କୌଣସି ଲୋକ ଥାନାରେ ଅଭିଯୋଗ କଲେ, ପୋଲିସ ତାହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ତଦନ୍ତ କରିବା କଥା। ହେଲେ ଅନେକ ଘଟଣାର ତଦନ୍ତରେ ପୋଲିସ ଅବହେଳା କରୁଥିବା ଅଭିଯୋଗ ଆସୁଛି। ଅଭିଯୋଗକାରୀ ବାରମ୍ବାର ଥାନା ଓ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ନିରାଶରେ ଫେରୁଛନ୍ତି। ଉପରିସ୍ଥ ଅଧିକାରୀ, ନେତାମନ୍ତ୍ରୀଙ୍କ ଭୟ ଓ ଚାପ ଯୋଗୁ ତୃଣମୂଳସ୍ତରରେ ତଦନ୍ତ ବାଟବଣା ହେଉଛି। ଏପରିକି କିଛି ମାମଲାରେ ପୋଲିସ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ, ଅଭିଯୋଗକାରୀଙ୍କୁ ଓଲଟା ନିର୍ଯାତନା ଦେଉଛି। ପୋଲିସଠାରୁ ନ୍ୟାୟ ଆଶା ମଉଳିବା ପରେ ଲୋକେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କିମ୍ବା ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଉଛନ୍ତି। ବିଗତ ଦିନରେ ଅନେକ ଲୋକ ଥାନା ଓ ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଗତ ୩ ମାସ ମଧ୍ୟରେ ଏପରି ୪ରୁ ଅଧିକ ଘଟଣା ଘଟିଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ନିକଟରେ ବିଧାନସଭା ଚାଲୁଥିବାବେଳେ ଦୁଇଟି ଘଟଣାରେ ୩ଜଣ ମହିଳା ଆତ୍ମାହତ୍ୟା ଉଦ୍ୟମ କରିଥିଲେ। ଏଭଳି ଏକାଧିକ ସମ୍ବେଦନଶୀଳ ଘଟଣା ରାଜ୍ୟ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲା ଟାଉନ ଥାନା ଅନ୍ତର୍ଗତ ଗବସାହିରେ ଗୃହଦାହ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ମିଥ୍ୟା ଅଭିଯୋଗରେ ପୋଲିସର ଏହି ପଦକ୍ଷେପ ପ୍ରତିବାଦରେ ପରିବାର ପକ୍ଷରୁ ଥାନା ଓ ଏସ୍‌ପି ଅଫିସ ସାମ୍ନାରେ ଧାରଣା ଦିଆଯାଇଥିଲା। ମେ ୧୩ରେ ଏସ୍‌ପି ଅଫିସ ସମ୍ମୁଖରେ ପରିବାର ଲୋକେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ପୋଲିସ ଉଦ୍ଧାର କରିଥିଲା। ମେ ୧୪ରେ ଗଞ୍ଜାମ ଏସ୍‌ପି ଅଫିସ ଆଗରେ ରମ୍ଭା ଥାନା ବୋରିଗାଁର ବାଦଲ ସାହୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୨ ବର୍ଷ ଧରି ତାଙ୍କ ପରିବାରକୁ ଗାଁ ଲୋକେ ବାସନ୍ଦ କରି ରଖିଥିଲେ। ଏନେଇ ସେ ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବରଂ ଗଣ୍ଡଗୋଳ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ବାଦଲ ଏସ୍‌ପି ଅଫିସ ଆସି ଦିନସାରା ଅପେକ୍ଷା କରିଥିଲେ ସୁଦ୍ଧା ଏସ୍‌ପିଙ୍କୁ ଭେଟି ନ ପାରି ଶେଷରେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଅନ୍ୟଏକ ଘଟଣାକ୍ରମରେ ଜଣେ ଅପହୃତା ନାବାଳିକା ଝିଅକୁ ଉଦ୍ଧାର ପାଇଁ ମା’ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇ ନ ଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହୋଇ ଶେଷରେ ମହିଳା ଜଣକ ଜୁନ ୧୭ରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ କିରୋସିନ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ୪ ସପ୍ତାହ ତଳେ ପୋଲିସ ଅବହେଳାରୁ କଟକ ଜିଲା କିଶନନଗର ଥାନା ଅଞ୍ଚଳର ଗୁଣନିଧି ବିଶୋୟୀଙ୍କ ଜୀବନ ଚାଲିଯାଇଥିଲା। ଜମିବାଡ଼ି ବିବାଦରେ ଅତିଷ୍ଠ ଗୁଣନିଧି ନ୍ୟାୟ ଆଶାରେ ପୋଲିସ ପାଖକୁ ଯାଇଥିଲେ ବି କେହି ତାଙ୍କ କଥା ଶୁଣି ନ ଥିଲେ। ପୋଲିସ ଉପରୁ ଭରସା ତୁଟିବା ପରେ ନ୍ୟାୟ ପାଇବା ଆଶା ହରାଇ ଜୁନ ୨୩ରେ ଥାନା ପରିସରରେ ନିଜ ଶରୀରରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ଏହା ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ନ୍ୟାୟ ନ ମିଳିବାରୁ ବିଧାନସଭାମୁହାଁ ହେଉଛନ୍ତି ଅଭିଯୋଗକାରୀ। ଶ୍ୱଶୁର ଘର ଲୋକ ନିର୍ଯାତନା ଦେବା ଘଟଣାରେ ବାଲେଶ୍ୱର ଜିଲା ସିଂଲା ପୋଲିସଠାରୁ ନ୍ୟାୟ ନ ପାଇ ମା’ ଓ ଝିଅ ଜୁଲାଇ ୧୫ରେ ବିଧାନସଭା ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ଗତ ୧୮ ତାରିଖରେ ଅନୁଗୋଳର ଜଣେ ମହିଳା ଥାନାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବାକୁ ବିଧାନସଭା ପରିସରକୁ ପ୍ରବେଶ କଲାବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ତେବେ ପ୍ରାୟତଃ ଥାନାକୁ ଆସୁଥିବା ସାଧାରଣ ଲୋକ ପୋଲିସର ଦୁର୍ବ୍ୟବହାର, ନାଲିଆଖି, ପାତରଅନ୍ତରର ଶିକାର ହେଉଛନ୍ତି। ପୋଲିସର ଆଭିମୁଖ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆସୁ ନ ଥିବାରୁ ଏଭଳି ଘଟଣା ବଢ଼ି ଚାଲିଛି।

