ରୋଷଶାଳା ପାଲଟିଲା ପାଠଶାଳା

ମହାକାଳପଡ଼ା,୩୦।୧୨(ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୌଳିକ ସେବା ତଥା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଆଦିର ବିକାଶ ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଦ୍ୟାବଧି ଅନେକ ଅଞ୍ଚଳରେ ଏହି ମୌଳିକ ସେବାରୁ ବଞ୍ଚତ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକର ସ୍ଥାନୀୟ ପେଟ୍‌ ଛେଲା ପଞ୍ଚାୟତର ଶବରପଡ଼ା ଗାଁର କରୁଣ ଚିତ୍ର। ଏହି ପଡାରେ ଅନେକ ପରିବାର ସରକାରୀ ଜଙ୍ଗଲିଆ ଜମିରେ ପିଢ଼ିପିଢ଼ି ଧରି ବସବାସ କରି ଆସୁଛନ୍ତି। ଏମାନେ ମୟୂରଭଞ୍ଜ ଜିଲା ମୂଳବାସିନ୍ଦା। ମାଛ, କଙ୍କଡା, ନଦୀ, ସମୁଦ୍ରରୁ ଧରି ଜୀବିକା ନିର୍ବାହ କରିଥାନ୍ତି। ଏହି ପଡାରେ ଶହେରୁ ଅଧିକ ପାରିବାର। ଏହି ଶିଶୁମାନେ ଶିଶୁ ଖାଦ୍ୟରୁ ବଞ୍ଚିତ ହେବା ଶହ ଶାରୀରିକ, ମାନସିକ ଦୁର୍ବଳ ଦେଖିବାକୁ ମିଳିଛି। ଖାଦ୍ୟ ପାଇଁ କିଏ ମୂଷା ଗାତରୁ ଧାନ ସଂଗ୍ରହ କରୁଛି ତ, କିଏ ଦାଦନ ଖଟୁଛନ୍ତି। କରୋନା ପାଇଁ ପାଠପଢା ଠପ୍‌ ହୋଇଛି। ଏହିପଡାର କେତେକ ପରିବାର ମା’ବାପା, ଦାଦନ ଖଟିବାକୁ ଯାଉଥିବା ବେଳେ ଶିଶୁମାନେ ସ୍କୁଲ ବନ୍ଦ ଯୋଗୁ ରୋଷେଇ ଶାଳରେ ପାଠ ପଢିବା ଦେଖିବାକୁ ମିଳିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି ଏହି ଶବରପଡାର ବାପ ଛେଉଣ୍ଡ ଶିଶୁମାନେ ଅତି ଦହନୀୟ ଜୀବନ ବିତାଉଛନ୍ତି। ଗାଁର ଶ୍ରୀରାମ ଚୋପିଆର ପରିବାର, ୫ ବର୍ଷ ପୂର୍ବରୁ ଆରପାରିରେ। ମା’ ମତି ଚୋପିଆର୍‌ ଦାଦନ ଖଟିବାକୁ ଠିକାଦାରର ଶୋଷଣର ଶିକାର ହେଉଛନ୍ତି। ଏପଟେ ଦୁଇ ଶିଶୁକନ୍ୟା ସୁମିତ୍ରା(୧୨)ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ମାଳତୀ(୧୦) ପଞ୍ଚମରେ ଓ ସାନପୁଅ ମୋହନ ନିକଟ ଅଙ୍ଗନଓ୍ବାଡି କେନ୍ଦ୍ରରେ ନାଁ ଲେଖାଇଛନ୍ତି। ହେଲେ ଅଣ୍ଡା, ଛତୁଆ ମିଳୁ ନ ଥିବା ମୋହନ କହିଛନ୍ତି। ଏହି ପରିବାରକୁ ଆବାସ ଗୃହ ଯୋଜନା ସାତ ସପନ। ଏହିପରି ଗାଁର ଅନେକ ପରିବାର ଅବହେଳିତ, ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଏହି ଦୁର୍ଦ୍ଦିନ ପରିବାରକୁ ସରକାରୀ, ବେସରକାରୀ ସଙ୍ଗଠନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାମାଜିକ କର୍ମୀ ସୁବାସ ସ୍ବାଇଁ, ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳି ପ୍ରଶାସନ ନିକଟର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri