ମାନସଙ୍କୁ ମିଳିଲା ଭତ୍ତା

ପରଜଙ୍ଗ, ୧୮।୭(ଡି.ଏନ.ଏ.) – ସରିଛି ୧୪ବର୍ଷର ସଂଘର୍ଷ। ଦିବ୍ୟାଙ୍ଗ ମାନସଙ୍କ ଉପରେ ପଡ଼ିଛି ପ୍ରଶାସନର ଶୁଭଦୃଷ୍ଟି। ବ୍ଲକ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ପଞ୍ଚାୟତ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି ଏକ ମାସର ଭତ୍ତା ଟଙ୍କା ଏବଂ ବହି। ଏହାପରେ ‘ଧରିତ୍ରୀ’କୁ ଧନ୍ୟବାଦ ଜଣାଇଛନ୍ତି ମାନସଙ୍କ ପରିବାର।
ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡା ବାଲିସାହିର ମଦନ ଖିଲରଙ୍କ ପୁଅ ମାନସ (୩୨) ଜନ୍ମରୁ ମୂକ ଏବଂ ବଧିର। ଦୀର୍ଘ ୧୪ବର୍ଷ ହେଲା ଭତ୍ତା ଖଣ୍ଡିଏ ପାଇଁ ୨୦ରୁ ଊର୍ଦ୍ଧ୍ୱ ଥର ଆବେଦନ କରି ସେ ନିରାଶ ହୋଇଥିଲେ। ଏ ସମ୍ପର୍କରେ ଗତ ୧୩ ତାରିଖରେ ‘ଧରିତ୍ରୀ’ରେ ‘ହକ୍‌ ପାଇଁ ୧୪ ବର୍ଷର ଲଢ଼େଇ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ମାନସଙ୍କୁ ଦିବ୍ୟାଙ୍ଗ ଭତ୍ତା ତାଲିକାରେ ସାମିଲ କରିବାକୁ ତତ୍ପରତା ଦେଖାଇଥିଲା ବ୍ଲକ ପ୍ରଶାସନ। ବିଡିଓ ବସନ୍ତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାର ପ୍ରଭାସ ଚନ୍ଦ୍ର ସାମନ୍ତରାୟ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ବାନାମ୍ବର ନାୟକ ମାନସଙ୍କ ଘରେ ପହଞ୍ଚତ୍ ସମସ୍ତ ପ୍ରମାଣପତ୍ର ସଂଗ୍ରହ କରିଥିଲେ। ୧୫ ତାରିଖରେ ଭତ୍ତା ମଞ୍ଜୁର କରିବା ଲାଗି ସମସ୍ତ କାଗଜପତ୍ର ଉପଜିଲାପାଳଙ୍କ ନିକଟକୁ ପଠାଇଥିଲେ। ସେହି ଦିନ ହିଁ ଉପଜିଲାପାଳଙ୍କ ପତ୍ରସଂଖ୍ୟା ୩୧୮୪ ଅନୁଯାୟୀ ଭତ୍ତା ମଞ୍ଜୁର କରି ବ୍ଲକ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ୧୬ ତାରିଖରେ ବ୍ଲକ ପ୍ରଶାସନ ଭତ୍ତାବହି ଏବଂ ଟଙ୍କାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅନିରୁଦ୍ଧ ମହାଭୋଇଙ୍କୁ ପ୍ରଦାନ କରିଥିଲେ। ୧୭ ତାରିଖରେ ପିଇଓ ମାନସଙ୍କ ଘରକୁ ଯାଇ ଜୁଲାଇ ମାସର ଭତ୍ତା ବାବଦ ୭୦୦ ଟଙ୍କା ଏବଂ ବହି ପ୍ରଦାନ କରିଥିବା ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଯୁବତୀ ଯୁବକଙ୍କୁ ବିବାହ କରାଇଲେ

କଣିହାଁ, ୧୦ା୧୨ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ତାରିଣୀ ମନ୍ଦିରରେ ଅସହାୟ ଆଦିବାସୀ ଯୁବତୀ ଯୁବକଙ୍କ ବିବାହ କରାଇଛନ୍ତି ଯୁବ ଉଦ୍ୟୋଗୀ...

ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ଆଦିବାସୀ ପରିବାର

ମାଥିଲି, ୧୪।୧(ଡି.ଏନ୍‌.ଏ.): ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲା ତୁଳସୀ ପାହାଡ଼ କଟୁଆପଦରର ଏକ ଆଦିବାସୀ ପରିବାର ଗାଁ ଛାଡିଛନ୍ତି। ଗଙ୍ଗା ମାଢିଙ୍କ ପରିବାର ଲୋକଙ୍କୁ ନିର୍ଧୁମ...

ଇନ୍ଦୋରରେ ଫସିଛନ୍ତି ୧୫ ଓଡ଼ିଆ ଶ୍ରମିକ, ଭିଡିଓ ଯୋଗେ ରନ୍ଧାଖାଦ୍ୟ ଯୋଗାଇବାକୁ କଲେ ନିବେଦନ

ବରଗଡ଼ ଅଫିସ,୧୨ା୪ : ଲକ୍‌ଡାଉନ୍‌ ଯୋଗୁ ଇନ୍ଦୋର(ଅହମଦାବାଦ)ରେ ୧୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ସେଠାରେ ଫସି ରହିଥିବା ଶ୍ରମିକମାନେ...

ଅଗ୍ନିକାଣ୍ଡ: ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ମାଲକାନଗିରି,୨୭ା୫(ଡି.ଏନ୍‌.ଏ.)- ମାଲକାନଗିରି ସଦର ମହକୁମାରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ଖବରପାଇ ଅଗ୍ନିଶମ...

ବିଲରେ ପଡ଼ି ରହିଛି ନାବାଳିକାଙ୍କ ମୃତଦେହ, ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ନବରଙ୍ଗପୁର,୧୪।୧୨(ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ବି.ଗୁମଣ୍ଡଳୀ ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ପଡ଼ି ରହିଛି। ଯୁବତୀଙ୍କୁ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିବା...

ନିମ୍ନମାନର କାମ ଯୋଗୁ ରାସ୍ତା ଦୁଇ ଫାଳ

କେନ୍ଦୁଝର, ୧।୧୦ (ସ୍ବ.ପ୍ର.)-ନିମ୍ନମାନର କାମ ଓ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବିଶେଷ କରି ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକରେ ବିଭିନ୍ନ ବିଭାଗ ଦ୍ୱାରା...

ରାଜପଥରେ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଗୁରୁତର

ମାର୍ଶାଘାଇ, ୧୯।୨(ଡି.ଏନ.ଏ.): ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର(କ) ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଦୁର୍ବୃତ୍ତମାନେ କେତେକ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣକରି ଟଙ୍କା...

କନ୍ଧମାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ

ଫୁଲବାଣୀ ଅଫିସ, ୧୫ା୪- କରୋନା ଆକ୍ରାନ୍ତଙ୍କ ପାଇଁ କନ୍ଧମାଳ ଜିଲାରେ ପ୍ରଥମ କରି ମଙ୍ଗଳବାରଠାରୁ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ା ଜିଏନ୍‌ଏମ୍‌ କଲେଜ ପରିସରରେ...

Advertisement
Archives

Model This Week