ଭୋଟ ନ ଦେବାରୁ ଜମିକୁ ପାଣି ଦିଆଯାଉନି

ପାଟଣା, ୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ପଞ୍ଚାୟତ ରଥପଡ଼ା, ଭାଲୁଘର, ବଡ଼ପଡିଆପଶି ଓ ମୂଷାନାଳୀ ଗ୍ରାମର ଶତାଧିକ ପରିବା ଚାଷୀ ଭୋଟ ନ ଦେବାରୁ ଚାଷ ଜମିକୁ ପାଣି ଦିଆଯାଉନି ବୋଲି ଅଭିଯୋଗ କରିଛନ୍ତି। ଏହି ଚାଷୀ ମାନେ ସୋମବାର ମୂଷାଖରୀ ସରପଞ୍ଚ ଭାମାମଣୀ ଦାସଙ୍କୁ ଭେଟି ମୂଷାଖରୀ ଆହାର ବନ୍ଧରୁ ପାଣି ଛାଡିବାକୁ ନିବେଦନ କରିଛନ୍ତି। ପାଣି ବିନା ସେମାନଙ୍କର ପରିବା ଫସଲ ସହ ସୋରିଷ, ସୂର୍ଯ୍ୟମୁଖୀ ଚାଷ ଉଜୁଡି ଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଚାଷୀ ମାନେ ପ୍ରତିବର୍ଷ ଆହାର ବନ୍ଧରୁ କେନାଲ ଜରିଆରେ ପାଣି ନେଇ ଚାଷ କରୁଥିଲେ। ହେଲେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ବନ୍ଧକୁ ନିଲାମରେ ନେଇଥିବା ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ସମର୍ଥକ ସରପଞ୍ଚ ପ୍ରାର୍ଥୀ ହାରିଯିବାରୁ ଚାଷୀଙ୍କ ଜମିକୁ ପାଣି ଛାଡିବାକୁ ମନା କରିଦେଇଥିବା ଚାଷୀମାନେ କହିଛନ୍ତି। ଚାଷୀଙ୍କ ଜମିକୁ ତୁରନ୍ତ ପାଣି ବ୍ୟବସ୍ଥା କରିବାକୁ ପ୍ରଭାବିତ ଚାଷୀ ମାନେ ଦାବି କରିଛନ୍ତି। ଏସମ୍ପର୍କରେ ମୂଷାଖରୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ସାହୁ କହିଛନ୍ତି, ଉକ୍ତ ବନ୍ଧକୁ ଦୁଇଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମାଛ ଚାଷ କରି ସାବଲମ୍ବୀ ହେବାକୁ ୩ବର୍ଷ ପର୍ଯ୍ୟନ୍ତ ୨ଲକ୍ଷ ୫୫ ହଜାର ଟଙ୍କାର ଲିଜ୍‌ ସୂତ୍ରରେ ଦିଆଯାଇଛି। ନିୟମ ଅନୁଯାୟୀ ବନ୍ଧ ୭ ଫୁଟରୁ ଉଦ୍ଧର୍‌ବ ପାଣି ଥିଲେ ବନ୍ଧରୁ ଚାଷ ଜମିକୁ ପାଣି ଛଡ଼ାଯିବାର ବ୍ୟବସ୍ଥା ରହିଛି। ଏବେ ବନ୍ଧରେ ୧୨ ଫୁଟ ଉପରେ ପାଣି ଥାଇ ଚାଷୀଙ୍କୁ ପାଣି ଦିଆଯାଉ ନ ଥିବା ଅଭିଯୋଗ ହେବା ପରେ ସମସ୍ତ ଘଟଣା ସମ୍ପର୍କରେ ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଇଛି। ସବିଶେଷ ତଥ୍ୟ ଅନୁଯାୟୀ ସରପଞ୍ଚ ଉଭୟ ପକ୍ଷଙ୍କୁ ସମାଧାନ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri