ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଶେଷ ପରୋକ୍ଷ ନିର୍ବାଚନ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଆଜି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଶେଷ ପରୋକ୍ଷ ନିର୍ବାଚନ। ଅପରାହ୍ନ ଗୋଟାଏରୁ ୪ଟା ଭିତରେ ଭୋଟିଂ ହେବ। ନିର୍ବାଚିତ ହୋଇଥିବା ଜିଲାପରିଷଦ ସଦସ୍ୟ ମାନେ ଉପସଭାପତି ନିର୍ବାଚିତ କରିବେ । ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ପରେ ୧୨ଟା ୩୦ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ବିଜେଡି ୭୬୬ ଆସନ ନେଇଥିବା ବେଳେ, ଭାଜପା ୪୨ ଓ କଂଗ୍ରେସ ୩୭ ଆସନ ପାଇଛି ।

Share