ଆତ୍ମାହୁତି ବିକଳ୍ପ ନୁହେଁ
ଭୁଲ୍‌ ବୁଝାମଣାର ବଶବର୍ତ୍ତୀ, ଅତ୍ୟଧିକ ଭାବପ୍ରବଣତା ଓ ମାନସିକ ଦୁର୍ବଳତାରୁ ଆତ୍ମହତ୍ୟା ବା ଆତ୍ମାହୁତି ଭଳି ଘଟଣା ଦେଖାଯାଉଛି। ଯେତେବେଳେ ଥାନା ସ୍ତରରେ ପୋଲିସ ଅବହେଳା କରୁଛି, ସେଭଳି ସ୍ଥିତିରେ ଜଣେ ଅଭିଯୋଗକାରୀ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରନ୍ତେ, କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତେ ଏବଂ ସରକାରଙ୍କୁ ମଧ୍ୟ ଦରଖାସ୍ତ କରିପାରନ୍ତେ। କେବଳ ଆତ୍ମହତ୍ୟା ଏହାର ବିକଳ୍ପ ନୁହେଁ। ଏସବୁ ଘଟଣା ପାଇଁ ଆମେ ଦୁଃଖିତ। ଏହାକୁ କିଭଳି ଭାବେ ବନ୍ଦ କରାଯାଇପାରିବ ସେନେଇ ବିଚାର କରି ଦେଖିବାକୁ ପଡ଼ିବ। ଅନ୍ୟପକ୍ଷରେ ଥାନାଗୁଡ଼ିକରେ ପୋଲିସ ଅଧିକାରୀଙ୍କ ଅଭାବ ରହୁଛି। ତେଣୁ ପୋଲିସ କେତେକ ଘଟଣାରେ ଉପଯୁକ୍ତ ଦୃଷ୍ଟି ମଧ୍ୟ ଦେଇପାରୁନାହିଁ।
-ବିପିନ ବିହାରୀ ମିଶ୍ର, ଅବସରପ୍ରାପ୍ତ ପୋଲିସ ଡିଜି

ଅପରାଧ ସମୀକ୍ଷା ବୈଠକକୁ ନିୟମିତ କରାଯାଉ
ଧର୍ତ୍ତବ୍ୟ ଅପରାଧ ହୋଇ ନ ଥିଲେ ନିୟମ ଅନୁଯାୟୀ ୨ମାସ ମଧ୍ୟରେ ତଦନ୍ତ କରି କୋର୍ଟରେ ଚାର୍ଜସିଟ୍‌ କରିବ ପୋଲିସ। ଯଦି ଧର୍ତ୍ତବ୍ୟ ଅପରାଧ, ତେବେ ଅତି ବେଶିରେ ୩ମାସ ମଧ୍ୟରେ ଚାର୍ଜଶିଟ୍‌ ଦେବା କଥା। କିନ୍ତୁ ଅନେକ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯାଉନାହିଁ। ଅପରପକ୍ଷର ଲୋକଙ୍କ ରାଜନୈତିକ ଚାପ କିମ୍ବା ଅର୍ଥଲୋଭର ବଶବର୍ତ୍ତୀ ହୋଇ ପୋଲିସ ତଦନ୍ତରେ ଅବହେଳା କରୁଛି। ତେଣୁ ସାଧାରଣ ଲୋକଟିଏ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି। ପୋଲିସ ବିଭାଗକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଭଳି ଘଟଣାକୁ କମାଇବାକୁ ପୋଲିସର ଅପରାଧ ସମୀକ୍ଷା ବୈଠକକୁ ନିୟମିତ କରାଯିବା ସହ ଥାନାକୁ ଆସୁଥିବା ଅଭିଯୋଗଗୁଡ଼ିକର ତ୍ୱରିତ ପଦକ୍ଷେପ ନେବା ଜରୁରୀ।
-ହିମାଂଶୁ ସେଖର ନାୟକ, ମାନବାଧିକାର କର୍ମୀ

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri