ଏକାଠି ହେଉଛନ୍ତି ରାଜା, ରାଣୀ

ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ନୂଆପଡ଼ା ଜଙ୍ଗଲରୁ ୨୦୨୩ ନଭେମ୍ବର ୫ତାରିଖରେ ଧରା ହୋଇଥିବା ମଣିଷଖିଆ କଲରାପତରିଆ ଅଣ୍ଡିରା ବାଘ(ରାଜା)କୁ ସମ୍ବଲପୁର ପ୍ରାଣୀ ଉଦ୍ୟାନ(ଡିଅର ପାର୍କ)ରେ ଥିବା ମାଈ କଲରାପତରିଆ(ରାଣୀ) ବାଘ ସହ ଶନିବାର ଛଡ଼ାଯାଇଛି। ଏଠାରେ ସ୍ବତନ୍ତ୍ର ଭାବେ ନିର୍ମିତ ଏକ ପ୍ରଶସ୍ତ ଗ୍ଲାସ୍‌ ଭ୍ୟୁ ଏନ୍‌କ୍ଲୋଜର(କାଚ ପଞ୍ଜୁରି)ରେ ଉଭୟଙ୍କୁ ରଖାଯାଇ ସେମାନଙ୍କ ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ଏକାଠି ହେବା ପରେ ଉଭୟ ରାଜା ଓ ରାଣୀ ପରସ୍ପର ପ୍ରତି ଆକର୍ଷିତ ହୋଇଛନ୍ତି। ଘନିଷ୍ଠତା ପୂର୍ବକ ଉଭୟେ ପରସ୍ପରର ଶରୀର ଓ ଲାଙ୍ଗୁଡ ଘର୍ଷଣ, ଖେଳ ତଥା ପାଶ୍ଚାତ୍‌ଧାବନ କରୁଛନ୍ତି। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏନକ୍ଲୋଜର ମଧ୍ୟରୁ ଉଭୟ ରାଜା ଓ ରାଣୀଙ୍କ ଘନିଷ୍ଠତା ଦୃଶ୍ୟକୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବେଶ୍‌ ଉପଭୋଗ କରିଛନ୍ତି।
ନୂଆପଡ଼ାରେ ମଣିଷ ମାରି ଖାଇଥିବା କଲରାପତରିଆ ବାଘ(ରାଜା)କୁ ଧରାଯାଇ ୨୦୨୩ ନଭେମ୍ବର ୯ରେ ସମ୍ବଲପୁରକୁ ଆଣି ଏହି ପ୍ରାଣୀ ଉଦ୍ୟାନସ୍ଥିତ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଥିଲା। ଏଠାରେ ପୂର୍ବରୁ ରାଣୀ ନାମ୍ନୀ ଏକ ମାଈ କଲରାପତରିଆ ବାଘ ଥିବାରୁ ଏଠାକୁ ଆସିଲା ପରେ ଉକ୍ତ ପୁରୁଷ ବାଘକୁ ରାଜା ନାମକରଣ କରାଯାଇଥିଲା। ଏହା ସହିତ ତାର ଆଚରଣଗତ ଅଧ୍ୟୟନ ପୂର୍ବକ ବନ ବିଭାଗ ପକ୍ଷରୁ ତା’ ଉପରେ କଡ଼ା ନଜର ରଖାଯାଇଥିତ୍ଲା। ତେବେ କ୍ରମଶଃ ରାଜାର ଆଚରଣ ପରିବର୍ତ୍ତନ ସହ ଶାନ୍ତ ହେବା ପରେ ତାକୁ ଦୀର୍ଘ ୧୧ମାସ ପରେ ଗତ ସେପ୍ଟେମ୍ବରରେ ପ୍ରଥମେ ସଙ୍ଗରୋଧରୁ ମୁକ୍ତ କରି ପ୍ରାଣୀ ଉଦ୍ୟାନର ଗ୍ଲାସ୍‌ ଭ୍ୟୁ ଏନ୍‌କ୍ଲୋଜରରେ ରଖାଯାଇଥିଲା। ଯଦ୍ଦ୍ବାରା ପର୍ଯ୍ୟଟକ ତାକୁ ଦେଖିବାର ସୁଯୋଗ ପାଇଲେ। ମାତ୍ର ତାକୁ ମାଈ ବାଘ ରାଣୀଠାରୁ ପୃଥକ ଭାବେ ରଖାଯାଇଥିଲା। ରାଜାର ଆଚରଣ ରାଣୀ ପ୍ରତି ସହନଶୀଳ ହେବାଦେଖି ୧ ମାସ ପରେ ଶନିବାର ଉଭୟ ରାଜା ଓ ରାଣୀଙ୍କୁ ଗ୍ଲାସ୍‌ ଭ୍ୟୁ ଏନକ୍ଲୋଜରରେ ଏକାଠି ଛଡ଼ାଯାଇ ପରସ୍ପର ବନ୍ଧୁତା ସୃଷ୍ଟି ସହ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ସୁଯୋଗ ଦିଆଯାଇଛି। ପ୍ରଥମ ଦିନ ଉଭୟଙ୍କ ମଧ୍ୟରେ ଏକାଧିକ ଥର ଶାରୀରିକ ସମ୍ପର୍କ ସ୍ଥାପନ ହୋଇଛି। ଯାହା ଏହି ପ୍ରାଣୀ ଉଦ୍ୟାନ ପାଇଁ ଏକ ଶୁଭ ସୂଚନା ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପୁରୁଷ ବାଘର ବୟସ ୮ ବର୍ଷ ଓ ମାଈବାଘର ବୟସ ୭ ବର୍ଷ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଦ୍ୱାରା ଏହି ପ୍ରାଣୀ ଉଦ୍ୟାନରେ ୪୨ ବର୍ଷ ପରେ କଲରାପତରିଆ ବାଘବଂଶ ବୃଦ୍ଧି ନେଇ ନୂତନ ଆଶା ସଞ୍ଚାର ହୋଇଛି। ଶେଷ ଥର ପାଇଁ ଗତ ୧୯୮୨ ମସିହାରେ ଏକ କଲରାପତରିଆ ଶାବକ ଜନ୍ମ ହୋଇଥିଲା। ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ଉକ୍ତ ବାଘଦ୍ୱୟଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଏଭଳି ଗ୍ଲାସ୍‌ ଭ୍ୟୁ ଏନକ୍ଲୋଜର ଓଡ଼ିଶାରେ ପ୍ରଥମ। ଯାହା ୨ଟି ବାଘ ରହିବା ପାଇଁ ୫୫୦ବର୍ଗମିଟରର ଏକ ପ୍ରଶସ୍ଥ ଏନକ୍ଲୋଜର ବୋଲି ସେ କହିଛନ୍ତି। ପ୍ରଥମେ ଏହା ୨୦୨୩ ମସିହାରେ ତାରଜାଲିରେ ନିର୍ମାଣ ହୋଇଥିବା ବେଳେ ୨୦୨୪ ମସିହାରେ ଏହାକୁ ଗ୍ଲାସ ଏନ୍‌କ୍ଲୋଜରରେ ବିକଶିତ କରାଯାଇଥିଲା। ଏହାସହ ଏଠାରେ ରହୁଥିବା ବନ୍ୟପ୍ରାଣୀଙ୍କ ଆରାମ ପାଇଁ ଝୁଲା ଖଚିତ ପଞ୍ଜୁରି ମଧ୍ୟ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri