ରାଜଧାନୀରେ ହେଭିଓ୍ବେଟଙ୍କ ପ୍ରଚାର

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌର ନିର୍ବାଚନ ୨୪ରେ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଶେଷ ଦିନରେ ରାଜଧାନୀରେ ପ୍ରଚାରକୁ ଜୋରଦାର କରାଯାଉଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ଭୋଟରଙ୍କ ସମର୍ଥନ ପାଇଁ ମଇଦାନରେ ହେଭିଓ୍ବେଟ ମଧ୍ୟ ରହିଛନ୍ତି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ବିଭିନ୍ନ ୱାର୍ଡ ପରିକ୍ରମା କରି ପ୍ରଚାର କରୁଛନ୍ତି । ଭୋଟରଙ୍କୁ ମନେଇବାର ଶେଷ ଦିନ ହୋଇଥିବା ବେଳେ ଭାଜପା ପ୍ରାର୍ଥିନୀ ସୁନିତ ମୁଣ୍ଡୁ ମଧ୍ୟ ପ୍ରଚାର କରିଛନ୍ତି। ସେହିପରି କଂଗ୍ରେସ ମେୟର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟ ସମର୍ଥଙ୍କ ସହ ଭୋଟ ଭିକ୍ଷା ପାଇଁ ଲାଗି ପଡ଼ିଛନ୍ତି।