ଏକାଠି ହେଉଛନ୍ତି ରାଜା, ରାଣୀ

ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ନୂଆପଡ଼ା ଜଙ୍ଗଲରୁ ୨୦୨୩ ନଭେମ୍ବର ୫ତାରିଖରେ ଧରା ହୋଇଥିବା ମଣିଷଖିଆ କଲରାପତରିଆ ଅଣ୍ଡିରା ବାଘ(ରାଜା)କୁ ସମ୍ବଲପୁର ପ୍ରାଣୀ ଉଦ୍ୟାନ(ଡିଅର ପାର୍କ)ରେ ଥିବା ମାଈ କଲରାପତରିଆ(ରାଣୀ) ବାଘ ସହ ଶନିବାର ଛଡ଼ାଯାଇଛି। ଏଠାରେ ସ୍ବତନ୍ତ୍ର ଭାବେ ନିର୍ମିତ ଏକ ପ୍ରଶସ୍ତ ଗ୍ଲାସ୍‌ ଭ୍ୟୁ ଏନ୍‌କ୍ଲୋଜର(କାଚ ପଞ୍ଜୁରି)ରେ ଉଭୟଙ୍କୁ ରଖାଯାଇ ସେମାନଙ୍କ ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ଏକାଠି ହେବା ପରେ ଉଭୟ ରାଜା ଓ ରାଣୀ ପରସ୍ପର ପ୍ରତି ଆକର୍ଷିତ ହୋଇଛନ୍ତି। ଘନିଷ୍ଠତା ପୂର୍ବକ ଉଭୟେ ପରସ୍ପରର ଶରୀର ଓ ଲାଙ୍ଗୁଡ ଘର୍ଷଣ, ଖେଳ ତଥା ପାଶ୍ଚାତ୍‌ଧାବନ କରୁଛନ୍ତି। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏନକ୍ଲୋଜର ମଧ୍ୟରୁ ଉଭୟ ରାଜା ଓ ରାଣୀଙ୍କ ଘନିଷ୍ଠତା ଦୃଶ୍ୟକୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବେଶ୍‌ ଉପଭୋଗ କରିଛନ୍ତି।
ନୂଆପଡ଼ାରେ ମଣିଷ ମାରି ଖାଇଥିବା କଲରାପତରିଆ ବାଘ(ରାଜା)କୁ ଧରାଯାଇ ୨୦୨୩ ନଭେମ୍ବର ୯ରେ ସମ୍ବଲପୁରକୁ ଆଣି ଏହି ପ୍ରାଣୀ ଉଦ୍ୟାନସ୍ଥିତ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଥିଲା। ଏଠାରେ ପୂର୍ବରୁ ରାଣୀ ନାମ୍ନୀ ଏକ ମାଈ କଲରାପତରିଆ ବାଘ ଥିବାରୁ ଏଠାକୁ ଆସିଲା ପରେ ଉକ୍ତ ପୁରୁଷ ବାଘକୁ ରାଜା ନାମକରଣ କରାଯାଇଥିଲା। ଏହା ସହିତ ତାର ଆଚରଣଗତ ଅଧ୍ୟୟନ ପୂର୍ବକ ବନ ବିଭାଗ ପକ୍ଷରୁ ତା’ ଉପରେ କଡ଼ା ନଜର ରଖାଯାଇଥିତ୍ଲା। ତେବେ କ୍ରମଶଃ ରାଜାର ଆଚରଣ ପରିବର୍ତ୍ତନ ସହ ଶାନ୍ତ ହେବା ପରେ ତାକୁ ଦୀର୍ଘ ୧୧ମାସ ପରେ ଗତ ସେପ୍ଟେମ୍ବରରେ ପ୍ରଥମେ ସଙ୍ଗରୋଧରୁ ମୁକ୍ତ କରି ପ୍ରାଣୀ ଉଦ୍ୟାନର ଗ୍ଲାସ୍‌ ଭ୍ୟୁ ଏନ୍‌କ୍ଲୋଜରରେ ରଖାଯାଇଥିଲା। ଯଦ୍ଦ୍ବାରା ପର୍ଯ୍ୟଟକ ତାକୁ ଦେଖିବାର ସୁଯୋଗ ପାଇଲେ। ମାତ୍ର ତାକୁ ମାଈ ବାଘ ରାଣୀଠାରୁ ପୃଥକ ଭାବେ ରଖାଯାଇଥିଲା। ରାଜାର ଆଚରଣ ରାଣୀ ପ୍ରତି ସହନଶୀଳ ହେବାଦେଖି ୧ ମାସ ପରେ ଶନିବାର ଉଭୟ ରାଜା ଓ ରାଣୀଙ୍କୁ ଗ୍ଲାସ୍‌ ଭ୍ୟୁ ଏନକ୍ଲୋଜରରେ ଏକାଠି ଛଡ଼ାଯାଇ ପରସ୍ପର ବନ୍ଧୁତା ସୃଷ୍ଟି ସହ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ସୁଯୋଗ ଦିଆଯାଇଛି। ପ୍ରଥମ ଦିନ ଉଭୟଙ୍କ ମଧ୍ୟରେ ଏକାଧିକ ଥର ଶାରୀରିକ ସମ୍ପର୍କ ସ୍ଥାପନ ହୋଇଛି। ଯାହା ଏହି ପ୍ରାଣୀ ଉଦ୍ୟାନ ପାଇଁ ଏକ ଶୁଭ ସୂଚନା ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପୁରୁଷ ବାଘର ବୟସ ୮ ବର୍ଷ ଓ ମାଈବାଘର ବୟସ ୭ ବର୍ଷ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଦ୍ୱାରା ଏହି ପ୍ରାଣୀ ଉଦ୍ୟାନରେ ୪୨ ବର୍ଷ ପରେ କଲରାପତରିଆ ବାଘବଂଶ ବୃଦ୍ଧି ନେଇ ନୂତନ ଆଶା ସଞ୍ଚାର ହୋଇଛି। ଶେଷ ଥର ପାଇଁ ଗତ ୧୯୮୨ ମସିହାରେ ଏକ କଲରାପତରିଆ ଶାବକ ଜନ୍ମ ହୋଇଥିଲା। ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ଉକ୍ତ ବାଘଦ୍ୱୟଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଏଭଳି ଗ୍ଲାସ୍‌ ଭ୍ୟୁ ଏନକ୍ଲୋଜର ଓଡ଼ିଶାରେ ପ୍ରଥମ। ଯାହା ୨ଟି ବାଘ ରହିବା ପାଇଁ ୫୫୦ବର୍ଗମିଟରର ଏକ ପ୍ରଶସ୍ଥ ଏନକ୍ଲୋଜର ବୋଲି ସେ କହିଛନ୍ତି। ପ୍ରଥମେ ଏହା ୨୦୨୩ ମସିହାରେ ତାରଜାଲିରେ ନିର୍ମାଣ ହୋଇଥିବା ବେଳେ ୨୦୨୪ ମସିହାରେ ଏହାକୁ ଗ୍ଲାସ ଏନ୍‌କ୍ଲୋଜରରେ ବିକଶିତ କରାଯାଇଥିଲା। ଏହାସହ ଏଠାରେ ରହୁଥିବା ବନ୍ୟପ୍ରାଣୀଙ୍କ ଆରାମ ପାଇଁ ଝୁଲା ଖଚିତ ପଞ୍ଜୁରି ମଧ୍ୟ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri