ଶ୍ରାବଣରେ ବୈଶାଖ ତାତି, ଜମି ଫାଟି ଆଁ

ଗୋଲାମୁଣ୍ଡା,୧୪।୮(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଏବେ ଶ୍ରାବଣ ମାସରେ ବୈଶାଖ ତାତି। ଏହାର ପ୍ରଭାବରେ ଜମି ଫାଟି ଥିବା ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ଲକର ଚାଷୀ ଆଉ ଏକ ମରୁଡି ଚିନ୍ତାରେ ଅଛନ୍ତି। ଗୋଲାମୁଣ୍ଡା ବ୍ଲକ ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳ ହୋଇଥିବାରୁ ଗତ କେତେକ ବର୍ଷ ହେଲା ଅନେକ ପଞ୍ଚାୟତ ମରୁଡିର ଶିକାର ହୋଇଥିବା ବେଳେ ଚଳିତବର୍ଷ ସମ୍ପୂର୍ଣ୍ଣ ବ୍ଲକରେ ମରୁଡିର ପଦଧ୍ୱନୀକୁ ନେଇ ଚିନ୍ତାରେ ଚାଷୀ। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ପାଇଁ ବ୍ଲକରେ ଧାନ ଚାଷ କାର୍ଯ୍ୟ ପଛାଇ ଯାଇଥିବା ବେଳେ ଜୁଲାଇ ଶେଷ ଭାଗରେ ମଧ୍ୟମ ଧରଣର ବର୍ଷା ଯୋଗୁ ଚାଷୀ ରୂଆବେଉଷଣ କାର୍ଯ୍ୟରେ ମଜି ଯାଇଥିଲା। ବ୍ଲକର ୫୦ ପ୍ରତିଶତ ଅଞ୍ଚଳରେ ରୂଆବେଉଷଣ କାର୍ଯ୍ୟ ସରିଯାଇଥିବା ବେଳେ ଅଗଷ୍ଟ ପ୍ରଥମ ସପ୍ତାହରୁ ବର୍ତ୍ତମାନ ଅଧା ଦିନ ସରିବାକୁ ବସିଲାଣି କିନ୍ତୁ ବର୍ଷା ଉଭାନ ହୋଇଯାଇଛି। ବର୍ତ୍ତମାନ ଶ୍ରାବଣ ମାସରେ ବର୍ଷା ଲାଗି ରହିବା କଥା, କିନ୍ତୁ ବୈଶାଖର ତାତି ଅନୁଭୁତ ହେଉଛି। ବର୍ତ୍ତମାନ ଯେତିକି ଜମିରେ ଚାଷକାର୍ଯ୍ୟ ହୋଇଯାଇଛି, ସେସବୁରେ ପାଣି ଅଭାବ ଯୋଗୁ ଜମି ଫାଟି ଆଁ କଲାଣି। ବ୍ଲକର ୨୮ଟି ପଞ୍ଚାୟତରେ ବର୍ତ୍ତମାନ ଆବଶ୍ୟକଠାରୁ କମ ବର୍ଷା ହେଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କେତେ ଅଞ୍ଚଳରେ ଚାଷୀ ରୁଆବେଉଷଣ ପାଇଁ ଧାନ ତଳି ପକାଇ ଥିବାବେଳେ ତଳିସବୁ ବର୍ଷା ଅଭାବରୁ ଶୁଖି ଗଲାଣି। ଜମିରେ ରୂଆ ହୋଇଥିବା ଧାନ ଓ ବୁଣା ଧାନ ମଧ୍ୟ ପାଣି ଅଭାବରୁ ଠିକ ଭାବେ ବଢି ନ ପାରି ମରିବାକୁ ଲାଗିଲାଣି। ଚାଷୀ ଧାନ କରଜ କରି ବିହନ ରାସାୟନିକ ସାର କିଣିଥିବା ବେଳେ ଗତ କେତେକ ବର୍ଷ ହେଲା ବ୍ଲକର ଚାଷୀ ଧାନ ଚାଷ କରି ମରୁଡିର ସମ୍ମୁଖୀନ ହୋଇ ତାଙ୍କର ସାର ଓ ବିହନ ଖର୍ଚ୍ଚ ମଧ୍ୟ ବାହାରି ପାରି ନ ଥିବା ବେଳେ ଚଳିତ ବର୍ଷ ମଧ୍ୟ ଏପରି ପରିସ୍ଥିତି ଦେଖାଦେଲେ ଚାଷୀଙ୍କୁ ସାର ଓ ବିହନ ଖର୍ଚ୍ଚ ମିଳିବ କି ନାହିଁ ଆଶଙ୍କାରେ ଅଛନ୍ତି ବ୍ଲକର ଚାଷୀ । ଆଗମୀ ଏକ ସପ୍ତାହ ମଧ୍ୟରେ ଯଦି ଠିକ ପରିମାଣରେ ବର୍ଷା ନ ହେଲେ ଚଳିତବର୍ଷ ମଧ୍ୟ ଗୋଲାମୁଣ୍ଡା ବ୍ଲକର ଚାଷୀ ଭୟାବହ ମରୁଡିର ସମ୍ମୁଖୀନ ହେବେ ବୋଲି ଚାଷୀ ମହଲରେ ଚର୍ଚ୍ଚା ଯୋରଧରିଛି। ଅପରପକ୍ଷରେ ବ୍ଲକର ଅନେକ ପଞ୍ଚାୟତ ଚାଷୀଙ୍କ ଧାନ ତଳି ଓ ରୂଆ ଧାନ ମରିବା ଯାଇଥିବା ବେଳେ ବର୍ଷା ହେଲେ ମଧ୍ୟ ଏହା ବଢି ପାରିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଜିଲା କୃଷି ବିଭାଗ ପକ୍ଷରୁ ଏକ ଟିମ ସବୁ ଅଞ୍ଚଳ ପରିଦର୍ଶନ କରି ମରୁଡି ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri