Posted inଖେଳ

ଆଜି କଳିଙ୍ଗରେ କୋଲକାତା ଡର୍ବି

ଭୁବନେଶ୍ୱର,୧୯ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବ କୋଲକାତା ଡର୍ବି। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମୋହନବାଗାନ ସୁପର ଜାଏଣ୍ଟ୍ସ ଓ ଇଷ୍ଟ ବେଙ୍ଗଲ ଏଫ୍‌ସି। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ। ଯେଉଁ ଦଳ ବିଜୟୀ ହେବ ସେ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଅନ୍ୟ ପକ୍ଷରେ ଏହି ଦୁଇ ଦଳ ମଧ୍ୟରେ ପଶ୍ଚିମବଙ୍ଗ ବାହାରେ ମ୍ୟାଚ୍‌ ଖେଳାଯିବାର ମଧ୍ୟ ଏହା ପ୍ରଥମ ଦୃଷ୍ଟାନ୍ତ। ଗ୍ରୁପ୍‌ ଏରେ ଉଭୟ ଦଳ ସ୍ଥାନ ପାଇଥିବା ବେଳେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳି ଉଭୟରେ ବିଜୟ ହାସଲ କରିଛନ୍ତି। ତେବେ ଗୋଲ ବ୍ୟବଧାନରେ ଇଷ୍ଟ ବେଙ୍ଗଲ ଆଗୁଆ ରହିଛି। ଫଳରେ ଅନ୍ତିମ ମ୍ୟାଚ୍‌ଟି ଡ୍ର ହେଲେ ଇଷ୍ଟବେଙ୍ଗଲ ଫାଇଦାରେ ରହିବ। ନିକଟ ଅତୀତରେ ମୋହନ ବାଗାନ କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ୍‌ ଖେଳି ସାରିଥିବା ବେଳେ ଏହା ଦଳକୁ ସାମାନ୍ୟ ଫାଇଦାରେ ରଖିବ।
ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉଭୟ ଦଳର କୋଚ୍‌ ଓଡ଼ିଶାର କ୍ରୀଡା ଭିତ୍ତିଭୂମିକୁ ବେଶ ପ୍ରଶଂସା କରିଥିଲେ। ଏକା ଥରରେ ୧୬ ଫୁଟବଲ ଦଳକୁ ଓଡ଼ିଶା ଯେଉଁ ଭଳି ଢଙ୍ଗରେ ପରିଚାଳନା କରିଛି ତାହା ପ୍ରଶଂସନୀୟ ବୋଲି ଉଭୟ କହିଥିଲେ। ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ କାର୍ଲୋସ କୁଆର୍ଡେଟ୍‌ କହିଥିଲେ ମୁଁ ଓଡ଼ିଶାରେ ଅଧିକ ସମୟ ବିତାଇଛି। ଏଠିକାର ଫୁଟବଲ ଭିତ୍ତିଭୂମି ଚମତ୍କାର ହୋଇଥିବା ବେଳେ ଅଭ୍ୟାସ ପିଚ ଗୁଡିକ ମଧ୍ୟ ଭଲ ରହିଛି। କୋଲକାତା ଡର୍ବି ଏକ ନ୍ୟୁଟ୍ରାଲ ଭେନ୍ୟୁରେ ହେବା ଭାରତୀୟ ଫୁଟବଲ ପାଇଁ ଶୁଭ ସଙ୍କେତ। ଅନ୍ୟ ପକ୍ଷରେ ଓଡ଼ିଶା ଏଫ୍‌ସିକୁ ସୁପର୍‌ କପ୍‌ ଜିତାଇଥିବା କ୍ଲିଫୋର୍ଡ ମିରାଣ୍ଡା ବର୍ତ୍ତମାନ ମୋହନବାଗାନ ସୁପର ଜାଏଣ୍ଟ୍ସର ସହକାରୀ କୋଚ୍‌ ରହିଛନ୍ତି। ଓଡ଼ିଶାରେ ଅଧିକ ସମୟ ବିତାଇ ଥିବାରୁ ଏହା ଆମ ପାଇଁ ସୁବିଧାଜନକ ରହିବ ବୋଲି ମିରାଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri