ଶ୍ରାବଣରେ ଜମି ଶୁଖିଲା

ଢେଙ୍କାନାଳ ଅଫିସ, ୧୮।୭  –  ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି। ରୁଆ, ବେଉଷଣ ପାଇଁ ଚାଷୀକୁ ତର ମିଳନ୍ତାନି। ହେଲେ ନିଅଣ୍ଟିଆ ବର୍ଷା ସବୁ ବିଗାଡ଼ି ଦେଇଛି। ଠା ଠା ଶୁଖିଲା ପଡ଼ିଛି ଜମି। ବୁଣାଯାଇଥିବା ତଳି ମରିବାକୁ ବସିଲାଣି। ସପ୍ତାହକ ଭିତରେ ବର୍ଷା ନ ହେଲେ ଗଜାମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଜଳଜଳ ହୋଇ ଦିଶୁଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀକୁଳ।
ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାର ଅର୍ଥନୀତିକୁ ବଳ ଯୋଗାଇଥାଏ ଚାଷ। ଚଳିତ ବର୍ଷ ମୌମୁସୀର ଲୁଚକାଳି ଖେଳ ଜାରି ରହିଛି। ଦିନେ ବର୍ଷା ହେଲେ ଦ୍ୱିତୀୟ ଦିନକୁ ପ୍ରଚଣ୍ଡ ଖରା। ବର୍ଷିଥିବା ପାଣି ଜମିରେ ଶୁଖିଯାଉଛି। ଏପରି ସ୍ଥିତିରେ ଅନେକ ସ୍ଥାନରେ ତଳି ବି ପଡ଼ିପାରିନି। ଆଗୁଆ ବର୍ଷାକୁ ଦେଖି ଯେଉଁ କେତେକ ସ୍ଥାନରେ ତଳି ପଡ଼ିଥିଲା, ସେସବୁ ଏବେ ପାଣି ଅଭାବରୁ ମରିବାକୁ ବସିଲାଣି। ଜିଲାରେ ଜୁଲାଇ ୧୫ ସୁଦ୍ଧା ଆବଶ୍ୟକତାଠାରୁ ୩୦% କମ୍‌ ବର୍ଷା ହୋଇଛି। ସ୍ବଳ୍ପବୃଷ୍ଟି ଯୋଗୁ ଓଡ଼ାପଡ଼ା ଏବଂ ପରଜଙ୍ଗ ବ୍ଲକରେ ଚାଷକାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି।
ଜିଲାରେ ଚଳିତବର୍ଷ ୯୫ହଜାର ହେକ୍ଟର ଜମିରେ ଧାନଚାଷ କରାଯିବାକୁ ନିର୍ଦ୍ଧାରଣ ହୋଇଛି। ଜୁଲାଇ ୧୫ ସୁଦ୍ଧା ୫୭ ହଜାର ହେକ୍ଟରରେ ଧାନ ବୁଣା ଲକ୍ଷ୍ୟ ରଖାଯାଇଥିବା ବେଳେ ୫୦,୮୬୦ ହେକ୍ଟରରେ ବୁଣା ସରିଛି। ସେହିପରି ୩୮ ହଜାର ହେକ୍ଟରରେ ରୁଆ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୨,୮୨୯ ହେକ୍ଟରେ ରୁଆ ସରିଛି। ଜିଲାରେ ୮୮୦ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୨୧୫ ଅଚଳ ଅବସ୍ଥାରେ ରହିଛି। ବିଭାଗର ଅବହେଳା ଯୋଗୁ ହାତ ପାହାନ୍ତାରେ ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ୱେ ଜମିକୁ ପାଣି ମାଡ଼ିପାରୁନି। ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାରୁ କୃଷି ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଛି। ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି। କରୋନା ମାଡ଼ରେ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ ଭଲ ଫସଲ ନ ହେଲେ ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡ଼ିବ ବୋଲି ଚାଷୀମାନେ କହିଛନ୍ତି।
ଏ ସମ୍ପର୍କରେ ଜିଲାକୃଷି ଉପନିର୍ଦ୍ଦେଶକ ରାଜକିଶୋର ନାୟକ କୁହନ୍ତି, ସପ୍ତାହକ ମଧ୍ୟରେ ବର୍ଷା ଲୋଡ଼ା। ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରୁଛନ୍ତି। ପରଜଙ୍ଗ, ଓଡ଼ାପଡ଼ା ବ୍ଲକରେ ଆବଶ୍ୟକ ପରିମାଣଠାରୁ ଯଥେଷ୍ଟ କମ୍‌ ବର୍ଷିଛି। ପାଣି ପଞ୍ଚାୟତ ମାଧ୍ୟମରେ ଉଠା ଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri