Posted inଜାତୀୟ

କେଚ୍‌ଅପ୍‌କୁ ରକ୍ତ କହି ଫଟୋ ପଠାଇଲେ କିଲର

ବେଙ୍ଗାଲୁରୁ, ୨୩ା୮: କର୍ନାଟକରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବାକୁ ସୁପାରି ଦେଲେ। ସୁପାରିକିଲର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପହରଣ ମଧ୍ୟ କଲେ। ହେଲେ ହତ୍ୟା କରିବାକୁ ସେମାନଙ୍କ ସାହସ ହେଲାନି। ପରେ ଯୁବକଙ୍କ ଦେହସାରା କେଚ୍‌ଅପ୍‌(ଟମାଟୋ ସସ୍‌) ଢାଳି ତାହାକୁ ରକ୍ତ ବୋଲି କହି ମହିଳାଙ୍କ ନିକଟକୁ ସୁପାରି କିଲର ଫଟୋ ପଠାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ୨୬ ବର୍ଷୀୟା ଅନୁପଲ୍ଲବୀ ନବୀନ କୁମାରଙ୍କୁ ବିବାହ କରି ତାଙ୍କ ସହ ଦୋଡାବିଦାରକଲୁରେ ରହୁଥିଲେ। ହିମବନ୍ତ କୁମାର ନାମକ ଆଉ ଜଣେ ଯୁବକଙ୍କ ସହ ଅନୁପଲ୍ଲବୀଙ୍କ ପ୍ରେମ ସମ୍ପର୍କ ରହିଥିଲା। ସେମାନେ ନବୀନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ନବୀନଙ୍କୁ ହତ୍ୟା କରିବାକୁ ହରିଶ, ନାଗାରାଜୁ ଏବଂ ମୁଗିଲାନ୍‌ଙ୍କୁ ସୁପାରି ଦେଇଥିଲେ। ୨ ଲକ୍ଷ ଟଙ୍କାରେ ଏହି ଡିଲ୍‌ ହୋଇଥିଲା। ସୁପାରି କିଲର ଅଗ୍ରିମ ୯୦ ହଜାର ଟଙ୍କା ନେଇଥିଲେ। ଜୁଲାଇ ୨୩ରେ ଅଭିଯୁକ୍ତମାନେ ନବୀନଙ୍କୁ ଅପହରଣ କରି ତାମିଲନାଡ଼ୁ ନେଇଯାଇଥିଲେ, କିନ୍ତୁ ହତ୍ୟା କରିବା ପାଇଁ ସେମାନେ ଡରିଥିଲେ। ପରେ ୩ ସୁପାରିକିଲର ନବୀନଙ୍କ ସହ ବନ୍ଧୁତା କରି ସେଠାରେ ପାର୍ଟି କରିଥିଲେ। ଅନୁପଲ୍ଲବୀଙ୍କ ଫୋନ୍‌ ଆସିବାରୁ ସେମାନେ ନବୀନଙ୍କ ଦେହସାରା କେଚ୍‌ଅପ୍‌ ଢାଳି ଦେଇଥିଲେ। ଏହାକୁ ରକ୍ତ ବୋଲି କହିବା ସହ ସେମାନେ ନବୀନଙ୍କୁ ମୃତ ଦର୍ଶାଇ ଅନୁପଲ୍ଲବୀଙ୍କ ନିକଟକୁ ଫଟୋ ପଠାଇଥିଲେ। ଏହି ଫଟୋକୁ ହିମବନ୍ତ ସତ ଭାବିଥିଲେ। ତେଣୁ ଧରାପଡ଼ିବା ଭୟରେ ହିମବନ୍ତ ଆତ୍ମହତ୍ୟା କରିଦେଇଥିଲେ। ସେପଟେ ନବୀନଙ୍କ ପରିବାର ପକ୍ଷରୁ ଅଗଷ୍ଟ ୨ରେ ନିଖୋଜ ଏତଲା ଦିଆଯାଇଥିଲା। ହେଲେ ନବୀନ ଅଗଷ୍ଟ ୬ରେ ଘରକୁ ଫେରି ସବୁ ଘଟଣା ବଖାଣିଥିଲେ। ଏଥିରେ ଅନୁପଲ୍ଲବୀଙ୍କ ମା’ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ଉଭୟ ମା’ ଝିଅଙ୍କ ସମେତ ୩ ସୁପାରି କିଲରଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri